ସୌରଭିତ ସୃଷ୍ଟି: କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଆସ ଜୀବନଧନ ମୋର ପଖାଳକଂସା ! କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଅମଳିନ ସୃଷ୍ଟି । ଏଇ କବିତାରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ କଣ୍ଠଦାନ ଏହାକୁ କରିଥିଲା ଆହୁରି ଲୋକପ୍ରିୟ ।
~ ଆସ ଜୀବନଧନ ମୋର ପଖାଳକଂସା ~
ଆସ ଜୀବନ ଧନ, ମୋର ପଖାଳ କଂସା,
ଆସ ଜୀବନ ଧନ,ମୋର ପଖାଳ କଂସା
ଆସ ଜୀବନ ଧନ . .
ସଜନୀରେ ତୋ ବିହୁନେ
ମୋର ବୁଡିଲା ହଂସା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ . .
ବହିଲାଣି ଅନା ସଖି, ଝଞ୍ଜା ପବନ
ଅଠା ମାରିଗଲା ତୁଣ୍ଡ, ଯାଏ ଜୀବନ
ତୋ ବିନେ ପଖାଳ ଗୋ
ଫାଟିଲା କପାଳ ଗୋ
ତୋରାଣି ସାଥିରେ ମିଶି ହର ମୋ ତୃଷା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ . .
ସଂଘା ଠାକୁରାଣୀ ପିତା, ଶୁଖୁଆ ରାଣୀ
ତୋ ଲାଗି ନିଆଁରେ ସତୀ, ଝାସ ଦେଲାଣି
ପିଆଜ ଥରି ଡରେ,
ଛାଲ ଛିଡ଼ାଇ ମରେ
ମରିଚ କହୁଛି ମୋତେ ତୋ ତୁଲେ ମିଶା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ . .
ସଜ ଘୋଳ ଦହି ଆମ୍ବ,ଛେଚା ସହିତେ
ଝୁରି ହେଉଥିବେ ସତେ, ଦେବତା ଯେତେ
ବଡ଼ି ଚଟଣି ଥାଇ
ଗୁମାନେ ରହେ ଚାହିଁ
ଅନା ମନା ଶାଗ କହେ ଚୁଲିରେ ବସା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ . .
ଓଡ଼ିଆ ଜୀବନ ଧୁଆ,ଶାଗ ପଖାଳ
ଜଗନ୍ନାଥ ରସି ଖାଏ, ମନେ ତୁ ଭାଳ
ଚାଖି ନାହିଁ ଯେ ଥରେ,
ଧିକ ତା ଜନମରେ
ମଣିଷ ଯାକରେ ସେ ତ ଅଣପୁରୁଷା
ଆସ ଜୀବନ ଧନ ମୋର ପଖାଳ କଂସା ।
ଉପସ୍ଥାପନା: ବନ୍ଧନ ଦଳେଇ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago