Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ଶାସ୍ତ୍ରୀୟ ଓଡ଼ିଆ ଭାଷା

  • adminadmin
  • November 13, 2020
  • ଭାଷା ଓ ସାହିତ୍ୟ

ଲେଖା: ଶିଶିର ସାହୁ ମନୋଜ

କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷାର ଅନ୍ଯ ନାମ ଜାଣିଛନ୍ତି କି ?

ଆମ କଳିଙ୍ଗଦେଶର ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷା ଅନେକ ନାମର ଅଧିକାରୀ । ଏହି ଭାଷାର ସମ୍ବଲପୁରୀ, ଦେଶିଆ, ବାଥୁଡୀ଼, ଭତ୍ରୀ, ହଲଵୀ, ସାଦ୍ରୀ, ଅଘରିଆ, ଗଞ୍ଜାମୀ, ଢେଙ୍କାନାଳୀ, ସୁନ୍ଦରଗଡୀ, ଷଡ଼ଶୀ, ବାଲେଶ୍ଵରୀ, ମେଦିନୀପୁରୀ, କୁପିଆ, ରେଲୀ ଓ କଟକୀ ଇତ୍ଯାଦି ଚାଳିଶରୁ ଅଧିକ ପ୍ରମୁଖ ଶୈଳୀ ରହିଛି । ଏତଦ୍ବ୍ୟତୀତ ସମଗ୍ର କଳିଙ୍ଗ ଦେଶରେ ଏହାର ଅନେକ ଆଞ୍ଚଳିକ ବୋଲୀ ମଧ୍ୟ ଚଳୁଅଛି ।

ଆମ ରାଷ୍ଟ୍ରଭାଷା ଶାସ୍ତ୍ରୀୟ ଓଡ଼ିଆ ଭାଷା ମଧ୍ୟ ଅନେକ ନାମର ଅଧିକାରୀ !

୧. ଉଡ୍ର ଵିଭାଷା:
ଓଡ଼ିଆ ଭାଷାର ୨୪୦୦ ଵର୍ଷ ପୁରାତନ ଭରତକୃତ ନାଟ୍ୟଶାସ୍ତ୍ରରେ ଉଲ୍ଲେଖ ଥିଵା ପ୍ରାଚୀନ ନାମ ଵିଶେଷ । ତତ୍କାଳୀନ ଯୁଗରେ ଏହି ଭାଷା ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଵସଵାସ କରୁଥିଵା ଉଡ୍ରୀ ଚାଷୀମାନଙ୍କର କଥିତ ଭାଷା ଥିଲା ଯାହା ପରଵର୍ତ୍ତୀକାଳରେ ଏ ଜାତି ରାଜନୈତିକ କ୍ଷମତା ସମ୍ପନ୍ନ ହେଲାରୁ ଆଜି ସମଗ୍ର ଓଡ଼ିଶାରେ ବହୁ ପ୍ରଚଳିତ ହୋଇପାରିଛି । ଉଡ୍ର ଜାତୀୟ ଲୋକ ଅଧିନା ଵିଭିନ୍ନ କୃଷକ-ସୈନିକ ଜାତିରେ ବିଭାଜିତ ହୋଇ ସମ୍ପୂର୍ଣ୍ଣ କଳିଙ୍ଗୋତ୍କଳରେ ଵସଵାସ କରୁଛନ୍ତି ।

୨. ଓଡି଼ଆ:
ଆମ କଳିଙ୍ଗଦେଶୀୟ ରାଷ୍ଟ୍ରଭାଷାର ଆଧିକାରିକ ନାମ ଓଡ଼ିଆ ଅଟେ । ଏ ନାମକୁ ହିନ୍ଦୀଭାଷୀ ଉଡିୟା, ଓଡିୟା ଇତ୍ୟାଦି ଲେଖୁଥିଵା ଵେଳେ ବଙ୍ଗାଳୀମାନେ ଵେଳେ ଵେଳେ ଵ୍ଯଙ୍ଗାତ୍ମକଭାଵେ ଉଡେ଼ ମଧ୍ଯ ଲେଖିଥାନ୍ତି । ଇଂରେଜମାନେ “ଡ଼” ଉଚ୍ଚାରଣ କରିପାରନ୍ତି ନାହିଁ ବୋଲି ଓଡ଼ିଆ ଭାଷାର ଇଂରାଜୀ ଭାଷାରେ ନାମ oriya ଓ Oorya ଆଦି ରଖାଯାଇଥିଲା ଯାହା ନିକଟରେ ପରିଵର୍ତ୍ତିତ ହୋଇ odia କରାଯାଇଛି  । ପୃଥିଵୀର ଅନ୍ୟ କେତେକ ଭାଷାରେ ଏ ନାମଵାଚକ ଶବ୍ଦଟି ଭିନ୍ନ ଭିନ୍ନ ଭାଵେ ଲେଖାଯାଏ, ଉଚ୍ଚାରିତ ହୋଇଥାଏ । ଯଥା:
ଇଂରାଜୀ—oriya, oorya, odiya, odia
ହିନ୍ଦୀ—ओडिया, उडिय़ा, ओडिआ
ମାଣ୍ଡାରିନ—奧里亞語, 奥里亚语 (àolǐyàyǔ)
ଫିନିଶ୍ —orija
ଜର୍ଜିଆନ୍— ორია ენა (oria ena)
ଜାପାନୀ— オリヤー語 (ja) (oriyāgo)
କୋରିଆନ୍—오리야어 (oriya-eo)
ପର୍ତ୍ତୁଗାଲୀ—oriá (pt) m
ରୁଷୀଭାଷା— о́рия (ru) f (órija)

୩. ଜଗନ୍ନାଥୀ:
ଜଗନ୍ନାଥ ଆମ କଳିଙ୍ଗଦେଶର ରାଷ୍ଟ୍ର ଦେଵତା । ସମ୍ଭଵତଃ ଏଇ କାରଣରୁ ବମ୍ବେ ସେନ୍ସସ ରିପୋର୍ଟ ୧୮୯୧ରେ ଲିଖିତଥିଵା ଓଡ଼ିଆ ଭାଷାର ଜଗନ୍ନାଥୀ ନାମ ଉଲ୍ଲେଖ କରାଯାଇଛି । ଆଜି ବି ଭାରତଵର୍ଷରେ ଓଡ଼ିଶାକୁ ଜଗନ୍ନାଥ ଦେଶ କୁହାଯାଏ । କଳିଙ୍ଗ ଦେଶର ରାଷ୍ଟ୍ରଦେଵତାଙ୍କ ନାମରେ କଳିଙ୍ଗର ରାଷ୍ଟ୍ରଭାଷାର ନାମ ଜଗନ୍ନାଥୀ ରଖାଯିଵା ଯଥାର୍ଥ ଓ ସମୀଚିନ ଲାଗେ ।

୪. ପରାକୁତ:
ଆମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଭାଗଵତ ତଥା ଅନ୍ଯ ଅନେକ ପ୍ରାଚୀନ ସାହିତ୍ୟରେ ପ୍ରାକୃତ ଵା ପରାକୁତ ଭାଷା ଭାଵେ ଅଭିହିତ ହୋଇଛି, କାରଣ ଓଡ଼ିଆ ଭାଷାକୁ ପୂର୍ଵକାଳିକ ପଣ୍ଡିତମାନେ ପୂର୍ଵୀ ପ୍ରାକୃତର ଆଧୁନିକ ରୂପ ମାନୁଥିଲେ । ଶାସ୍ତ୍ରୀୟ ଓଡ଼ିଆ ଭାଷାର ପ୍ରାଚୀନ ଶବ୍ଦ ସମୂହ ସଂସ୍କୃତ ଅପେକ୍ଷା ପ୍ରାକୃତର ଅଧିକ ନିକଟତର ମନେହୁଏ ।

୫. ଉତ୍କଳ/ଉତ୍କଳୀ ଭାଷା:
ଓଡ଼ିଶାର ଵୈଜ୍ଞାନିକ ନାମ ଉତ୍କଳ ଓ ମହାଭାରତ ତଥା ରାମାୟଣରେ ଏହି ନାମ ଆମେ ବହୁସ୍ଥାନରେ ଓଡ଼ିଶା ଦେଶ ନିମନ୍ତେ ପ୍ରୟୋଗ ହୋଇଥିଵାର ଦେଖିଥାଉ । ଓଡ଼ିଶାର ଅନ୍ଯତମ ଆଧିକାରିକ ଓ ସାହିତ୍ୟିକ ନାମ ଉତ୍କଳ ହୋଇଥିଵା ହେତୁ ଉତ୍କଳର ମୁଖ୍ୟ ଭାଷାକୁ ମଧ୍ୟ ଉତ୍କଳ ଭାଷା କୁହାଯାଇଥାଏ । ତେଵେ କୁଈ ଭାଷାକୁ କଳିଙ୍ଗ ଭାଷା ଭାଵରେ ଅଭିହିତ କରାଯାଏ ଯେହେତୁ ଏହା କଳିଙ୍ଗ ଦେଶରେ ଏକଦା ବହୁ ପ୍ରଚଳିତ ଥିଲା ।

୬. ଔଡ୍ରା ଭାଷା:
ସାହିତ୍ୟିକ ଭାଷାରେ ଓଡ଼ିଆ ଭାଷାକୁ ଔଡ୍ରା ମଧ୍ୟ କୁହାଯାଏ । କେତେକଙ୍କ ମତରେ ଉଡ୍ର ଵା ଉଡ୍ରୀ ନାମର ଏହା ଆନରୂପ ମାତ୍ର ।

୭. ଔତ୍କଳୀ:
ଓଡ଼ିଆ ଭାଷାର ସଂସ୍କୃତ ସାହିତ୍ୟରେ ଵ୍ଯଵହୃତ ନାମ ଵିଶେଷ ।

୮. ପୂର୍ଵୀ ଭାଷା:
ପୂର୍ଵ ଭାରତର ଶାସ୍ତ୍ରୀୟ ଓ ପ୍ରାଚୀନତମ ଭାଷା ହୋଇଥିଵାରୁ ଏହାକୁ ପୂର୍ଵୀ ଭାଷା ମଧ୍ୟ କୁହାଯାଇପାରେ । ପୂର୍ଵ ତଥା ଉତ୍ତର ଭାରତରେ ସବୁଠାରୁ ପୁରାତନ ଓ ଶାସ୍ତ୍ରୀୟ ଭାଷା ହୋଇଥିଵା ହେତୁ ଓଡ଼ିଆ ଭାଷାର ଏଭଳି ନାମକରଣ ମଧ୍ୟ ଯୁକ୍ତିଯୁକ୍ତ । ଵୈଦେଶିକ ଭାଷାଵିଦ୍ ମାନେ ଭାରତୀୟ ଭାଷା ଶାଖାର ପୂର୍ଵୀ ଉପଶାଖାରେ ହିନ୍ଦୀ, ଅଵଧୀ, ମୈଥିଳୀ, ବଙ୍ଗଳା ଓ ଓଡ଼ିଆ ଇତ୍ୟାଦି ଭାଷାଗୁଡି଼କୁ ରଖିଅଛନ୍ତି ଏଵଂ ଏ ସମସ୍ତ ଭାଷା ମଧ୍ୟରେ ଓଡ଼ିଆ ଭାଷା ସର୍ଵପୁରାତନ ହୋଇଥିଵାରୁ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଅଛି । ଏହି ହେତୁରୁ Eastern ଵା ପୂର୍ଵୀ ଭାରତୀୟ ଭାଷା ଉପଶାଖାର ପ୍ରତିନିଧିତ୍ଵ କରୁଥିଵା ଶାସ୍ତ୍ରୀୟ ଓଡ଼ିଆ ଭାଷା ଯଥାର୍ଥରେ ପୂର୍ଵୀ ଵା eastern ଭାଷା ଅଟଇ । କେତେକଙ୍କ ମତରେ ପୂର୍ଵୀ ପ୍ରାକୃତର ଆଧୁନିକ ରୂପ ଓଡ଼ିଆ ଵିଶ୍ଵାସ କରି ଏହି “ପୂର୍ଵୀ ଭାଷା” ନାମଟି ସାହିତ୍ୟରେ ଵ୍ଯଵହାର କରାଯାଇପାରେ । ତେଵେ ଵୈଶାଵରୀ ଓ କୋଶଲୀ (କୋଶଲ=ଅଯୋଧ୍ୟା, ଅଵଧ) ନାମରେ ଖ୍ୟାତ ଅଵଧୀ ଭାଷାକୁ ମଧ୍ୟ ପୂର୍ଵୀଭାଷା କୁହାଯାଏ କାରଣ ଏହା ଆଧୁନିକ ହିନ୍ଦୀଭାଷାର ପୂର୍ଵୀ ହିନ୍ଦୀ ଶାଖାର ଅନ୍ଯତମ ଭାଷା ଅଟଇ ।

ତେଵେ ଏହାଛଡ଼ା ଶାସ୍ତ୍ରୀୟ ଓଡ଼ିଆ ଭାଷା ଅନ୍ଯ କୌଣସି ନାମର ଅଧିକାରୀ ବୋଲି ଅନୁମେୟ ।

Spread the love
Previous Post ନୟନ
Next Post ଭଗଵାନ

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ରାଣୀ ଶୁକଦେଇ 
ଏ ଜାତି ଗାଲମାଧବ (Part 1)

Popular Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

August 9, 2026

Ananta Purushottam Deba Mandira

August 1, 2026

ଅରଣା ମଇଁଷି ରହିଛି ଅନାଇ

August 1, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer