Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ବନ୍ଧନ ଦଳାଇ
ଅଢେଇ ହଜାର ବର୍ଷର ପୁରୁଣା ସହର କଟକ । ଓଡ଼ିଶାର ପୁରୁଣା ରାଜଧାନୀ। କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର କଟକ ସହର। ଉତ୍ତରରେ ମହାନଦୀ ଦକ୍ଷିଣରେ କାଠଯୋଡି ନଦୀ ପ୍ରବାହିତ ହୋଇ କଟକ ସହରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।
ସେଇ ଐତିହାସିକ କଟକ ମହାନଗରୀର ଅଧିଷ୍ଠାତ୍ରୀ ଦେବୀରୂପେ ଖ୍ୟାତ ମା’ କଟକଚଣ୍ଡୀ। ଅଧୁନା ବାରବାଟୀ ଷ୍ଟାଡିୟମ ନିକଟସ୍ଥ ସୁଖ୍ୟାତ ସ୍ଥାନର ଅନତି ଦୂରରେ ପ୍ରାୟ ତିରିଶ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମାର୍ବଲ ଆଚ୍ଛାଦିତ ମନ୍ଦିରରେ ବିରାଜିତା ମା’ କଟକ ଚଣ୍ଡୀ, ଯାହା ଚଣ୍ଡୀଛକ ନାମରେ ଜଣାଶୁଣା।