ସୌରଭିତ ସୃଷ୍ଟି: କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଆସ ଜୀବନଧନ ମୋର ପଖାଳକଂସା ! କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଅମଳିନ ସୃଷ୍ଟି । ଏଇ କବିତାରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠଦାନ ଏହାକୁ କରିଥିଲା ଆହୁରି ଲୋକପ୍ରିୟ ।
~ ଆସ ଜୀବନଧନ ମୋର ପଖାଳକଂସା ~
ଆସ ଜୀବନ ଧନ, ମୋର ପଖାଳ କଂସା,
ଆସ ଜୀବନ ଧନ,ମୋର ପଖାଳ କଂସା
ଆସ ଜୀବନ ଧନ . .
ସଜନୀରେ ତୋ ବିହୁନେ
ମୋର ବୁଡିଲା ହଂସା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ . .
ବହିଲାଣି ଅନା ସଖି, ଝଞ୍ଜା ପବନ
ଅଠା ମାରିଗଲା ତୁଣ୍ଡ, ଯାଏ ଜୀବନ
ତୋ ବିନେ ପଖାଳ ଗୋ
ଫାଟିଲା କପାଳ ଗୋ
ତୋରାଣି ସାଥିରେ ମିଶି ହର ମୋ ତୃଷା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ . .
ସଂଘା ଠାକୁରାଣୀ ପିତା, ଶୁଖୁଆ ରାଣୀ
ତୋ ଲାଗି ନିଆଁରେ ସତୀ, ଝାସ ଦେଲାଣି
ପିଆଜ ଥରି ଡରେ,
ଛାଲ ଛିଡ଼ାଇ ମରେ
ମରିଚ କହୁଛି ମୋତେ ତୋ ତୁଲେ ମିଶା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ . .
ସଜ ଘୋଳ ଦହି ଆମ୍ବ,ଛେଚା ସହିତେ
ଝୁରି ହେଉଥିବେ ସତେ, ଦେବତା ଯେତେ
ବଡ଼ି ଚଟଣି ଥାଇ
ଗୁମାନେ ରହେ ଚାହିଁ
ଅନା ମନା ଶାଗ କହେ ଚୁଲିରେ ବସା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ . .
ଓଡ଼ିଆ ଜୀବନ ଧୁଆ,ଶାଗ ପଖାଳ
ଜଗନ୍ନାଥ ରସି ଖାଏ, ମନେ ତୁ ଭାଳ
ଚାଖି ନାହିଁ ଯେ ଥରେ,
ଧିକ ତା ଜନମରେ
ମଣିଷ ଯାକରେ ସେ ତ ଅଣପୁରୁଷା
ଆସ ଜୀବନ ଧନ ମୋର ପଖାଳ କଂସା ।
ଉପସ୍ଥାପନା: ବନ୍ଧନ ଦଳେଇ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago