ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓ କଵି ସନ୍ତୋଷ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ଗଉଡ଼ଶ୍ରେଣୀୟ ଗ୍ରାମସେଵକଙ୍କୁ ‛ନରିହା’ କୁହାଯାଉଥିଲା ଏଵଂ ଏ ଶବ୍ଦର ଓଡ଼ିଆ ମାନକୀକରଣ ‛ନରିଆ’ ସାହିତ୍ୟରେ ମଧ୍ୟ ଵ୍ୟଵହୃତ ହୋଇଛି । ରାଜାମାନଙ୍କ ନଅରକୁ ପାଣି ବୁହାଇବା ଗଉଡ଼କୁ ପଶ୍ଚିମ ଓଡିଶାରେ ନରିଆ ଓ ପୂର୍ଵାଞ୍ଚଳରେ ପାଣିଆଁ ଗଉଡ଼ କୁହାଯାଉଥିଲା । ଏହାକୁ ରାଜୋଚ୍ଚିତ ଭାଷାରେ ‛ପାଣି ଆପଟ’ କୁହାଯାଉଥିଲା । ପୂର୍ଵାଞ୍ଚଳରେ ଏ କଥାର ସାକ୍ଷ୍ୟ ଦେଵା ହେତୁରୁ ଲୋକଵାଣୀ ଵା ଢଗ ରହିଛି, ଯଥା: ଶ୍ରୀମନ୍ଦିରର ସେଵକଙ୍କ ସେଵାକାର୍ଯ୍ୟ ମଧ୍ୟରେ ପାଣି ଆପଟ ଅନ୍ଯତମ ଅଟଇ । ଏଠାକାର ପାଣି ଆପଟ କାର୍ଯ୍ୟ ତୁଲାଉଥିଵା ସେଵକଙ୍କୁ ପାଣି ବୁହାଇବା/ବୋହିଵା ଓ ବାସନ ମାଜିବା କାର୍ଯ୍ୟ ସମ୍ପାଦନ କରିଵାକୁ ହୋଇଥାଏ । ସେଇଭଳି ଉପକୂଳଵର୍ତ୍ତୀ ଓଡ଼ିଶାର କେତେକ ଅଞ୍ଚଳରେ ଗଉଡ଼ଶ୍ରେଣୀର ଲୋକେ ସଵାରୀ ଵାହକ ଵା କାନ୍ଧିଆ ଵେହେରା ହେଉଥିଲେ । ଏ ସେଵାକୁ ମଧ୍ୟ ଆପଟ କୁହାଯାଉଥିଲା । ଆଗେ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଜାତିର ଲୋକେ କାନ୍ଧିଆ ଵେହେରା ହେଉଥିଲେ । ଗଡ଼ଜାତରେ ତଥା ପୁରୀ ଓ କଟକ ଜିଲାରେ ଗଉଡ଼ ଓ ବାଉରି କାନ୍ଧିଆ ଵେହେରା ହେଉଥିଲେ । ଗଉଡ଼ମାନେ ବ୍ରାହ୍ମଣ ଓ କରଣମାନଙ୍କୁ କାନ୍ଧାଉଥିଲାଵେଳେ ବାଉରୀମାନେ ଶୂଦ୍ରମାନଙ୍କୁ କାନ୍ଧଉଥିଲେ । ବାଲେଶ୍ବର ଓ ମେଦିନୀପୁରରେ ପାଣ ଓ ହାଡ଼ିମାନେ କାନ୍ଧିଆ ଵେହେରା ହେଉଥିଲେ । ସମୟ ବଦଳିଵା ସହିତ ପଶ୍ଚିମ ଓଡ଼ିଶାରେ ପାଣି ଆପଟ କାର୍ଯ୍ୟ ସମ୍ପାଦନ କରୁଥିଵା ସେଵକ ଅର୍ଥରେ ଵ୍ୟଵହୃତ ‛ନରିଆ’ ବା ନରିହା ଶବ୍ଦଟି ଚାକର ଅର୍ଥରେ ଵ୍ୟଵହାର ହେଵାକୁ ଲାଗିଲା । ତେବେ ଏଠାରେ କେତେକ ଅଞ୍ଚଳରେ ଗଉଡ଼ ଅର୍ଥରେ ଏ ଶବ୍ଦର ଵ୍ୟଵହାର ଏହାର ମୂଳ ଅର୍ଥ ଆଡ଼କୁ ଆମ୍ଭକୁ ସ୍ପଷ୍ଟ ସଂକେତ ଦେଇଥାଏ । ନିମ୍ନରେ ନରିଆ ଵା ନରିହା ଶବ୍ଦ ସହିତ ସମଧୃତ ପଶ୍ଚିମ ଓଡିଶାର ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ କେତେକ ଶବ୍ଦର ଉଦାହରଣ ଦିଆଗଲା । ୧. ନରହିଏନ୍ – ଚାକରାଣୀ(ସମ୍ବଲପୁର) ପୂର୍ଵେ ଗଉଡ଼ଶ୍ରେଣୀୟ ଲୋକଙ୍କ ମଧ୍ୟରେ ଖଣ୍ଡାୟତ ପାହ୍ୟା ଥିଵାର ଭାଷାକୋଷରେ ଉଲ୍ଲେଖ କରାଯାଇଛି । ଏଥିରୁ ସ୍ପଷ୍ଟ ହୁଏ ଯେ, ଏ ଜାତୀୟ ଲୋକେ କେଵଳ ଜଳ ଯୋଗାଇ ଦେଵକାର୍ଯ୍ୟ ସମ୍ପାଦନା ତଥା ରାଜା ଓ ପ୍ରଜାଙ୍କ ଜୀଵନ ବଞ୍ଚାଉ ନଥିଲେ ! ଆଵଶ୍ୟକ ହେଲେ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରି ଦେଶରକ୍ଷା କରିଵାରେ ସାହାଯ୍ୟ କରୁଥିଲେ । @ଶବ୍ଦଭେଦ
|
|
|