Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ବରଗଛ

  • adminadmin
  • January 31, 2021
  • ଆମ କଥା

ଲେଖା: ଅକ୍ଷୟ ଓଝା

ଗାଆଁର ଏକ ଶେଷ ମୁଣ୍ଡରେ ଦଣ୍ଡାୟମାନ ଏହି ପୁରୁଣା ବରଗଛ ରୁକୁଣି ପଡିଆ ଗୋଚର ଭୂଇଁର ମଧ୍ୟ ଭାଗରେ । ଖରା ବେଳେ ଗାଈମାନେ ବିଶ୍ରାମ କରନ୍ତି ଏହି ବିଶାଳ ବୃକ୍ଷ ଛାୟାରେ । କେହି କେବେ କ୍ଷେତରୁ ଫେରୁଥିବା କୃଷକ କିମ୍ବା କୃଷକ ପରିବାର ଏହି ବୃକ୍ଷ ଛାୟାରେ ବିଶ୍ରାମ ନିଏ । କେହି ପାଦଚଲା ପଥିକ ଏଇ ବରଗଛ ମୂଳେ ଥକା ମେଣ୍ଟାଇ ଥାଏ । ବଡ଼ ଶାନ୍ତିପ୍ରିୟ ସ୍ଥାନଟିଏ ଆମ ଗାଁ ବାସିନ୍ଦା ପାଇଁ ।

ପିଲାବେଳେ ଆମେ ସବୁ ଗାଆଁ ପିଲାମାନେ ଏକତ୍ର ହେଇ ଯାଉଥିଲୁ ଏହି ଗଛ ମୂଳେ । ଡାଳମାଙ୍କୁଡି, ଗିଲ୍ଲୀଦଣ୍ଡା, ହୁପ୍ପା ସବୁ ପ୍ରକାର ଖେଳ ଆମେ ଖେଳୁ ଏହି ଗଛ ମୂଳେ ।

ଏହି ଏକାନ୍ତ ବରଗଛକୁ ନାନା ପ୍ରକାର ଚଢେଇ ଆସନ୍ତି । ଖୁବ୍ କୋଳାହଳ ଲାଗିଥାଏ ଚଢ଼େଇଙ୍କର ଏହି ଗଛରେ । ଏହି ବିରାଟ ଘଞ୍ଚ ପତ୍ର ଗହଳ ବରଗଛ କାଉ, କୋଇଲି, ଶୁଆ, ହଳଦୀ ବସନ୍ତ, ଭଦଭଦଳିଆ, କପୋତ, ବଣି ଚଢ଼େଇ, ସବୁ ପ୍ରକାର ପକ୍ଷୀ ମାନଙ୍କର ଆଡ୍ଡା ବନିଥାଏ ଏହି ବିଶାଳ ବରଗଛ । ଗୁଣ୍ଡୁଚିମାନଙ୍କ ଛକାପଞ୍ଝା ଖେଳ ଖୁବ୍ କୌତୁହଳ ଲାଗେ । କୋଇଲି ବସନ୍ତରେ ଲୁଚି ଲୁଚି ଖୁବ୍ ମନଭରି ଗାଏ ଏହି ଗଛ ଡାଳରେ । ଖୁବ୍ ମଧୁର ଓ ଆତ୍ମ ସନ୍ତୋଷ ଲାଗେ ଏହି କୋଇଲିର ସ୍ଵର । ପଲ୍ଲୀ ଜୀବନର ଆତ୍ମାକୁ ଛୁଇଁ ଯାଏ ଏହି କୋଇଲିର ସ୍ଵରମୂର୍ଚ୍ଛନା । ବେଳେ ବେଳେ ଦୁଷ୍ଟ ମାଙ୍କଡ଼ମାନେ ଆସି ଉତ୍ପାତ କରନ୍ତି ଏହି ବରଗଛରେ ।କେବେ କେବେ ଆସନ୍ତି ମାଙ୍କଡ଼ ଦଳଗତ ଭାବରେ । ପୁଣି ଦିନେ ଦୁଇ ଦିନରେ ଚାଲି ଯାଆନ୍ତି କୁଆଡେ । ଆର ଗାଆଁ ଆଡେ ।

ଖରାଦିନେ ଥରେ ମୁଁ ବହି ବହିଟିଏ ଧରି ଚାଲିଗଲି ସେଇ ବରଗଛ ମୂଳକୁ । ମାଟ୍ରିକ ପରୀକ୍ଷା ଆଗରେ । ପଢାପଢିର ଚାପ ଥାଏ ବହୁତ୍ । ଅତି ଗରମ ହେଲାରୁ ସାହିତ୍ୟର ଗଳ୍ପମାଳା ବହି ଧରି ମୁଁ ଚାଲିଗଲି ଏଇ ବରଗଛ ମୂଳକୁ । ଅତି କମରେ ଦୁଇଟି ଗଳ୍ପ ତ ପଢି ପାରିବି ।

ଏଇ ଇଛା ନେଇ ବରଗଛ ପାଖରେ ପହଂଚିଲି । ଗଛ ଠାରୁ କିଛି ଦୂରରେ ଚଟେଇଟିଏ ପକେଇ ଗଛ ଛାଇରେ ବସି ପଡ଼ିଲି । ମୁଁ ମୋ ବହି ସହିତ ମଜ୍ଜି ଗଲି । ମୋ ଅଜାଣତରେ ଜଣେ ନଳୁଆ କେଳା କେତେ ବେଳେ ସେଠି ପହଞ୍ଚି ଯାଇଥିଲା । ବୃକ୍ଷର ଅପର ପାର୍ଶ୍ଵରେ ସେ ତା ନଳ ଯୋଡିବାରେ ଲାଗିଥିଲା । ଘଞ୍ଚ ବରଗଛ ଡାଳରେ କୋଇଲି ଟିଏ ଖରାରେ ଥକି ବରଗଛ ଡାଳରେ ଥକା ମେଣ୍ଟାଉ ଥିଲା । ମୋ ଦୃଷ୍ଟିର ଅନ୍ତରାଳରେ କେଳା ତା ଶିକାର ପାଇଁ ପ୍ରସ୍ତୁତ ହେଉଥିଲା । ନଳ ପରେ ନଳ ଯୋଡ଼ି ଚାଲିଥିଲା ଓ ଶେଷରେ ସେ କୋଇଲି ପାଖରେ ପହଞ୍ଚିଗଲା ଓ ଖୁବ୍ ଜୋରରେ ନଳ ଯୋଡ଼ା ବାଉଁଶ ଅଗରେ ଲାଗିଥିବା ତୀରରେ କୋଇଲିର ଶରୀରକୁ ବିଦ୍ଧ କଲା ।

ହଠାତ ଏକ ଆର୍ତ୍ତ ଚିତ୍କାରରେ ଗଗନ ପବନ ପ୍ରକମ୍ପିତ ହେଇଦେଲା । ଅତି କରୁଣ ଚିତ୍କାର ଥିଲା ଚଢ଼େଇର । ମୁଁ ଚମକି ପଡ଼ିଲି ସେ ଚିତ୍କାରରେ । ଡରି ଗଲି କ୍ଷଣଟିଏ । ଉଠି ଛିଡ଼ା ହେଇ ଗଲି । ଜଲ୍ଦୀ ପାଦରେ ଚାଲିଲି ଶିକାରୀ ଆଡକୁ । ନଳ ଖୋଲି ଖୋଲି ଶିକାରୀ ତଳକୁ କରୁଥିଲା ଶିକାର କୋଇଲିକୁ । ମୃତ୍ୟୁ ବେଳର ମର୍ମଦୁନ୍ତ୍ ଚିତ୍କାର ର ଧିମି ଆସୁଥିଲା । ହାତ ପାଖକୁ ଆସିବା ମାତ୍ରେ ସେ ଚଢ଼େଇର ବେକ ମୋଡ଼ି କାନ୍ଧରେ ଥିବା ଝୁଲାରେ ପୁରେଇ ଜଲ୍ଦୀ ପାଦରେ ଚାଲି ଗଲା ସେଠାରୁ ।

ମୁଁ ହତବାକ ଥିଲି । ମାେ ମୁହଁରେ ଶବ୍ଦ ନଥିଲା । ମୋ ଆଖିରେ ଲୁହ । କାହାରି ମର୍ମଦୁନ୍ତ ମୃତ୍ୟୁର ଶେଷ ଚିତ୍କାର ମୁଁ ପ୍ରତ୍ୟକ୍ଷ ଦେଖି ନିଜକୁ ବିଶ୍ଵାସ କରି ପାରୁନଥିଲି । ଆଖିରେ ଲୁହ ଭରି ଘରକୁ ଫେରିଲି । ବହୁତ୍ ଭାଙ୍ଗି ପଡିଲି ଅନେକ ଦିନ ଏହି ଘଟଣାକୁ ନେଇ ।
        
ସେଇ ଦିନୁ ମୁଁ ଆଉ କେବେ ସେଇ ବରଗଛ ମୂଳକୁ ଯାଇନଥିଲି । ତାପରେ ଗାଁ ଛାଡ଼ିଲା ପରେ ମୁଁ କେବେ ସେ ବରଗଛ ମନେ ପଡିଗଲେ ସେଇ ଚଢେଇର ମର୍ମନ୍ତୁଦ ମୃତ୍ୟୁ ମନେ ପଡ଼ିଯାଏ । ମୁଁ ଉଦାସ ହେଇ ଯାଏ ।

ଏଥର ଗାଆଁକୁ ଆସିଲା ପରେ ବହୁତ ଇଛା ହେଲା ସେଇ ବରଗଛ ମୂଳକୁ ଟିକେ ବୁଲି ଯିବାକୁ । କିନ୍ତୁ ଗାଆଁରେ ଥିବା ସାଙ୍ଗ ମାନେ କହିଲେ ସେ ଗଛରେ ଏବେ ଡାଆଣି, ଚିରୁକୁଣି ରହିଲେଣି । ଦିନରେ ବି ଲୋକେ ଡରୁଛନ୍ତି । ଗଛ ମୂଳରେ ନାନା ଜାତିର ସରୀସୃପ ବାସ କଲେଣି ।
        
ମନେ ହେଲା ମଣିଷ ସମାଜରେ ଆତ୍ମୀୟତା କମ୍ ହେଲା ଭଳି ଏଇ ପ୍ରାକୃତିକ ପରିବେଶ ପ୍ରିୟ ବରଗଛ ବି ଆତ୍ମୀୟତା ହରେଇ ସାରିଲାଣି । ତଥାପି ଗଲି ସେଇ ବରଗଛ ମୂଳକୁ । ଦୂରରୁ ହେଉ ପଛେ ଖୁବ ମନେ ପକାଇଲି ସେଇ ବରଗଛ ତଳେ ବିତି ଥିବା ପିଲା ଦିନକୁ ।

Spread the love
Previous Post ସୂର୍ଯ୍ୟବନ୍ଧୁ
Next Post କବିମଞ୍ଜୁଳ

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ବଳଦେବ ରଥ
ରାଣୀ ଶୁକଦେଇ 

Popular Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

August 17, 2026

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

August 16, 2026

ସୀତାବିଞ୍ଜ

August 16, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer