ପର୍ଯ୍ୟଟନ କ୍ଷେତ୍ର

ଆଠଗଡ଼ ପାଟଣାର ଐତିହ୍ୟରାଜି (Heritage Sites of Athagadapatna)

ଲେଖା: ରବୀନ୍ଦ୍ର କୁମାର ରଣା

ମଧ୍ୟଯୁଗୀୟ ଓଡ଼ିଶାର ପ୍ରାଚୀନ କଳା ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ଗ୍ରାମ ହେଉଛି ଗଞ୍ଜାମର ଆଠଗଡ଼ପାଟଣା । ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀର ୧୫ରୁ ଉର୍ଦ୍ଧ୍ବ ପ୍ରାଚୀନ କିର୍ତ୍ତିରାଜି ଏହି ଗ୍ରାମରେ ଦେଖିବାକୁ ମିଳେ ।

ଇତିହାସର ତଥ୍ୟାବଳୀ ଅନୁଯାୟୀ ତକି ଖାଁର ଜଗନ୍ନାଥ ମନ୍ଦିର ଆକ୍ରମଣ ସମୟରେ ଏହି ଆଠଗଡ଼ ପାଟଣାର ରାଜା ଜଗନ୍ନାଥ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଗଜପତି ରାମଚନ୍ଦ୍ର ଦେବଙ୍କୁ ଶରଣ ଦେଇଥିଲେ । ତେଣୁ ଏହି ସ୍ଥାନକୁ ଶରଣ ଶ୍ରୀକ୍ଷେତ୍ର ମଧ୍ଯ କୁହଯାଏ।

ଏହାକୁ ଅଷ୍ଟଦୁର୍ଗ ବା ଆଠଗଡ଼ କୁହାଯିବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଏହା ଏକ ଗଡ଼ଜାତ ରାଜ୍ୟ ଥୁଲା, ଏବଂ ଏହାର ଚାରିପାଖରେ ସୁନ୍ଦର ବନାନୀ ଓ ଫୁଲ ବଗିଚା ଥିଲା । ନାଗେଶ୍ଵର ଫୁଲର ବଗିଚା ଏହାକୁ ଅଧିକ ସୁନ୍ଦରମୟ କରୁଥିଲା । ଏହି ଆଠଗଡ଼ ରାଜ୍ୟର ଚାରିପାଖେ ଆଠଟି ସୁରକ୍ଷିତ ପ୍ରାଚୀର ସଦୃଶ ଦୁର୍ଗ ରହିଥିଲା, ତେଣୁ ଏହାର ନାମକରଣ ଏଇଭଳି ହୋଇଛି । ସେହି ଆଠଟି ଦୁର୍ଗ ମଧ୍ୟରେ ଖିଲାଡ଼ି, ପାଣ୍ଡିରିପଡ଼ା, ବତପଙ୍କଳବାଡ଼ି, ଶିକୁଳା, ଘାଟିପାରି, ଜକର ଯମୁନା ଦୁର୍ଗ, ରୁମାଗଡ଼,ପାଟିଗଡ଼ ଦୁର୍ଗ ସୁରକ୍ଷାର କବଚ ଭାବେ ରାଜ୍ୟକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ, ଆଉ ମଧ୍ଯ ଏବେ ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହଡ଼ରୁ ତେଲୁଗୁ ଏବଂ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର ଥିବା ଶିଳାଲିପିର ସନ୍ଧାନ କରାଯାଇଛି। ଶିଳାଲିପି ବ୍ୟତୀତ ନାଗରୀ ପାହାଡ଼ ପାଦଦେଶରେ ଅନେକ ଖପରା ମଧ୍ୟ ମିଳିଛି।


ଉକ୍ତ ଖପରାରୁ ଅନୁମାନ କରାଯାଏ ଏହି ନାଗରୀ ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାକ-ଐତିହାସିକ ଯୁଗର ନୂତନ ପ୍ରସ୍ତର ସଂସ୍କୃତି ମଧ୍ୟ ସେଠାରେ ବିକାଶ ଲାଭ କରିଥିଲା । ତେବେ ଏହି ଭଳି ଏକ ସଂସ୍କୃତି ସମ୍ପନ୍ନ ଐତିହାସିକ ଗ୍ରାମରେ ୧୭୨୮ ମସିହାରେ ଆଠଗଡ ରାଜା ଶ୍ରୀଜଗନ୍ନାଥ ହରିଚନ୍ଦନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ଯାହାକି ଅତୀବ ସୁନ୍ଦର, ମନମୋହିଲା ଭଳି ଜାଗା ଟିଏ । ଏହା ବ୍ୟତୀତ ମାଉସୀମା’ ମନ୍ଦିର, ନୃସିଂହ ମନ୍ଦିର, କର୍ଣ୍ଣେଶ୍ଵର ଶିବ ମନ୍ଦିର, ନାରାୟଣୀ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ଗୋପୀନାଥ ମନ୍ଦିର, କୁଞ୍ଜବିହାରୀ ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର, କନକଦୁର୍ଗା ମନ୍ଦିର, ଲଙ୍ଗଳବେଣୀ ରାଜବାଟି, କବିସୂର୍ଯ୍ୟ ବଳଦେବ ରଥଙ୍କ ପ୍ରତିମୂର୍ତ୍ତି ଇତ୍ଯାଦି ଅନେକ ପ୍ରାଚୀନ କିର୍ତ୍ତୀ ଏଠାରେ ଦେଖିବାକୁ ମିଳେ । ମାତ୍ର ଏବେ ମାଉସୀ ମା ମନ୍ଦିର ଅତ୍ୟନ୍ତ ପରିତ୍ୟକ୍ତ, କବାଟ ଝରକା ନାହିଁ ଭିତର ପ୍ରାଙ୍ଗଣରେ ଗଛ, ଆବର୍ଜନା, ସାପ ଓ ଚେମେଣୀରେ ଭର୍ତି । ରାଜବାଟି ଅବସ୍ଥା ତ କହିଲେ ନ ସରେ. ଭଙ୍ଗା ଭୂତକୋଠି ଭଳି ଦିଶୁଚି । ହେଲମେଟ ପିନ୍ଧି ବି ଭିତରକୁ ଯିବା ବିପଦପୂର୍ଣ୍ଣ । ତେଣୁ ଏହି ପ୍ରାଚୀନ ଐତିହାସିକ ପୀଠଗୁଡିକର ସୁରକ୍ଷା ପାଇଁ ଧ୍ୟାନ ଦିଆଯିବା ଉଚିତ ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago