ଲେଖା: ରବୀନ୍ଦ୍ର କୁମାର ରଣା
ଢ଼େଙ୍କାନାଳ ଜିଲ୍ଲା ତାଳଚେର ସହରଠାରୁ ୯ କି.ମି. ଦୂରରେ ଥିବା ସରାଙ୍ଗ ଗ୍ରାମରେ ଅନନ୍ତଶାୟୀ ବିଷ୍ଣୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଅବସ୍ଥିତ ।
ସରାଙ୍ଗ ଗ୍ରାମ ଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ ଗର୍ଭରେ ଏହି ମୂର୍ତ୍ତି ରହିଛି । ଯେତେବେଳେ ବ୍ରାହ୍ମଣୀ ନଦୀର ଜଳ କମି ଯାଇଥାଏ, ସେତେବେଳେ ଭଗବାନ ବିଷ୍ଣୁଙ୍କର ଏହି ଶୟନ ମୂର୍ତ୍ତି ଦେଖିବାକୁ ମିଳିଥାଏ । ନବମ ଶତବ୍ଦୀରେ ଏହି ଅଞ୍ଚଳରେ ଶୁଳ୍କୀ ବଂଶୀୟ ରାଜାମାନେ ଶାସନ କରୁଥିଲେ । ଏହି ସରାଙ୍ଗ ବଜାର ଠାରୁ ମାତ୍ର ୭ କି.ମି. ଦୂରରେ କୁଆଲୋଠାରେ ସେମାନଙ୍କ ରାଜଧାନୀ ଥିଲା । ସେମାନେ ଭୌମକର ରାଜାମାନଙ୍କର ଅଧୀନସ୍ଥ ରାଜା ଥିଲେ । ହୁଏତ ଏହି ଶୁଳ୍କୀବଂଶୀୟ ରାଜାମାନେ ଏହା ନିର୍ମାଣ କରି ଥାଇ ପାରନ୍ତି । କିନ୍ତୁ କେତେକ ଇତିହାସ ତଥ୍ଯ ଅନୁସାରେ ଏହା ଭୌମକର ମାନଙ୍କର କିର୍ତ୍ତୀ ବୋଲି ଜଣାଯାଏ ।
ଏଠାରେ ଥିବା ବିଷ୍ଣୁଙ୍କ ମୂର୍ତ୍ତିର ଲମ୍ବ ୫୧ ଫୁଟ ଏବଂ ଚଉଡା ୨୩ ଫୁଟ ଅଟେ । ଭଗବାନ ବିଷ୍ଣୁଙ୍କର ଏହି ମୂର୍ତ୍ତୀକୁ ନଦୀ ଶଯ୍ୟାରେ ଥିବା କଳା ମୁଗୁନି ପଥର ଶିଳା ଖଣ୍ଡକୁ ଖୋଦନ କରାଯାଇ ପ୍ରସ୍ତୁତ କରାଯାଇଛ । ଏଥିରେ ବିଷ୍ଣୁଙ୍କର ଚାରୋଟି ହାତ ରହିଛି, ସେହି ଚାରୋଟି ହାତରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମ ଧରିଛନ୍ତି ଏବଂ ମସ୍ତକରେ ଅନନ୍ତ ସର୍ପ ଘେରି ରହିଛନ୍ତି । ବିଷ୍ନୁଙ୍କର ଏହି ମୂର୍ତ୍ତିରେ ତୀକ୍ଷଣ ନାକ ଏବଂ ମୁଣ୍ଡରେ ମୁକୁଟ ପିନ୍ଧିଥିବାର ଦେଖିବାକୁ ମିଳିଥାଏ, ଏହା ‘କିରୀଟମୁକୁଟ’ ବୋଲି ଜଣା ।
ସରାଙ୍ଗ ବଜାରରୁ ୨କି.ମି. ଦୂର ବ୍ରାହ୍ମଣୀ ନଦୀକୂଳରେ ଏହି ଅନନ୍ତଶାୟୀ ବିଷ୍ନୁ ମୂର୍ତ୍ତି ଅବସ୍ଥିତ, ମାତ୍ର ଏହାର ଚାରିପଟେ କିଛି ଆବଦ୍ଧ ନାହିଁ, ତେଣୁ ମୂର୍ତ୍ତୀ ନିକଟରେ ଗାଈଗୋରୁ ମାନେ ମଳ ତ୍ୟାଗ କରୁଥିବା ଓ ଲୋକ ମାନେ ନଦୀରେ ଗାଧୋଇ ଚାରିଆଡ଼େ ଲୁଗା ଶୁଖାଉଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳେ । ମୂର୍ତ୍ତୀଟି ଖୋଲା ଆକାଶ ତଳେ ଥିବାରୁ ବର୍ଷା ପବନରେ କିଛି ଖାଇ ଗଲାଣି ତେଣୁ ଏହା ଚାରିପଟେ ଲୁହା ଜାଲି ଦେବା ସହ ଉପରେ ଛାତ ପରି କିଛି ଆବଦ୍ଧ କରାଗଲେ ସୁରକ୍ଷିତ ରହି ପାରନ୍ତା । ଏହି ସ୍ଥାନଟି ASI ଅଧୀନରେ ରହିଛି ତେଣୁ ଏହାର ସୁରକ୍ଷା ପାଇଁ ASI ଧ୍ୟାନ ଦେବା ଉଚିତ ।
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…