ଶାମ୍ବ ଦଶମୀ

ଲେଖା: ଶୁଭ ରଞ୍ଜନ ପୃଷ୍ଟି
ପୌଷ ଶୁକ୍ଳ ଦଶମୀ ସାଧାରଣତଃ ଓଡ଼ିଶାରେ ସମ୍ବର ଦଶମୀ ବା ଶାମ୍ବଦଶମୀ ହିସାବରେ ପାଳନ କରା ହୁଏ l  ଏଇ ଅବସରରେ ଯୁବକବି ଶୁଭ ରଞ୍ଜନ ପୃଷ୍ଟିଙ୍କ ରଚିତ କବିତା ‘ଶାମ୍ବ ଦଶମୀ‘ I 
ଓଡ଼ିଶାର ଇଏ ନିଜସ୍ୱ ପରଵ
ଶାମ୍ବ ଦଶମୀ ୟା ନାଆ
ପଉଷ ମାସର ଶୁକୁଳ ପକ୍ଷରେ
ପାଳନ୍ତି ସହର ଗାଆଁ I
କୃଷ୍ଣଙ୍କର ପୁତ୍ର ଶାମ୍ବ ଦେବ କାଳେ
ପାଇଥିଲେ ଗୋଟେ ଶାପ
ହେଇଥିଲା ତାଙ୍କୁ ମହବ୍ୟାଧି କୁଷ୍ଠ
କରିଥିଲେ ଗୋଟେ ପାପ I
କୁଷ୍ଠ କବଳରୁ ତ୍ରାହି ପାଇବାକୁ
ପୁଜିଥିଲେ ସିଏ ସୂର୍ଯ୍ୟ
ବାର ବର୍ଷ ଧରି ବ୍ରତ କରିଥିଲେ
ଧନ୍ୟ ଥିଲା ତାଙ୍କ ଧର୍ଯ୍ୟ I
ସେଇଦିନ ଠାରୁ ଓଡିଶା ମାଟିରେ
ଏ ପର୍ବ ପାଳନ ହୁଏ
ସୁରୁଜ ପୁଜନ୍ତି ମାଆ ମାନେ ମୋର
ପିଲାଙ୍କୁ ରୋଗନ ଛୁଏଁ I
ସବୁ ପରିବାକୁ ମିଶେଇ ମାଶେଇ
ହୁଏ ଘାଣ୍ଟ ତରକାରୀ
କୁନି ପିଲା ବୁଲି ସାହିକୁ ପଡିଶା
ଚାଖନ୍ତି ମିଠାକୁ ଖିରି I
ବେଲକାଳ ସିନା ବଦଳି ଯାଇଛି
ରହିଛି ଶାମ୍ବ ପରବ
ଆଗ ଭଳି ନାହିଁ ପିଲାଙ୍କ ଗହଳି
ତଥାପି ଲାଗେ ଗରବ . . I

Leave a Comment

Your email address will not be published. Required fields are marked *

Scroll to Top