ଲେଖା: ଅମ୍ବିକା ପଟ୍ଟନାୟକ
ଆମ ମାତୃଭାଷା ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା l ପାଲି ପ୍ରାକୃତ ସୌରସେନୀ ମାଗଧୀ ଦେଇ ସଂସ୍କୃତ ଭାଷା ଅନୁଗାମିନୀ l ଅଶୋକ ଖାରବେଳଙ୍କ ଶିଳାଲିପି ଠାରୁ ଆରମ୍ଭ କରି ଚର୍ଯାପଦ ସାରଳା ଦାସ, ପଞ୍ଚସଖା, ଦୀନକୃଷ୍ଣ, ଉପେନ୍ଦ୍ର ଭଞ୍ଜ, ରାଧାନାଥଙ୍କ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଦୀର୍ଘଯାତ୍ରା l
ତୁଳନାତ୍ମକ ଅଧ୍ୟୟନ କଲେ ଅନ୍ୟ ଭାରତୀୟ ଭାଷା ଅପେକ୍ଷା ଆମ ଓଡ଼ିଆ ଭାଷା ଅନ୍ୟ ଏକ ବୈଶିଷ୍ଟ୍ୟର ଅଧିକାରୀ, “ଯତ୍ ଲିଖିତଂ ତତ୍ ପଠିତଂ” l ଲେଖା ଅନୁସାରେ ହିଁ ଉଚ୍ଚାରଣ l
“କୃଷ୍ଣ” ଏଇ ଶବ୍ଦ ଓଡ଼ିଆରେ ହିଁ ପରିଷ୍କାର ଉଚ୍ଚାରଣ l ଅନ୍ୟ ଉତ୍ତର/ଦକ୍ଷିଣ ଭାରତୀୟ ଭାଷାରେ “କ୍ରିଷ୍ଣା” l ବଙ୍ଗଭାଷୀ ଗଣ “ମାତୃଭାଷା”, “କୃଷି “ଚଟ୍ଟୋପାଧ୍ୟାୟ” ଲେଖିଲେ ମଧ୍ୟ ଉଚ୍ଚାରଣ କରିବେ “କ୍ରିଷି” “ମାତ୍ରୀଭୂମି” ଓ “ଚଟ୍ଟୋପାଦ୍ଧାୟ ” ! ମରାଠୀ ଭାଷୀଗଣ “ଜ୍ଞାନେଶ୍ୱର” ଉଚ୍ଚାରଣ “ଦ୍ୟାନେଶ୍ୱର” ବା “ଡଣାନେଶ୍ୱର”; ତାମିଲଭାଷୀଙ୍କ “ଆଝାଗିରି” ଉଚ୍ଚାରଣ “ଆଲାଗିରି” ତ “କାନିମୋଝି” ଉଚ୍ଚାରଣ “କାନିମୋହି” !
ଇଂରାଜୀର ଉଚ୍ଚାରଣର ପ୍ରାୟ ନିୟମ ନାହିଁ “Tough” ଟଉଘ ନ ହୋଇ ଟାଫ ହୁଏ, କେମିଷ୍ଟ୍ରି କାହିଁକି ଚେମିଷ୍ଟ୍ରି ହୁଏନି ବା ସର୍କଲ କାହିଁକି କର୍କଲ ହୁଏନି କିଛି ବ୍ୟାକରଣଗତ ବ୍ୟାଖ୍ୟା ନାହିଁ l
ଅନ୍ୟଏକ ବୈଶିଷ୍ଟ୍ୟ ବର୍ଣ୍ଣମାଳା ସମୂହର ସଠିକ ଓ ବିଶଦ ପ୍ରୟୋଗର ଅଧିକାରୀ ଆମ ଓଡ଼ିଆ ଭାଷା । “ଳ” ଓ “ଣ”ର ଓଡ଼ିଆରେ ଯେପରି ବ୍ୟାପକ ପ୍ରୟୋଗ ହୁଏ ଅନ୍ୟ ଭାରତୀୟ ଭାଷାରେ ପ୍ରାୟ ନାହିଁ l “ଲ” ଓ “ନ” ଦେଇ ଚଳାଇ ନିଅନ୍ତି l ସଂସ୍କୃତରେ “ୟୋଗ”, “ୟଦା”, “ଜୟ” ମାତ୍ର ଗୋଟିଏ “ୟ”, ଓଡ଼ିଆରେ କିନ୍ତୁ “ଯୋଗ”, “ଯଦା” ଓ “ଜୟ”, ଅନ୍ତ୍ୟସ୍ଥ “ଯ” ର ପ୍ରୟୋଗ l
ବଙ୍ଗଳାରେ “ପଡେ ଯାବେ ” ଅର୍ଥ “ପଡ଼ି ଯିବେ ” କିନ୍ତୁ “ପଡୁନ ” ଅର୍ଥ “ପଢନ୍ତୁ “, “ପଡ଼ାନ” ଅର୍ଥ “ପଢ଼ାନ୍ତୁ” l ଓଡ଼ିଆରେ “ଢ” ଓ “ଢ଼”ର ପ୍ରୟୋଗ l
ଚସରଙ୍କ ଇଂରାଜୀ ଓ ସେକ୍ସପିଅର ଇଂରାଜୀଠାରୁ ଆଜିର ଇଂରାଜୀ ସମ୍ପୂର୍ଣ୍ଣ ଅଲଗା l କିନ୍ତୁ ୨୦୦୦ ବର୍ଷ ତଳର ପ୍ରାକୃତ କିମ୍ବା ୧୦୦୦ ବର୍ଷ ତଳର ଚର୍ଯ୍ୟାପଦ ସମୂହରେ ବ୍ୟବହୃତ କିଛି ଶବ୍ଦ ଆଜି ମଧ୍ୟ ଆମ ଓଡ଼ିଆ ଭାଷାରେ ପ୍ରଚଳିତ l
ଆଜି ମନେପଡ଼େ ସ୍ଵଭାଵକବିଙ୍କ ଏଇ ଉକ୍ତି:
“ଉଚ୍ଚ ହେବା ପାଇଁ ଯେବେ କର ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା l”
ଜୟ ଭାଷା ଜନନୀ ।।
ବନ୍ଦେ ଉତ୍କଳ ଜନନୀ ।।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…