ମୁକାଵିଲା

ଲେଖା: ଶିଶିର ସାହୁ ମନୋଜ

ମୁକାଵିଲା ଶବ୍ଦଟି ଅଧୁନା ଵିଶେଷତଃ competition ଅର୍ଥରେ ଵ୍ୟଵହାର ହେଉଛି । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଥିଵା ଅର୍ଥ ହେଲା:
୧● ସମ୍ମୁଖବର୍ତ୍ତିତା; ଉପସ୍ଥିତ【Presence】
୨● ପ୍ରତ୍ଯକ୍ଷ କରିବା; ମୁଆଜା【Confronting】
୩● ତୁଳନା【Comparison; comparing】
(ହିନ୍ଦୀଭାଷୀ ଦୁଇ ଵା ତହୁଁ ଅଧିକ ଦ୍ରଵ୍ୟ ଵା ଜୀଵ ମଧ୍ୟରେ ତୁଳନା କରିଵାକୁ ମୁକାଵିଲା ଶବ୍ଦକୁ ଓଡ଼ିଆଙ୍କ ‛ଅପେକ୍ଷା’ ଶବ୍ଦ ଵ୍ୟଵହାର କଲାଭଳି କୁହନ୍ତି – “ଇସ୍କେ ମୁକାଵଲେ ଵହ ଅଚ୍ଛା ହୈ” )
୪● ମିଳନ; ସାକ୍ଷାତ୍; ହାବୁଡ଼ିବା【Interview; meeting; encounter】
୫● ପରୀକ୍ଷା【Examination; testing】
୬● ଦୁଇ ପକ୍ଷଙ୍କ ଉପସ୍ଥିତିରେ କୌଣସି ବିଷୟ ପ୍ରମାଣିତ ହେବା ବା ତର୍କ ବିତର୍କ ଦ୍ବାରା ସ୍ଥିରୀକରଣ
୭● ସମ୍ମୁଖ ଯୁଦ୍ଧ【Fight; hand to hand fight】

ମୁକାଵିଲା ଶବ୍ଦର ସମ୍ମୁଖଵର୍ତ୍ତିତା, ସାକ୍ଷାତ, ମିଳନ, ବଳ କଷାକଷି ପରୀକ୍ଷା ଓ ସମ୍ମୁଖଯୁଦ୍ଧ ଆଦି ଅର୍ଥ ଆଧାରରେ କୌଣସି ଵ୍ୟକ୍ତି ଵା ଦୈଵୀ ଦୁର୍ଵିପାକର ସାମ୍ନା ହେଵାର ଥିଲେ ଏ ଶବ୍ଦର ଗଣମାଧ୍ୟମରେ ବହୁଳ ଵ୍ୟଵହାର ହେଉଅଛି । ତେବେ ଏ ଶବ୍ଦର ଏହି ଅର୍ଥରେ ଆଉ କେତେକ ଦେଶଜ ପ୍ରତିଶବ୍ଦ ହେଲା:
● ପ୍ରତିରୋଧ
● ସାମ୍ନା କରିଵା
● ପ୍ରତିସ୍ପର୍ଦ୍ଧା
● ପ୍ରତିଦ୍ବନ୍ଦିତା
● ପ୍ରତିଯୋଗିତା ଇତ୍ୟାଦି

© ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top