ଲେଖା: ରବୀନ୍ଦ୍ର କୁମାର ରଣା

ଢ଼େଙ୍କାନାଳ ଜିଲ୍ଲା ତାଳଚେର ସହରଠାରୁ ୯ କି.ମି. ଦୂରରେ ଥିବା ସରାଙ୍ଗ ଗ୍ରାମରେ ଅନନ୍ତଶାୟୀ ବିଷ୍ଣୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଅବସ୍ଥିତ ।

ସରାଙ୍ଗ ଗ୍ରାମ ଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ ଗର୍ଭରେ ଏହି ମୂର୍ତ୍ତି ରହିଛି । ଯେତେବେଳେ ବ୍ରାହ୍ମଣୀ ନଦୀର ଜଳ କମି ଯାଇଥାଏ, ସେତେବେଳେ ଭଗବାନ ବିଷ୍ଣୁଙ୍କର ଏହି ଶୟନ ମୂର୍ତ୍ତି ଦେଖିବାକୁ ମିଳିଥାଏ । ନବମ ଶତବ୍ଦୀରେ ଏହି ଅଞ୍ଚଳରେ ଶୁଳ୍କୀ ବଂଶୀୟ ରାଜାମାନେ ଶାସନ କରୁଥିଲେ । ଏହି ସରାଙ୍ଗ ବଜାର ଠାରୁ ମାତ୍ର ୭ କି.ମି. ଦୂରରେ କୁଆଲୋଠାରେ ସେମାନଙ୍କ ରାଜଧାନୀ ଥିଲା । ସେମାନେ ଭୌମକର ରାଜାମାନଙ୍କର ଅଧୀନସ୍ଥ ରାଜା ଥିଲେ । ହୁଏତ ଏହି ଶୁଳ୍କୀବଂଶୀୟ ରାଜାମାନେ ଏହା ନିର୍ମାଣ କରି ଥାଇ ପାରନ୍ତି । କିନ୍ତୁ କେତେକ ଇତିହାସ ତଥ୍ଯ ଅନୁସାରେ ଏହା ଭୌମକର ମାନଙ୍କର କିର୍ତ୍ତୀ ବୋଲି ଜଣାଯାଏ ।


ଏଠାରେ ଥିବା ବିଷ୍ଣୁଙ୍କ ମୂର୍ତ୍ତିର ଲମ୍ବ ୫୧ ଫୁଟ ଏବଂ ଚଉଡା ୨୩ ଫୁଟ ଅଟେ । ଭଗବାନ ବିଷ୍ଣୁଙ୍କର ଏହି ମୂର୍ତ୍ତୀକୁ ନଦୀ ଶଯ୍ୟାରେ ଥିବା କଳା ମୁଗୁନି ପଥର ଶିଳା ଖଣ୍ଡକୁ ଖୋଦନ କରାଯାଇ ପ୍ରସ୍ତୁତ କରାଯାଇଛ । ଏଥିରେ ବିଷ୍ଣୁଙ୍କର ଚାରୋଟି ହାତ ରହିଛି, ସେହି ଚାରୋଟି ହାତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧରିଛନ୍ତି ଏବଂ ମସ୍ତକରେ ଅନନ୍ତ ସର୍ପ ଘେରି ରହିଛନ୍ତି । ବିଷ୍ନୁଙ୍କର ଏହି ମୂର୍ତ୍ତିରେ ତୀକ୍ଷଣ ନାକ ଏବଂ ମୁଣ୍ଡରେ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଥାଏ, ଏହା ‘କିରୀଟମୁକୁଟ’ ବୋଲି ଜଣା ।


ସରାଙ୍ଗ ବଜାରରୁ ୨କି.ମି. ଦୂର ବ୍ରାହ୍ମଣୀ ନଦୀକୂଳରେ ଏହି ଅନନ୍ତଶାୟୀ ବିଷ୍ନୁ ମୂର୍ତ୍ତି ଅବସ୍ଥିତ, ମାତ୍ର ଏହାର ଚାରିପଟେ କିଛି ଆବଦ୍ଧ ନାହିଁ, ତେଣୁ ମୂର୍ତ୍ତୀ ନିକଟରେ ଗାଈଗୋରୁ ମାନେ ମଳ ତ୍ୟାଗ କରୁଥିବା ଓ ଲୋକ ମାନେ ନଦୀରେ ଗାଧୋଇ ଚାରିଆଡ଼େ ଲୁଗା ଶୁଖାଉଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳେ । ମୂର୍ତ୍ତୀଟି ଖୋଲା ଆକାଶ ତଳେ ଥିବାରୁ ବର୍ଷା ପବନରେ କିଛି ଖାଇ ଗଲାଣି ତେଣୁ ଏହା ଚାରିପଟେ ଲୁହା ଜାଲି ଦେବା ସହ ଉପରେ ଛାତ ପରି କିଛି ଆବଦ୍ଧ କରାଗଲେ ସୁରକ୍ଷିତ ରହି ପାରନ୍ତା । ଏହି ସ୍ଥାନଟି ASI ଅଧୀନରେ ରହିଛି ତେଣୁ ଏହାର ସୁରକ୍ଷା ପାଇଁ ASI ଧ୍ୟାନ ଦେବା ଉଚିତ । 

Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago