ମହାମନିଷୀଗଣ

ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ କାହ୍ନୁଚରଣ ମହାନ୍ତି (Kanhucharan Mohanty)

ଲେଖା: ଦେଵ ତ୍ରିପାଠୀ
ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ ତଥା ମହାନ ସାହିତ୍ୟିକ କାହ୍ନୁଚରଣ ମହାନ୍ତି ।
ସାହିତ୍ୟ ସାଧନା ପ୍ରତି ମନ ବଳାଇଲା ସମୟରେ କାହ୍ନୁଚରଣଙ୍କ ଧାରଣା ଥିଲା ଯେ, ସଂସ୍କୃତରେ କବିତା ଲେଖି ହିଁ ସେ ଯଥାର୍ଥ କବି ହୋଇପାରିବେ, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦା କହୁଥିବା ଭାଷାରେ ମଧ୍ୟ ଗଳ୍ପ ଉପନ୍ୟାସ ଲେଖାଯାଇପାରିବ । ତା’ ପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।
ଶାସ୍ତି, କା, ଝଡ଼, ହା ଅନ୍ନ, ଚୋରାଚାହାଣି, ମାୟାବର୍ତ୍ତ, ଲଲାଟ ଲିଖନ, ଅଭିନେତ୍ରୀ, ମନ ଜାଣେ ପାପ, ପରୀ, ବାଲିରାଜା ପରି ଅସଂଖ୍ୟ କ୍ଲାସିକ ଉବନ୍ୟାସମାନ ରଚନା କରି ସେ ଓଡ଼ିଆ ସାହିତ୍ୟାକାଶରେ ଚିରଭାସ୍ୱର ହୋଇପାରିଛନ୍ତି I
କଟକ ଜିଲ୍ଲା ନାଗବାଲି ଗ୍ରାମରେ ୧୯୦୬ ମସିହା ଅଗଷ୍ଟ ୧୧ ତାରିଖରେ ଜନ୍ମିତ କାହ୍ନୁଚରଣ ବହୁ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇ ଓଡ଼ିଆ ସାହିତ୍ୟ ଓ ବିମୁଗ୍ଧ ପାଠକମାନଙ୍କୁ ମହିମାମଣ୍ଡିତ କରିପାରିଛନ୍ତି I ୧୯୬୦ ରୁ ୧୯୯୦ ମଧ୍ୟରେ ସେ ଥିଲେ ସବୁଠାରୁ ଲୋକପ୍ରିୟ ଔପନ୍ୟାସିକ । ଓଡ଼ିଶାର ଯୁବପାଠକେ ତାଙ୍କ ବହି ଥରେ ଆରମ୍ଭ କଲେ ଶେଷ ନ କରିବା ପର୍ଯ୍ୟନ୍ତ ଅଟକୁ ନଥିଲେ ।
କାହ୍ନୁଚରଣଙ୍କ ରଚିତ ବହୁ ଉପନ୍ୟାସ ଚଳଚ୍ଚିତ୍ରର ରୂପ ପାଇ ପୁରସ୍କୃତ ହେବା ସହ ଦେଶର ବିଭିନ୍ନ ଭାଷାରେ ଅନୁବାଦିତ ହୋଇ ଓଡ଼ିଆ ଭାଷାସାହିତ୍ୟକୁ ଦେଇଛି ସ୍ୱତନ୍ତ୍ର ମର୍ଯ୍ୟାଦା I କେବଳ ସେତିକି ନୁହେଁ, ତାଙ୍କର ସାହିତ୍ୟ କୃତି, କୀର୍ତ୍ତି ଓ ସାଫଲ୍ୟ ଅନୁପ୍ରାଣିତ କରିଛି ଅନେକ ସାହିତ୍ୟିକଙ୍କୁ, ପରୋକ୍ଷ ପ୍ରରୋଚନା ଦେଇଛି ଉପନ୍ୟାସ ରଚନା କରିବାକୁ I
୧୯୯୪ ଏପ୍ରିଲ ୬ ତାରିଖରେ ପରଲୋକ ଗମନ କରିଥିଲେ ଏହି ମହାନ ସାଧକ । ଓଡ଼ିଆ ଭାଷା ସାହିତ୍ୟରେ କାହ୍ନୁଚରଣଙ୍କ ଅବଦାନ ଚିରଭାସ୍ୱର ଓ ଚିରସ୍ମରଣୀୟ I
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago