ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

“ଆଲୋ ମୁକୁତି !
ଗୁରୁଵାର ଦିନ ହବୁ ପୋଖତି
ପୁଅ ନାଆଁ ଦବୁ ଚକରଧର
ମୁତି ପକେଇଵ ଚର୍ ଚର୍ ।”

ଏ ଢଗର ଅର୍ଥ କ’ଣ ହେଇପାରେ ? ମୋତେ ତାହା ଜଣା ପଡିନାହିଁ ତେଵେ ଅନୁମାନ କରାଯାଉ ଏ ଢଗର କ’ଣ ସମ୍ଭାଵିତ ଅର୍ଥ ହୋଇପାରେ . .

ମୋ ମତରେ ବୋଧହୁଏ . .

✓ଆଲୋ ମୁକତି = ମୁକ୍ତା ଵା ମୁକ୍ତାଦେଈ ନାମକ ଝିଅ ଵା ପ୍ରକାରାନ୍ତରେ ଶ୍ରୋତା କିମ୍ବା ପାଠକ; ଯାହାକୁ କହିଲାଵାଲା କହୁଛି

✓ଗୁରୁଵାର = ଏକ ଶୁଭଵାର ଓ ସ୍ତ୍ରୀ ଲୋକଙ୍କ ପାଇଁ ମହତ୍ତ୍ଵପୂର୍ଣ୍ଣ ଵାରଟିଏ

✓ପୋଖତି = ପ୍ରଥମ ଥର ( ଯେମିତି କି ଜନ୍ମ କରିଵା ) କିଛି କରିଵା

✓ପୁଅ ନାଆଁ ଦେବୁ ଚକରଧର
=> ତା ଚକରଧର ନାମ୍ନି ପୁତ୍ର ବଡ଼ ପାରିଲାଵାଲା ବୋଲି ମୁକ୍ତାଦେଈର ଦୃଢ଼ ଵିଶ୍ଵାସ

✓ମୁତି ପକେଇଵ ଚର୍ ଚର = ତାଡ଼ି ପକେଇଵ ବୋଲି ଵ୍ୟଙ୍ଗରେ କହିଲାଵାଲା କହୁଛି

ସଂକ୍ଷେପରେ …

“କ” ନାମକ ଵ୍ଯକ୍ତି ଜାଣିଛି ଯେ “ଖ” ନାମକ ଵ୍ୟକ୍ତି ଗୋଟିଏ କାର୍ଯ୍ୟ ବଡ଼ ମନଧ୍ୟାନ ଦେଇ କରୁଛି କିନ୍ତୁ ସେ ନିଜ ଅଭିଜ୍ଞତାରୁ ଜାଣିଛି ଯେ “ଖ” ନିଶ୍ଚିତ ଅକୃତକାର୍ଯ୍ୟ ହେଵ ତେଣୁ ସେ ସେତିକି ବେଳେ ଏଇ ଢଗଟି ମାରିଛି !

ମୋ ସ୍ଵଳ୍ପ ବୁଦ୍ଧିରେ ମୁଁ ଏ ‘ଆଲୋ ମୁକୁତି’ ଢଗର ଏମନ୍ତ ଅର୍ଥ ହୋଇଥାଇପାରେ ବୋଲି ଅନୁମାନ କରୁଛି ! ଆପଣଙ୍କ ମତରେ ଏହାର ଭାଵାର୍ଥ କିସ ହୋଇଥିଵ ? 

Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago