ଭୀଷ୍ମପଞ୍ଚୁକ

ଲେଖା: କାର୍ତ୍ତିକ ପରିଚ୍ଛା
ମହାଭାରତ କଥା ଅନୁଯାୟୀ ନିଜ ମାଁ ଗଙ୍ଗା ଠାରୁ ଇଚ୍ଛାମୃତ୍ୟୁ ବରଣର ବର ପ୍ରାପ୍ତ ଭୀଷ୍ମ ଶରଶଯ୍ୟାରେ ପଡ଼ି ଅପେକ୍ଷା କରିଥିଲେ ଏହି ଉତ୍ତରାୟଣ ଦେବତ୍ଥାନ ସମୟକୁ, କାର୍ତ୍ତିକ ମାସକୁ । ଏହି ସମୟରେ ସେଠାରେ ଉପସ୍ଥିତ ବାସୁଦେବ ପାଣ୍ଡବମାନଙ୍କୁ ଭୀଷ୍ମ ପାଖକୁ ନେଇ ତାଙ୍କୁ ଶିକ୍ଷା ଭିକ୍ଷା ପାଇଁ କହିଥିଲେ । ଶରଶଯ୍ୟାଗତ ଭୀଷ୍ମ ରାଜଧର୍ମ, ବର୍ଣ୍ଣଧର୍ମ, ମୋକ୍ଷଧର୍ମ ବିଷୟରେ କହିଥିଲେ । ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଭୀଷ୍ମ ଶିକ୍ଷାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତିଥିଅନୁସାରେ ଗତ ଦ୍ଵାଦଶୀ ଦିନ ଶର ସଜ୍ଜାଗତ ଭିଷ୍ମଙ୍କୁ  ଅର୍ଜୁନ  ବାଣ ଦ୍ବାରା ଜଳ ଦାନ କରାଇ ଥିଲେ । ଏହି ପାଞ୍ଚଦିନ କୃଷ୍ଣ/ଜଗନ୍ନାଥଙ୍କ ମହାପ୍ରସାଦ ଖାଇ ଜଳ ଗ୍ରହଣର ଅନେକ ପୂଣ୍ୟ ଫଳ ରହିଛି ଜଗନ୍ନାଥ ମହାତ୍ମ ମାନଙ୍କରେ । ଆମକୁ ଆମ ଐତିହ୍ୟ ଜାଣିବା ନିହାତି ଜରୁରୀ ଯେ, ମହାଭାରତ ଥିଲା ବିଶ୍ବର ପ୍ରଥମ ବିଶ୍ଵଯୁଦ୍ଧ, ଯେଉଁଠି ପ୍ରୟୋଗ ହୁଏ  ତତ୍କାଳୀଳ ଶାସ୍ତ୍ରୀୟ ପରମାଣୁ ଶସ୍ତ୍ର । 
ମହାଭାରତରେ ଗୋଟିଏ ବିରଳ ପ୍ରସଙ୍ଗ ରହିଛି, ଯୁଦ୍ଧ ଶେଷ ହୋଇ ସରିବା ପରେ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ନେଇ ଧୃତରାଷ୍ଟ୍ର ସାମ୍ନାରେ ଉପସ୍ଥିତ । ଭୀମ ଗଦାଯୁଦ୍ଧରେ ଓ ଦୂର୍ଯଧନକୁ ନିହତ କରି ଥାନ୍ତି ।ଧୃତରାଷ୍ଟ୍ର କ୍ରୋଧ ଭୀମ ଉପରକୁ ବଳି ପଡୁଥାଏ । ଶ୍ରୀ କୃଷ୍ଣ ଏ କଥା ଜାଣିପାରି ଗୋଟିଏ ଲୁହାର ଭୀମକୁ ତାଙ୍କ ସାମ୍ନାରେ ରଖାଇ ଦେଇଥିଲେ । ଭୀମକୁ ଆସ ପୁତ୍ର କହି ଆଲିଙ୍ଗନ ସମୟେ ଧୃତରାଷ୍ଟ୍ର ସେ ମୁର୍ତ୍ତିକୁ ଭାଙ୍ଗି ଚୁରମାର କରି ଦେଇଥିଲେ ।
   
ଏହାପରେ ମହର୍ଷି ବ୍ୟାସଦେବଙ୍କ ଆଦେଶ ଅନୁଯାଇ ଯୁଦ୍ଧ କ୍ଷେତ୍ରକୁ ସମସ୍ତ ବାହାରିଲେ । ସେଠାରେ ଧୃତରାଷ୍ଟ୍ର ଯୁଧିଷ୍ଠିରଙ୍କୁ ପଚାରିଥିଲେ ଏ ଯୁଦ୍ଧରେ ମୃତ୍ୟୁ ସ୦କ୍ଷା କେତେ । ଯୁଧିଷ୍ଠିର କହିଥିଲେ ପ୍ରାୟ ୧ ଅରବ ୬୬କୋଟି ୨୦ହଜାର । ସେଇଠି  ବ୍ୟାସଦେବ ସମସ୍ତଙ୍କ ଶେଷ ସ୦ସ୍କାର ସାମୁହିକ କରାଇଥିଲେ । ଯୁଦ୍ଧ ଭୂମିରେ ନିଆଁ ଲଗାଇ ଦିଆ ଯାଇଥିଲା । ଆଜି ପର୍ଯ୍ୟନ୍ତ କୁରୁକ୍ଷତ୍ର ମାଟିର ରଙ୍ଗ ଇଶତ୍ ଲାଲ ପୋଡି ଯାଇଥିବା ଭଳି । ମହାଭାରତ ଗୋଟିଏ ଏପରି ଇତିହାସ ବସୁଦେବ ପୁତ୍ର ବାସୁଦେବଙ୍କ ଜନ୍ମଠାରୁ ସମୟ ନିର୍ଧାରଣର କାର୍ବନ୍ ଡେଟା ଇୟର ଓ ଅନେକ କରେକ୍ଟରଙ୍କ କରାମତି  ସହିତ  ପରଫେକ୍ଟ ସମୟ  ରହିଛି ।
  
ଏ ପାଞ୍ଚଦିନ ପଞ୍ଚକ ଅବସରରେ କୈଣସି କ୍ଷତ୍ରୀୟ ପାଇଁ ପ୍ରାତଃ ସ୍ନାନ, ତିଳ ତର୍ପଣ, ଅନ୍ନ-ଜଳଦାନ, ସନ୍ଧ୍ୟା ସମୟେ ଦୀପଦାନ , , ଶ୍ରୀମଦ୍ ଭାଗବତ ମହାପୁରାଣ/ଶ୍ରୀମଦ୍ଭାଗବଦ୍  ଗୀତା ପଠନ ଓ  ଶ୍ରବଣର ଅନେକ ପୂଣ୍ୟ ଫଳ ରହିଛି ଏହା ସମାଜର ସମସ୍ତ ବର୍ଗଙ୍କୁ ମଧ୍ୟ ଗ୍ରହଣୀୟ କାରଣ ବର୍ଣ୍ଣ ଧର୍ମର ଉପଦେଶରେ ଗଙ୍ଗା ପୁତ୍ରଙ୍କ ଦ୍ବାରା ଦିଆଯାଇଥିବା ଅନେକ ଉପାଦେୟ ତଥ୍ୟ ଭିତରୁ ଏହା ମଧ୍ୟ   ।

Leave a Comment

Your email address will not be published. Required fields are marked *

Scroll to Top