ହୁକିଟୋଲା

ଲେଖା: ଋଷିରାଜ ପଟ୍ଟନାୟକ

ଇତିହାସର ସ୍ମୃତିରେ ହୁକିଟୋଲା ଦ୍ୱୀପ ଓ ଓଡ଼ିଶାର ପ୍ରଥମ ବତୀଘର । କେନ୍ଦ୍ରାପଡ଼ାରୁ ୫୫କି.ମି. ଗଲାପରେ ମହାକାଳପଡ଼ା ପଡ଼ିଥାଏ l ଏଠାରୁ ଅନତି ଦୂରରେ ରାମନଗର ଓ ଖରନାସି ଅବସ୍ଥିତ । ବାଟରେ ଯିବାବେଳେ ପଡ଼ିଥାଏ ଏହି ଅଞ୍ଚଳର ଆରାଧ୍ୟ ଦେବୀଙ୍କ ପୀଠ ଯିଏ ବଙ୍ଗୋପସାଗର କୂଳରେ ମା’ ରାମଚଣ୍ଡୀଙ୍କ ରୂପେ ପୂଜିତ ଓ ଛୋଟ ବଜାରଟିଏ ମଧ୍ୟ ଅଛି ଏଠାରେ । ବଜାରଠାରୁ ହୁକିଟୋଲା ଦ୍ବୀପକୁ ଯିବାକୁ ହେଲେ ପାର୍ଶ୍ୱରେ ଥିବା ମହାନଦୀ ମୁହାଣରୁ ଯନ୍ତ୍ରଚାଳିତ ଡଙ୍ଗାର ସାହାଯ୍ୟ ନେବାକୁ ହୁଏ । ନଦୀରେ ଦଶରୁ ୧୫କି.ମି. ଯାତ୍ରା କରିବା ପରେ ସମୁଦ୍ର ମଧ୍ୟ ଭାଗରେ ଅବସ୍ଥିତ ଏହି ବହୁ ପୁରାତନ ହୁକିଟୋଲା !

ବ୍ରିଟିଶ ସମୟର କୋଠାଟିଏ । ନଦୀର ଜଳଯାତ୍ରା ସମୟରେ ଉଭୟ ପାର୍ଶ୍ୱରେ ଦୃଶ୍ୟମାନ ହୋଇଥାଏ ସବୁଜମୟ ହେନ୍ତାଳବଣ ଯାହା ପ୍ରକୃତିର ଶାନ୍ତ, ଶୀତଳ, ସ୍ନିଗ୍ଧ ବାତାବରଣ ପର୍ଯ୍ୟଟକଙ୍କ ମନକୁ ବିଭୋର କରିଥାଏ ।

୧୮୬୭ ମସିହାରେ ଓଡ଼ିଶା ବ୍ରିଟିଶ ସରକାରଙ୍କ ଅଧୀନରେ ଥିବା ସମୟରେ ଏହି କୋଠାକୁ ନିର୍ମାଣ କରାଯାଇଥିଲା ଉଦ୍ଦେଶ୍ୟ ଥିଲା ବର୍ଷାଜଳ ସଂରକ୍ଷଣ କରିବା ଓ ଖାଦ୍ୟଶସ୍ଯ ମହଜୁଦ ରଖିବା ନିମନ୍ତେ । ଇତିହାସ ସୂତ୍ରରୁ ପ୍ରମାଣ ମିଳେ ବିହାର ରାଜ୍ୟରେ ସେ ସମୟରେ ଭୟଙ୍କର ମରୁଡ଼ି ଓ ଖାଦ୍ୟଶସ୍ୟର ଅଭାବକୁ ଏଡ଼ାଇବା ପାଇଁ ବ୍ରିଟିଶ ସରକାର ଏହି କୋଠାଟିକୁ ନିର୍ମାଣ କରିଥିଲେ । ଦୂରରୁ ଦେଖିଲେ ଯଦିଓ ଏହା ରାଜପ୍ରାସାଦର ଭ୍ରମ ସୃଷ୍ଟି କରିଥାଏ କିନ୍ତୁ ନିକଟରୁ ଦେଖିଲେ ଏହା ରାଜପ୍ରାସାଦ ନୁହେଁ ବୋଲି ସ୍ପଷ୍ଟ ଜଣାପଡ଼େ। ଚତୁର୍ପାର୍ଶ୍ୱରେ ବଙ୍ଗୋପସାଗରନୀଳ ଜଳରାଶି, ଘଞ୍ଚ ଝାଉଁଗଛ ଓ ଅନ୍ୟାନ୍ୟ ଗଛରେ ଭରପୂର ଅରଣ୍ୟ ମଧ୍ୟରେ ୧୦ ହଜାର ବର୍ଗ ପରିମିତ ଅଞ୍ଚଳରେ ଦଣ୍ଡାୟମାନ ଏହି ଗୃହଟି ବ୍ରିଟିଶ ସମୟର ସର୍ବଶ୍ରେଷ୍ଠ କୀର୍ତ୍ତିରାଜି ବୋଲି ମନେ ହୁଏ ।

~ ହୁକିଟୋଲା ଦ୍ୱୀପର ବତୀଘର ~
କୁହାଯାଏ ଏହା ହେଉଛି ଭାରତର ସର୍ବପୁରାତନ ବତୀଘର ଯାହା ଆଣ୍ଡାମାନ ଦ୍ଵୀପପୁଞ୍ଜରେ ଥିବା ବତୀଘରର ସମସାମୟିକ। ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀର ଜାହାଜ ଗୁଡ଼ିକ କଲିକତା ଯିବା ସମୟରେ ଏହି ନଦୀମୁହାଣ ନିକଟରେ ବାଟବଣା ହେଉଥିବାରୁ କମ୍ପାନୀ ପକ୍ଷରୁ ୧୮୩୦ ମସିହାରେ ଏଠାରେ ଏକ ଲାଇଟ ହାଉସ ସ୍ଥାପନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୧୮୩୬ ମସିହା ଡିସେମ୍ବର ୬ ତାରିଖରେ ବତୀଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୧୮୩୭ ମସିହା ଅକ୍ଟୋବର ୧୬ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ବତୀଘରୁ ପ୍ରଥମ ଆଲୋକ ବ୍ୟବସ୍ଥା ୧୮୩୮ ମସିହା ମାର୍ଚ୍ଚ ୧ ତାରିଖରୁ ଶୁଭାରମ୍ଭ ହୋଇଥିଲା । କିନ୍ତୁ ଲାଇଟ ହାଉସ ନିର୍ମାଣ ହୋଇଥିବା ଜମିଟି ସେତେବେଳେ ବର୍ଦ୍ଧମାନ ମହାରାଜଙ୍କ ଅଧୀନରେ ଥିଲା ଓ ଇଷ୍ଟ ଇଣ୍ଡିଆ କମ୍ପାନୀର ଅନୁରୋଧ କ୍ରମେ ମହାରାଜ ସେହି ଜମିଟିକୁ କମ୍ପାନୀକୁ ଉପହାର  ଦେଇଥିଲେ ।

ଏହା ଓଡ଼ିଶାର ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳ । ଇଂରେଜ ଶାସନ ସମୟରେ ହୁକିଟୋଲା ଦ୍ୱୀପର ଫଲ୍‌ସ ପଏଣ୍ଟ ବନ୍ଦର ରୂପେ ବ୍ୟବହାର କରାଯାଉଥିଲା । ୧୮୮୫ ମସିହା ସେପ୍ଟେମ୍ବର ୨୨ ତାରିଖରେ ଏକ ବିଧ୍ୱଂସୀ ଝଡ଼ରେ ବନ୍ଦରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିଲା । ଅନ୍ୟ ଏକ କାରଣ ସମୁଦ୍ରର ସ୍ଥିତି ପରିବର୍ତ୍ତନ ଏବଂ ନଦୀବାହିତ ବାଲି ଓ ପଟୁମାଟିଦ୍ୱାରା ବନ୍ଦରଟି ଦ୍ରୁତଗତିରେ ପୋତିହେବା ଯୋଗୁଁ ଏହା ବନ୍ଦର ନିମନ୍ତେ ଅନୁପଯୁକ୍ତ ହୋଇପଡ଼ିଲା ଏବଂ ୧୯୨୪ ମସିହା ଅକ୍ଟୋବର ୨୨ ତାରିଖରେ ଏହାକୁ ବନ୍ଦ କରି ଦିଆଗଲା । କେବଳ ସେଠାରେ ଥିବା କୋଠାବାଡ଼ିର ରକ୍ଷଣାବେକ୍ଷଣ ନିମନ୍ତେ ଜଣେ ଜଗୁଆଳ ରହିଲା ।

ଦ୍ରୁତ ମୃତ୍ତିକା କ୍ଷୟଯୋଗୁଁ, ଏହାର ଲୁଣା ଜଙ୍ଗଲକୁ ସଂରକ୍ଷିତ ଘୋଷିତ କରାଯାଇଛି । ଜନ ବୀମସ ତାଙ୍କ ସ୍ମୃତିକଥାରେ ହୁକିଟୋଲା ନିର୍ମାଣ କାର୍ଯ୍ୟ ୧୮୬୬-୬୭ ମସିହାରୁ ଆରମ୍ଭ ହୋଇଥିବା ବର୍ଣ୍ଣନା କରିଛନ୍ତି । ୧୮୭୫-୭୬ ବେଳକୁ ଓଡ଼ିଶାରେ ଏକ ବନ୍ଦର ସ୍ଥାପନର ଆବଶ୍ୟକତା ଅନୁଭୂତ ହୋଇଥିଲା । ରେଭେନ୍ସା ସାହେବ (କମିଶନର), ୱାକର (ମିସ୍ତ୍ରୀବିଭାଗର ଅଧୀକ୍ଷଣ ଯନ୍ତ୍ରୀ) ଏବଂ ମାକ୍‌ଫର୍ସନ (କଲେକ୍ଟର) ପ୍ରଭୃତି ବର୍ତ୍ତମାନର ଫଲ୍‌ସ ପଏଣ୍ଟ ପର୍ଯ୍ୟନ୍ତ ଯାଇ ଏଥିଲାଗି ଗୋଟିଏ ସ୍ଥାନ ବାଛିଥିଲେ ।

ପ୍ରଥମେ ଏହି ଜାଗାଟିର କୌଣସି ନାମ ନଥିଲା । ମାକ୍‌ଫର୍ସନଙ୍କ ପ୍ରସ୍ତାବ ଅନୁସାରେ ଇଞ୍ଜିନିୟର୍‌ଙ୍କ ନାମ (ହୁକିୱାକର) ଅନୁସାରେ ସ୍ଥାନର ନାମ ରଖାଗଲା ହୁକିଟୋଲା । ଐତିହାସିକ ଡବ୍ଲୁ.ବି.ହଣ୍ଟର ନାମର ପ୍ରକୃତ କାରଣ ସମ୍ପର୍କରେ ଜାଣିନଥିବାରୁ ଏହାର ଏକ ବିଚିତ୍ର ବ୍ୟାଖ୍ୟା କରିଛନ୍ତି । ତାଙ୍କ ମତରେ ‘ହୁକି’ ଅର୍ଥ ‘ହୁଙ୍କା’ ଏବଂ ‘ଟୋଲା’ ଅର୍ଥ ହେଉଛି ତୋଳା ବା ଓଜନର ଏକ ପରିମାଣ ।

ଏହା ଫଲ୍‌ସ ପଏଣ୍ଟ ବନ୍ଦରର ଗୋଦାମଘର ରୂପରେ ବ୍ୟବହୃତ ହେଉଥିଲା । କ୍ୟାପ୍ଟେନ୍ ହ୍ୟାରିସ୍‌ଙ୍କ ଇଚ୍ଛା ଅନୁସାରେ ଜମ୍ବୁଦ୍ୱୀପରେ ଇଂରେଜଙ୍କଦ୍ୱାରା ନିର୍ମିତ ହୋଇଥିଲା । ଏହାର ଏକ ବାତ୍ୟା ପ୍ରତିରୋଧୀ ଗୋଦାମରେ ଚାଉଳ ରଖାଯାଉଥିଲା । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୧୫୦ଫୁଟ ଓ ୭୫ଫୁଟ । ଛାତର କ୍ଷେତ୍ରଫଳ ୧୧,୨୫୦ ବର୍ଗଫୁଟ । ଏଥିରେ ୧୧ଟି ବଡ଼ ଓ ୯ଟି ଛୋଟ କୋଠରୀ ଅଛି । ଭୂମିଠାରୁ ଛାତ ପର୍ଯ୍ୟନ୍ତ ଉଚ୍ଚତା ୩୦ଫୁଟ । ସେଠାରେ ଘରର ଛାତ ଏଭଳିଭାବରେ ତିଆରି ହୋଇଛି ଯେ, ଛାତରୁ ବର୍ଷାପାଣି ଗଡ଼ିଯାଇ କୋଠାଦୁଇପଟରେ ଥିବା ଦୁଇଟି କୂପରେ ସଞ୍ଚିତ ହୋଇ ପାନୀୟଜଳ ରୂପରେ ବ୍ୟବହୃତ ହୁଏ । ମଧୁର ଜଳ ମିଳିବାର ସମସ୍ୟା ରହିଥିବାରୁ ଏହି ବ୍ୟବସ୍ଥା କରାଯାଇଛି । ୨୦୧୩ ମସିହା ବେଳକୁ ଏହାକୁ ଏକ ପର୍ଯଟନ ସ୍ଥଳ ରୁପେ ବ୍ୟବହାର କରାଗଲା ।

Here are some of the interesting facts of the age-old building.

1] During the 1866 famine, which wiped out a third of Odisha’s population, this warehouse played an important role in supplying rice. The structure of the building, the position of the windows allowed cross ventilation that helped the grains to stay fresh.

2] This building had a rainwater harvesting system as well, to meet the drinking needs of the sailors. The roof, made of brick and iron beams, has a slight slope to allow rainwater to flow down to the underground sump through iron pipes. These iron pipes were not just channels for water to flow down, but also acted as water filters.

3] It is constructed over 7,000 square feet, with white, blue, black and green laterite stones, fixed using traditional lime mortar.

4] It has six large rectangular rooms, and a terrace accessible via two staircases, perfected in an aesthetic manner, setting examples of neo classical architecture.

5] This Hukitola island was abandoned in July 1924. In 1979, nearly 1,400 acres were notified as a reserve forest. The island has a rich mangrove and one can spot two species of horseshoe crabs here.

6] In the 1875 cyclone, the French ship, ‘Ville-de-Paris’ sunk near the island. This ship, as per the State Forest Department’s research, carried food grain, sugar, liquor, wine and other goods from Paris.

The hull of this ship was recently spotted at low tide. The dead bodies of those who drowned with the ship were buried in a cemetery near the lighthouse there.

References: 1. Autobiography of John Beames (Memoires of a Bengal Civilian);
2. Kendrapada Gazetteer; and
3. An article by Subrat Swain, Praveen Bhushan and K.J.S.Chatrath

Pic Credited:- Udayan Sarathi

#ଜଣାଅଜଣା

Leave a Comment

Your email address will not be published. Required fields are marked *

Scroll to Top