ମାଦଳାପାଞ୍ଜି

ଲେଖା: ନିରଞ୍ଜନ ସାହୁ

~ ମାଦଳାପାଞ୍ଜିର ଐତିହାସିକ ମୂଲ୍ୟ ~

ମାଦଳାପାଞ୍ଜି ନିଚ୍ଛକ ଇତିହାସ ନ ହେଲେ ସୁଦ୍ଧା ଏହାକୁ ଭିତ୍ତି କରି ଯେ ଓଡ଼ିଶାର ଇତିହାସ ରଚନା କରାଯାଇପାରେ, ଏକଥା ବହୁ ପ୍ରାଚୀନ କାଳରୁ ଐତିହାସିକମାନେ ପ୍ରମାଣ କରିଯାଇଛନ୍ତି।
       
Andrew Stirling ମହୋଦୟ ପ୍ରଥମେ 1825 ମସିହାରେ Asiatic Research Journal ରେ ଏ ସମ୍ପର୍କରେ ଅବଗତ କରେଇ ଲେଖିଥିଲେ, “Before the accession of the family called the Kesari Vansa (473A.D.) the accounts are so replete with obvious falsehood contradiction, in consistency and anachronism as to be equally unintelligible and untrustworthy of notice. The memory of a few great names and events, only has been preserved upto the fourth and fifth centuries of Christian era and to adopt those to their favourite system of chronology, the Brahmins who will never admit want of information or any subject, have been obliged to give an expansion to the reigns of their traditionary Rajas, in some cases of five and six hundred years and in all far beyond the natural or possible term of human life”.


ତାମ୍ରଲେଖ, ଶିଳାଲେଖ ଓ ପ୍ରତ୍ନତାତ୍ବିକ ଅବଶେଷରୁ ଇତିହାସ ରଚନାର ଧାରା ଓଡ଼ିଶାରେ ପ୍ରତିଷ୍ଠିତ ହେବା ପୂର୍ବରୁ ପ୍ରାୟ ପ୍ରତ୍ୟେକ ଐତିହାସିକ ମାଦଳାପାଞ୍ଜିକୁ ଓଡ଼ିଶା ଇତିହାସର ଉପାଦାନ ରୂପେ ବ୍ୟବହାର କରିଛନ୍ତି। ଐତିହାସିକ ଫ୍ଲିଟ୍ ସାହେବ ପ୍ରଥମେ ଏହାର ଐତିହାସିକତା ଉପରେ ସନ୍ଦେହ ପୋଷଣ କରିଥିଲେ। ପରେ ଅବଶ୍ୟ ରାଜେନ୍ଦ୍ରଲାଲ୍ ମିତ୍ର ଏହାର କେତେକ ଅଂଶକୁ ସନ୍ଦେହ କରିଛନ୍ତି। ତାଙ୍କ ପରବର୍ତ୍ତୀ ଐତିହାସିକଗଣ ମାଦଳାପାଞ୍ଜିର ଐତିହାସିକତାକୁ ସମକାଳୀନ ଐତିହାସିକ ଉପାଦାନମାନଙ୍କ ସହ ପରୀକ୍ଷା କରିବାକୁ କେତେକ ପରିମାଣରେ ଚେଷ୍ଟା କରିଛନ୍ତି। ମାଦଳାପାଞ୍ଜିର ରାଜବଂଶ ବିବରଣୀଗୁଡିକୁ ଅନ୍ୟାନ୍ୟ ଉପାଦାନ ଦ୍ଵାରା ପରୀକ୍ଷା କରି ସେମାନେ ଓଡ଼ିଶାର ଶୁଦ୍ଧ ଇତିହାସ ସଂକଳନର ଉଦ୍ୟମ କରିଛନ୍ତି। ଅତଏବ ଏହାର ଐତିହାସିକ ମୂଲ୍ୟ ବିଚାର ପରିପ୍ରେକ୍ଷୀରେ ‘ପ୍ରାଚୀ ସମିତି’ କର୍ତ୍ତୃକ ପ୍ରକାଶିତ ମାଦଳାପାଞ୍ଜି ଗ୍ରନ୍ଥରେ ରହିଥିବା ରାଜବଂଶର ବିଶ୍ଲେଷଣ ଆବଶ୍ୟକ।

ମାଦଳାପାଞ୍ଜିର ଉପାଦାନକୁ ନେଇ ଷ୍ଟାର୍ଲିଂ, ହଣ୍ଟର ସାହେବ, ରମାପ୍ରସାଦ ଚନ୍ଦ, ରାଖାଲ୍ ଦାସ ବାନାର୍ଜୀ, ଡକ୍ଟର ହରେକୃଷ୍ଣ ମହତାବ ପ୍ରମୁଖ ଐତିହାସିକଗଣ ଓଡ଼ିଶା ଇତିହାସ ରଚନାରେ ଅଗ୍ରସର ହୋଇଛନ୍ତି। ଏହାକୁ ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟର ଏକ ଗ୍ରନ୍ଥ ଭାବରେ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି, ଡକ୍ଟର ବଂଶୀଧର ମହାନ୍ତି, ଡକ୍ଟର ଖଗେଶ୍ବର ମହାପାତ୍ର ପ୍ରମୁଖ ଆଲୋଚନା କରିଛନ୍ତି। ଏସବୁ ଦୃଷ୍ଟିରୁ ମାଦଳାପାଞ୍ଜି ଏକ ଗୁରୁତ୍ବପୂର୍ଣ୍ଣ ରଚନା ଯାହାକୁ ନେଇ ଉଭୟ ଐତିହାସିକ ଓ ସାହିତ୍ୟିକମାନେ ଗବେଷଣା କରିଛନ୍ତି। ଅତଏବ ଏହାର ଐତିହାସିକ ମୂଲ୍ୟ ଭଳି ସାହିତ୍ୟିକ ମୂଲ୍ୟ ମଧ୍ୟ କମ୍ ନୁହେଁ।

ତଥ୍ୟ ଓ ଆଧାର: ଡ଼ଃ ବାଉରୀ ବନ୍ଧୁ କର, ଓଡ଼ିଆ ସାହିତ୍ୟର ଇତିହାସ

Leave a Comment

Your email address will not be published. Required fields are marked *

Scroll to Top