ସୃଷ୍ଟିସମଗ୍ର

ଆର୍.ଆଇ.ଏନ୍ (ପଞ୍ଚଜନ୍ୟ କାବ୍ୟର ଏକ କବିତା)

ସୌରଭିତ ସୃଷ୍ଟି: ନିତ୍ୟାନନ୍ଦ ମହାପାତ୍ର

ସିପାହୀବିଦ୍ରୋହର ପୁନଃ ଅଭିନୟ, ଇତିହାସର ପୁନଃ ପାରାୟଣ, ସେଦିନ ବମ୍ବେର ବୁକୁ ଉପରେ ଉନ୍ମାଦନା ସୃଷ୍ଟିକଲା ।

“ୟୈ କାଲା ହିନ୍ଦୁସ୍ଥାନୀ, ଏଇ କଳା ଭାରତୀୟମାନେ କେବଳ ମରିଜାଣନ୍ତି ଭୋକର ତାଡ଼ନାରେ, କେବଳ ଗୋଲାମୀ କରିଜାଣନ୍ତି ସ୍ବାଚ୍ଛନ୍ଦ୍ୟର ମୋହରେ . . ଶ୍ଵେତାଙ୍ଗର ଆଜ୍ଞାବହ ହୋଇପାରନ୍ତି ଆପଣା ବୀରତ୍ୱର ମୂଲ୍ୟରେ . . ଅର୍ଥରେ ବିକ୍ରି ହୋଇଯାଏ ଏଇ କାଲା ହିନ୍ଦୁସ୍ଥାନୀ . . . “

ସେଇ କାଲା ହିନ୍ଦୁସ୍ଥାନୀର ନୌବାହିନୀ ଗର୍ଜିଉଠିଲା, ଜାଗିଉଠିଲା ତା’ର ଆତ୍ମାଭିମାନ, ଅବଜ୍ଞା କଲା ସେ ବ୍ରିଟିଶ ଅଫିସରର ହୁକୁମ, ଜବାବ ଦେଲା ସେ ତା’ର ବନ୍ଧୁକର ଆବାଜରେ . .

କଳା ମଣିଷର ମଧ୍ୟ ଆତ୍ମସମ୍ମାନ ଅଛି, ସେ ଜୀବନଠାରୁ ବଡ଼ ମନେକରେ ସମ୍ମାନକୁ . .

୧୯୪୬ର ଏଇ ନୌବିଦ୍ରୋହ ପରିପ୍ରେକ୍ଷୀରେ ଡଗରର ପ୍ରାଣପ୍ରତିଷ୍ଠାତା ତଥା ଓଡିଆ ସାହିତ୍ୟର ଅଗ୍ନିପୁରୁଷ ବାଲେଶ୍ଵର ମାଟିର (ଏବେର ଭଦ୍ରକ) ଗର୍ବ ନିତ୍ୟାନନ୍ଦ ମହାପାତ୍ରଙ୍କ ଅଗ୍ନିବର୍ଷୀ କବିତା ଆର୍. ଆଇ.ଏନ୍,କାଳଜୟୀ ସୃଷ୍ଟି ପଞ୍ଚଜନ୍ୟର ଏକ କବିତା . . 

ଲଙ୍ଗର ଉଠା ଲଙ୍ଗର ଉଠା
ଆରେ ଏ ନାବିକ ବୀର,
ସାଗରର ଏଇ ସଂଗ୍ରାମ ଡାକେ
ବମ୍ବେର ବେଳାତୀର ।
ହୁସିଆର ହୁସିଆର ।
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ଜିନ୍ଦା କର ଶିକାର II

କଳାର ରକ୍ତ ଗୋରାର ରକ୍ତ
ଏଇ ପ୍ରାନ୍ତରେ ଢାଳି,
ଦେଖିବାରେ ଆଜି କାହାର ରଙ୍ଗେ
କେତେ ଭାଗ ଅଛି କାଳି ।
କରରେ ଖୁନ୍ ଖରାବ୍,
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ଦିଅରେ ଦିଅ ଜବାବ୍ II

କୁକୁର କିଏ ପ୍ରଭୁ କିଏ କାର,
କିଏ ମାଲିକ କେ ଦାସ,
କାହାର ହାତରେ ପରାଧୀନ ବେଢି
କା’ହାତେ ଗୋଲାମି ଫାସ ?
ସାବଧାନ ! ସାବଧାନ !
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ଜାନ୍ ଦେଇ ନିଅ ମାନ୍ II

ମୁହଁର ରୋଟିକି ଛଡାଇ ନେଇ ସେ
ଦୁର୍ବଳ ଚୁଟି ଧରେ,
ସେଇ ସଇତାନ ବାହାଦୁର ବୋଲି
ଅଲଣା ବଡାଇ କରେ ।
ଚୁପ୍ କର ! ଚୁପ୍ କର !
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ଲଙ୍ଗର ଟେକି ଧର !!

ଯେଉଁ ବ୍ରିଟାନିଆ ସାଗରର ଢେଉ
ଶାସିବା ଦର୍ପ ବହେ,
ସଲିଳ ସମାଧି ଭଜୁ ଆଜି ତା’ର
ଇଜ୍ଜତ ନିଜ ମୋହେ ।
ଜାଗ୍ ରେ ଭାଇ ତୁ ଜାଗ
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ସମର କ୍ଷେତ୍ରେ ଜାଗ II

କାହାର ନିମକ କିଏ ସେ ଖାଇଛି
ଆରେ ଏ ନିମକ ସଚ୍ଚା,
ରକ୍ତ ଚଖାଇ ଦେଖାଇ ଦେବୁରେ
ପରଖ ଗୋରାର ବଚ୍ଚା,
ଛାଡ଼ରେ ଭାରତ ଛାଡ଼
ନିନ୍ଦୁକ ବୁକେ ବନ୍ଧୁକ ଦାଗି
ମୋ ଦେଶଭୂଇଁରୁ କାଢ୍ II

ଉପସ୍ଥାପନା: ଦେଵ ତ୍ରିପାଠୀ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago