ଲଙ୍ଗଳଧୁଆ ପୁନେଇଁ

ଲେଖା: ଇଂ ବିଷ୍ଣୁ ମୋହନ ଅଧିକାରୀ

 

ଲଙ୍ଗଳଧୁଆ ପୁନେଇଁ ଅବା ଗହ୍ମାପୂର୍ଣ୍ଣମୀ ଆମ ଓଡିଶାର ଏକ ପ୍ରାଚୀନ ପର୍ବ। ଏବେ ଜାଣିବା ଦକ୍ଷିଣ ଓଡିଶାର ପୁଣ୍ୟପୀଠ ପାରଳା ସହରର କିଛି ଦୃଶ୍ୟ।

ଏହି ଦିନରେ ମହାପ୍ରଭୁ ବଳଭଦ୍ର ଜନ୍ମଗ୍ରହଣ କରିଥିଲେ। ଏହି ଦିନଟି ଭାରତ ବର୍ଷରେ ରକ୍ଷାବନ୍ଧନ ରୁପେ ପରିଚିତ। ତେବେ ଏହି ଦିନ ଗହ୍ମାସୁର ମହାପ୍ରଭୁ ଶଙ୍କର୍ଷଣଙ୍କ ଦ୍ୱାରା ବଦ୍ଧ ହେବା ଯୋଗୁଁ ଉକ୍ତ ଉତ୍ସବକୁ ଗହ୍ମାପୂର୍ଣ୍ଣିମା କହୁ। ପ୍ରଭୁ ଏହି ଦୈତ୍ୟକୁ ଧରଣୀରୁ ନେଇ ଗଗନରେ ବଦ୍ଧ କରିଥିଲେ। ତେଣୁ ସେହି ଭଳି ମାଟିର ଗହ୍ମା କରି ତା ଦେହରେ ଗହ୍ମାମୁଖ ଅଥବା ପ୍ରଭୁ ହଳାୟୁଧଙ୍କ ପାଦ ଚିତ୍ରିତ କରାଯାଏ, ଏବଂ ଉଚ୍ଚ ଡିଆଁ ପ୍ରତିଯୋଗିତା ହୋଇଥାଏ। 

ଏହି ଦିନ ଘରମାନଙ୍କରେ ହଳଲଙ୍ଗଳକୁ ହଳଦୀ, ଚନ୍ଦନ ଓ ସୁବାସିତ ଜଳରେ ସ୍ନାନ କରାଯାଏ। ଢାଉ, ପିଠଉ, ଚନ୍ଦନ ଓ ସିନ୍ଦୂରରେ ଛିଟା ଦିଆଯାଏ। ଗୁହାଳରେ ପୂର୍ଣ୍ଣମୀ ଚିତା ଖଡି ପଥରରେ ଅଙ୍କାହୁଏ। ଗାଈ, ବଳଦ, ହଳ, ଲଙ୍ଗଳ, ଦା, କୁରାଢି, କୋଦାଳ, କୋଡି, କାଙ୍କ, କଟୁ ଘର ଆଦି ଝୋଟି ଦିଆଯାଏ । ପରେ ପଞ୍ଚ ଉପଚାରରେ ପୁଜା କରାଯାଏ। ସାତଦିନ ଝୁଲଣଯାତ୍ରା ଭିତରୁ ଏ ଦିନଟି ପ୍ରଧାନ। ଏହି ଦିନ ରୂପା ଅଳଙ୍କାର ଓ ବାସନ ଲାଗି ହୁଏ। ଗାଈଗୋରୁଙ୍କୁ ନୁଆ କୁଲାରେ ପୁରୁଣା କୁଣ୍ଡା ଓ ଫଳମୂଳ ଖାଇବାକୁ ଦିଆଯାଏ। ବନ୍ଦାପନା ହୋଇ ମଙ୍ଗଳ ଉଦେଶ୍ୟରେ ଘରେ ପୂର୍ଣ୍ଣ କୁମ୍ଭ ବସେ। ।

ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ଅଧିବାସ ନୀତି ହୁଏ। ଏହି ଭାବରେ ଏହି ଉତ୍ସବ ପାଳନ କରାଯାଏ।

Leave a Comment

Your email address will not be published. Required fields are marked *

Scroll to Top