ବିଜୁ ପଟ୍ଟନାୟକ (Biju Pattanayak)

ଲେଖା: ଶିବାଶିଷ ମହାପାତ୍ର
ଭାରତରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜର୍ମାନମାନେ ତିନି ଗୋଟି ସ୍ଥାନକୁ ପ୍ରାଧାନ୍ୟତା ପ୍ରଦାନ କରିଥିଲେ । ସେଗୁଡିକ ଥିଲା ବିହାରର (ବର୍ତ୍ତମାନ ଝାଡ଼ଖଣ୍ଡ) ଚିଡିଆ ମାଇନ୍ସ ଅଞ୍ଚଳ, ଓଡ଼ିଶାର ପାନପୋଷ ଅଞ୍ଚଳ ଏବଂ ମଧ୍ୟପ୍ରଦେଶର (ବର୍ତ୍ତମାନର ଛତିଶଗଡ଼) ଭିଲାଇ ଅଞ୍ଚଳ । ଏ ମଧ୍ୟରୁ ଗୋଟିଏ ସ୍ଥାନ ଚୟନ କରିବା ପାଇଁ ଜଣେ ଜର୍ମାନ ବିଶେଷଜ୍ଞ ଆସିଲେ । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନେହେରୁ ପ୍ରତିନିଧିଙ୍କ ସାହାଯ୍ୟ ପାଇଁ ବିଜୁ ପଟ୍ଟନାୟକଙ୍କୁ କହିଲେ । ଆଉ ମଧ୍ୟ କହିଲେ ଯଦି ତମେ ଏ ମାନଙ୍କୁ ବୁଝାଇ ପାରିବ ତା ହେଲେ କାରଖାନା ତମର । 
ବିଜୁବାବୁଙ୍କ ସହ ପ୍ରତିନିଧି ଦଳ କଲିକତାରୁ ହେଲିକପ୍ଟର ଯୋଗେ ବାହାରିଗଲେ ବିହାର । ଚିଡିଆ ଖଣି ଅଞ୍ଚଳ ପରିଦର୍ଶନ କରି ପାନପୋଷ ବାହରିଲେ । ପାନପୋଷ ଅଞ୍ଚଳ ଦେଖାଇବା ସହ ଇସ୍ପାତ କାରଖାନାର ବିଶେଷ ଅନୁକୂଳ ଦିଗ ବିଷୟରେ ଚର୍ଚ୍ଚା ହେଲା । ଏହା ପରେ ସେମାନେ ବାହାରି ଗଲେ ମଧ୍ୟପ୍ରଦେଶ ଅଭିମୁଖେ । କିଛି ସମୟ ପରେ ବର୍ଷା ହେବାରୁ ବାଧ୍ୟ ହୋଇ ଅଟକି ଗଲେ ଝାରସୁଗୁଡ଼ା ଠାରେ । କଥାବାର୍ତ୍ତା ଛଳରେ ଏ ଅଞ୍ଚଳର ସାପମାନଙ୍କ ବିଷୟରେ ବିଜୁ ବାବୁ କହୁଥାନ୍ତି । ସେଥି ସହ ସାପୁଆକେଳା, ସାପଙ୍କ ଶ୍ରେଣୀ ତଥା ତାଙ୍କ ବିଷ ବିଷୟରେ ଆଲୋଚନା କଲାବେଳେ ସେଇଠି ଆବିର୍ଭାବ ହୋଇଥିଲା ଏକ ସାପ । ପ୍ରତିନିଧି ଦଳ ସାପକୁ ଦେଖି ଡ଼ରିଯାଇଥିଲେ ‌। ବିଜୁବାବୁ ସାପ ସହ ଖେଳାଖେଳି କରି ବାଡ଼ିରେ ବାହାରେ ଫିଙ୍ଗି ଦେଇଥିଲେ । 
ପାଗ ଠିକ୍ ହେଲା ପରେ ସମସ୍ତେ ବାହାରିଗଲେ ମଧ୍ୟପ୍ରଦେଶ ଅଭିମୁଖେ । କିଛି ସମୟପରେ ଜଣେ ଜର୍ମାନ ପ୍ରତିନିଧି କହିଲେ “Your snakes built the Steel Plant, let’s go back” ତମ ସାପ ଇସ୍ପାତ କାରଖାନା ତିଆରି କଲା, ଚାଲ ଫେରି ଯିବା । ସେଦିନ ସେମାନେ ମଧ୍ୟପ୍ରଦେଶର ଭିଲାଇ ଅଞ୍ଚଳକୁ ନ ଯାଇ ଫେରି ଆସିଥିଲେ । 
ଖାଲି ସାପ ନୁହଁ ବିଜୁବାବୁ ନିଜ କୈାଶଳ ଦ୍ବାରା ଓଡିଶାକୁ ଭେଟି ଦେଇଥିଲେ ସ୍ବାଧୀନ ଭାରତର ପ୍ରଥମ ଇସ୍ପାତ କାରଖାନା ସେଦିନର ପାନପୋଷ ଏବଂ ଏବର ରାଉରକେଲାଠାରେ । ଆଜି ଏହି କାରଖାନା ଓଡ଼ିଶା ପାଇଁ ଆଣି ଦେଇଛି ଗର୍ବ ଗୈାରବ ତଥା ଯୋଗାଇ ପାରିଛି ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର

Leave a Comment

Your email address will not be published. Required fields are marked *

Scroll to Top