ଲେଖା: ଶ୍ରୀକାନ୍ତ ସିଂହ
~ ଇଶାଣେଶ୍ୱର ମହାଦେବ ମନ୍ଦିର ~
ଅଷ୍ଟମ ଶତାବ୍ଦୀରୁ ପ୍ରତିଷ୍ଠିତ ଝଙ୍କଡ଼ ପ୍ରଗଣାର ଦେବୀ ଶାରଳା ଠାକୁରାଣୀଙ୍କ ପୀଠଟି ତତ୍କାଳୀନ ଓଡ଼ିଶା କାହିଁକି ସାରା ଭାରତରେ ଏକ ପ୍ରମୁଖ ତନ୍ତ୍ର ପୀଠ ରୂପେ ପରିଚିତ ଥିଲା ଏବଂ ଭଗବତୀ ଶାରଳାଙ୍କୁ ତନ୍ତ୍ର ଦେବୀ ରୂପେ ପୂଜା କରାଯାଉଥିଲା l ମାତ୍ର ପରବର୍ତ୍ତୀ ଗଙ୍ଗଶାସନ ସମୟରେ ବୈଷ୍ଣବବାଦର ସଂସ୍ପର୍ଶରେ ଆସି ଦେବୀଙ୍କୁ ପରମ ବୈଷ୍ଣଵୀ ରୂପେ ମଧ୍ୟ ଆରାଧନା କରାଗଲା l
ଦେବୀ ଶାରଳାଙ୍କୁ କେନ୍ଦ୍ର କରି, ଶାରଳା ପୀଠର ଚତୁଃପାର୍ଶ୍ୱ ଝଙ୍କଡ଼ ପ୍ରଗଣାରେ ଅନେକ ଗୁଡ଼ିଏ ଦେବୀପୀଠ ଓ ଶୈବପୀଠମାନ ସେ ସମୟରେ ଗଢ଼ି ଉଠିଥିଲା l ତନ୍ମଧ୍ୟରେ ତନ୍ତ୍ର ଆଧାରିତ ଦେବଦେବୀଙ୍କ ପ୍ରତିମା ଓ ମନ୍ଦିର ପ୍ରମୁଖ ଥିଲା l ଝଙ୍କଡ଼ ପ୍ରଗଣାର ଅଧିଷ୍ଠାତ୍ରୀ ଦେବୀ ରୂପେ ମାଆ ଶାରଳା ପୂଜିତ ହେଉଥିବାବେଳେ, ଦେବତା ରୂପେ ଝଙ୍କେଶ୍ୱର ମହାଦେବ ପୂଜା ପାଆନ୍ତି l
ଏହି ଝଙ୍କେଶ୍ୱର ମନ୍ଦିରଟି ବିରିତୋଳ ନିକଟରେ ଥିବା ଝଙ୍କେଶ୍ୱର ଗ୍ରାମରେ ଅବସ୍ଥିତ l ଠିକ୍ ସେହିପରି ଶାରଳା ପୀଠ ଠାରୁ ମାତ୍ର ଚାରି କିଲୋମିଟର ଦୂର ଐଶାନ୍ୟ କୋଣରେ କୋଷ୍ଟି ମଲ୍ଲିକାପୁର ଗ୍ରାମରେ ବହୁ ପ୍ରାଚୀନ ମନ୍ଦିରଟିଏ ରହିଛି, ଇଶାଣେଶ୍ୱର ମହାଦେବ ମନ୍ଦିର l ଏହି ମନ୍ଦିରଟି ଏକ ତନ୍ତ୍ରପୀଠ ରୂପେ ମଧ୍ୟ ପରିଚିତ l ଅନୁମାନ କରାଯାଏ ଏହି ମନ୍ଦିରଟି ମଧ୍ୟ ଦେବୀ ଶାରଳାଙ୍କ ମନ୍ଦିର ନିର୍ମାଣ ସମ ସାମୟିକ ହୋଇଥିବ l
(ନବଗ୍ରହ, ଇଶାଣେଶ୍ୱର ମହାଦେବ ମନ୍ଦିର)
ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି ମୁକୁନ୍ଦଦେବଙ୍କ ଶାସନ ସମୟରେ ବଙ୍ଗର ନବାବ ସୁଲତାନ ସୁଲେମାନୀ ଖାନ୍ କିର୍ରାନୀର ସେନାପତି କଳାପାହାଡ଼ ଓଡ଼ିଶା ଆକ୍ରମଣ କରି ମୁକୁନ୍ଦ ଦେବଙ୍କୁ ବିଶ୍ୱାସଘାତକ କରି ପରାସ୍ତ ଓ ହତ୍ୟା କରିବା ପରେ ବର୍ତ୍ତମାନର କଟକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ଅଞ୍ଚଳର ଶହ ଶହ ମନ୍ଦିରକୁ ଭାଙ୍ଗିବା ସହିତ ମୂର୍ତ୍ତିଗୁଡ଼ିକୁ ଖଣ୍ଡିତ କରିଥିଲା l ସେହି ସମୟରେ ଦେବୀ ଶାରଳାଙ୍କ ବହୁ ପ୍ରାଚୀନ ମନ୍ଦିରଟି ମଧ୍ୟ କଳାପାହାଡ଼ ଦ୍ୱାରା ଭଗ୍ନ ହୋଇଥିଲା ଯାହାକି ପରବର୍ତ୍ତୀ ସମୟରେ ଔରଙ୍ଗଜେବ ଶାସନ ସମୟରେ ମାଟିରେ ସମ୍ପୂର୍ଣ୍ଣ ମିଶି ଯାଇଥିଲା l
(ମୁଖଶାଳାରେ ଥିବା ଅସ୍ପଷ୍ଟ ଶିଳାଲେଖ,
ଇଶାଣେଶ୍ୱର ମହାଦେବ ମନ୍ଦିର, କୋଷ୍ଟି ମଲ୍ଲିକାପୁର)
(ହରପାର୍ବତୀ, ଚାମୁଣ୍ଡା ବା ଚର୍ଚ୍ଚିକାଇ)
ଅନୁମାନ କରାଯାଏ ପ୍ରାଚୀନ ଇଶାଣେଶ୍ୱର ମହାଦେବ ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟ କପିଳେନ୍ଦ୍ର ଦେବଙ୍କ ଶାସନ ସମୟରେ କରାଯାଇଥିଲା l ଯାହାକି ପୁନର୍ବାର କଳା ପାହାଡ଼ ଦ୍ୱାରା ଭଗ୍ନ ହେବାସହ ସମସ୍ତ ପ୍ରତିମା ଖଣ୍ଡିତ ହୋଇଥିଲା l ଏହି ମନ୍ଦିରର ପ୍ରବେଶ ଦ୍ୱାରରେ କପିଳେନ୍ଦ୍ର ଦେବଙ୍କ ଏକ ଶିଳାଲିପି ରହିଛି l ରେଖ ଶୈଳୀରେ ନିର୍ମିତ, କାରୁକାର୍ଯ୍ୟ ରହିତ ମନ୍ଦିର ଗର୍ଭଗୃହରେ ଅନ୍ତର୍ଭେଦି ଶିବ ଲିଙ୍ଗ ରହିଛନ୍ତି l ପ୍ରାୟ ଦୁଇଫୁଟ ତଳେ ଶିବଲିଙ୍ଗକୁ ସ୍ପର୍ଶ କରିହୁଏ ବୋଲି ପୂଜକ ଶଙ୍କର ପ୍ରସାଦ ପଣ୍ଡା ମହାଶୟ କୁହନ୍ତି l
(ଦେବୀ ପାର୍ବତୀ, ଇଶାଣେଶ୍ୱର ମହାଦେବ ମନ୍ଦିର)
(ଶ୍ରୀ କାର୍ତ୍ତିକେୟ, ଇଶାଣେଶ୍ୱର ମହାଦେବ ମନ୍ଦିର)
ଗର୍ଭଗୃହ ବା ବିମାନ ସମ୍ମୁଖରେ ଥିବା ଜଗମୋହନଟି ଅନେଶତ ବାତ୍ୟାରେ ଭାଙ୍ଗି ଯାଇଥିଲା l ଯାହାର କାନ୍ଥ ଉପରେ ପରବର୍ତ୍ତୀ ସମୟରେ ରାଜ୍ୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ଛାତ ଟିଏ ପକା ଯାଇଛି, ଏପରିକି ବିମାନର ଉପରିଭାଗରେ ମଧ୍ୟ ପଥର ଖଞ୍ଜି ଦଧିନଉତି ବସା ଯାଇଛି l ମନ୍ଦିରରେ ପାର୍ଶ୍ୱ ଦେବଦେବୀ ରୂପେ ପଶ୍ଚିମ ଦିଗରେ କାର୍ତ୍ତିକେୟ, ଦକ୍ଷିଣରେ ଦେବୀ ପାର୍ବତୀ ଓ ଉତ୍ତରରେ ଗଣେଶ ରହିଛନ୍ତି l ଏହି ଗଣେଶ ମୂର୍ତ୍ତିଟି ଏକ ତାନ୍ତ୍ରିକ ମୂର୍ତ୍ତି ବୋଲି ପୂଜକ ଯାହା କୁହନ୍ତି l ଗଣେଶଙ୍କ ଶୁଣ୍ଢଟି ବାମଦିଗକୁ ରହିଛି ଏବଂ ତାଙ୍କର ବାମ ହସ୍ତରେ ମୋଦକ ବା ଲଡୁ ପାତ୍ର ଧାରଣ କରିଛନ୍ତି l
(ଶ୍ରୀ ଗଣେଶ, ଇଶାଣେଶ୍ୱର ମହାଦେବ ମନ୍ଦିର, କୋଷ୍ଟି ମଲ୍ଲିକାପୁର)
ଇଶାଣେଶ୍ୱର ମହାଦେବ ମନ୍ଦିର ଯେ ଏକ ତନ୍ତ୍ରପୀଠ, ଏଥିରେ କାହାରି ଦ୍ବିମତ ନାହି l ମନ୍ଦିର ପ୍ରବେଶ ପଥରେ ଏକ ଭୈରଵ ଓ ଭୈରବୀଙ୍କ ପ୍ରତିମା ରହିଛି l ଶବାରୂଢ଼ା ତଥା ନରମୁଣ୍ଡମାଳ ଧାରଣ କରିଥିବା ଦଣ୍ଡାୟମାନ ଭୈରବଙ୍କ ଦକ୍ଷିଣ ହସ୍ତରେ ଉଦ୍ୟୋତ ଖଡ୍ଗ ରହିଥିବାବେଳେ ବାମ ହସ୍ତରେ ପାନ ପାତ୍ର ରହିଛି l ସେହିପରି ଉପବିଷ୍ଟ ମୁଦ୍ରାରେ ଥିବା ଭୈରବୀ ନିଜ କୋଳରେ ଶବ ଧାରଣ କରିଛନ୍ତି l ତାଙ୍କ ପାଦ ଦେଶରେ ଶୃଗାଳ, କୁକୁର ଓ ସ୍ତୁତି କରୁଥିବା ମୁଦ୍ରାରେ ସଖୀମାନେ ବସିଛନ୍ତି l ଏହି ମୂର୍ତ୍ତିଙ୍କୁ ପୂଜକ ଯୋଗୀ ଯୋଗିଆଣୀ ବୋଲି କୁହନ୍ତି l
(ଭୈରବ ଓ ଭୈରବୀ ବା ଯୋଗୀ ଯୋଗିଆଣୀ)
ଏହା ବ୍ୟତୀତ ମନ୍ଦିରର ଦକ୍ଷିଣ ପାର୍ଶ୍ଵ ପ୍ରାଙ୍ଗଣରେ ଚାମୁଣ୍ଡାଙ୍କ ଏକ ମୂର୍ତ୍ତି ରହିଛି, ଯାହାଙ୍କୁ ଚର୍ଚ୍ଚିକାଇ ବୋଲି କହୁଛନ୍ତି l ଏହି ମୂର୍ତ୍ତିଟି ଶବ ଉପରେ ଦଣ୍ଡାୟମାନ ହୋଇ ଖଡ୍ଗ, ପାନପାତ୍ର, ଛିନ୍ନ ମସ୍ତକ ଓ ପଦ୍ମ ଧାରଣ କରିଛନ୍ତି l ତାଙ୍କ ଜିହ୍ୱା ଲହ ଲହ ହୋଇ ବାହାରି ଆସିଛି l ଏହି ମୂର୍ତ୍ତିର ବାମ ପାର୍ଶ୍ୱରେ ହର ପାର୍ବତୀଙ୍କ ଏକ ତନ୍ତ୍ର ମୂର୍ତ୍ତି ମଧ୍ୟ ରହିଛି l ଏହି ପ୍ରାଚୀନ ମୂର୍ତ୍ତିଗୁଡ଼ିକର ଆୟୁଷ କଳନା କରିବା ଗୋଟେ ପ୍ରକାର ଅସମ୍ଭବ l କପିଳେନ୍ଦ୍ର ଦେବଙ୍କ ଜନ୍ମ ଓ ଜନ୍ମସ୍ଥାନକୁ ନେଇ ଇତିହାସରେ ଅନେକ ଭିନ୍ନ ତଥ୍ୟ ଦେଖିବାକୁ ମିଳେ l ଇଶାଣେଶ୍ୱର ମହାଦେବ ମନ୍ଦିର ପୂଜକଙ୍କ ଠାରୁ ମଧ୍ୟ ଆଉ ଏକ ରୋଚକ କଥା ଶୁଣିବାକୁ ମିଳିଲା l
ସେଦିନ ମାଘମାସର ଏକ ଅଳସ ଅପରାହ୍ଣରେ ଧାନ ଅମଳ କାର୍ଯ୍ୟରେ ବ୍ୟସ୍ତ ଥିବା ପୂଜକ ଆମ ପାଇଁ କିଛି ସମୟ କାଢ଼ି ଅନନ୍ତ ଅତୀତ ସହ ପରିଚିତ କରାଇଥିଲେ l ସେ ଯୁଗର ତନ୍ତ୍ରପୂଜା, ତନ୍ତ୍ର ଦେବଦେବୀ ତାନ୍ତ୍ରିକର କୁଛ୍ର ସାଧନା ଓ ସାଧାରଣ ମଣିଷର ଜୀବନଧାରାକୁ ଆମେ କଳ୍ପନା ଚକ୍ଷୁରେ ଦେଖି ପାରିଥିଲୁ ଯାହା l
admin

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago