ଜତନନଗର

ଲେଖା: ଶ୍ରୀକାନ୍ତ ସିଂ

ଢେଙ୍କାନାଳ ଇତିହାସରେ ବର୍ବରତା ଓ ନିର୍ଯ୍ୟାତନାର ଅନନ୍ୟ ପ୍ରାସାଦ ହେଉଛି “ଜତନନଗର ରାଜପ୍ରାସାଦ” l ଲୋକ ମୁଖରୁ ଯାହା ଶୁଣାଯାଏ, ଏହା “ଜତନନଗର” ନୁହେଁ ଯାତନା ନଗର l

ଏହି ମହଲ ନିର୍ମାଣ ସମୟରେ କୁଆଡ଼େ ଅନେକ ପ୍ରଜାଙ୍କର ଜୀବନ ନିର୍ବାପିତ ହୋଇଛି l ସେମାନଙ୍କ ଯନ୍ତ୍ରଣା ଜର୍ଜରିତ, ପାରିଶ୍ରମିକ ବିହୀନ ପରିଶ୍ରମର ପ୍ରତି ବଦଳରେ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଥିଲା l


ପାହାଡ଼ ଉପରକୁ ପଥର ବୋହିବା କାମରେ ଯେଉଁ ହାତୀମାନେ ନିୟୋଜିତ ହୋଇଥିଲେ ସେମାନଙ୍କୁ ବି କୁଆଡ଼େ ଅକଥନୀୟ ଯନ୍ତ୍ରଣା ଦିଆଯାଉଥିଲା l ସେମାନେ ବି କଷ୍ଟରେ କାନ୍ଦୁଥିଲେ; ମାନେ ସେମାନଙ୍କ ଆଖିରୁ ବି ଲୁହ ବୋହୁଥିଲା ବୋଲି ଲୋକକଥାରୁ ଶୁଣାଯାଏ l

ଏଠାରେ କୁଆଡ଼େ ୧୦୦ ବଖରାର ମହଲ ନିର୍ମାଣ କରାଯାଇଥିଲା l ମାତ୍ର ବିଡ଼ମ୍ବନାର କଥାହେଲା, ଜତନନଗର ରାଜପ୍ରାସାଦ ନିର୍ମାଣ ହେବାପରେ ତାହା ପ୍ରତିଷ୍ଠା ହୋଇ ପାରିନଥିଲା କିମ୍ବା ଏହି ପ୍ରାସାଦରେ କେହି କେବେ ବସବାସ କରି ନ ଥିଲେ l ଆରମ୍ଭରୁ ଏହା ପରତ୍ୟକ୍ତ ଓ ଅଭିଶପ୍ତ ଆଉ ଏହି ଅପାଂକ୍ତେୟ ଯାତନାର ନଗର “ଜତନନଗର” ଆଜି କେବଳ ଇତିହାସ ମାତ୍ର !


“Jatan Nagar” palace of Dhenkanal which was built by late Patayat Raja Nrusing SinghDeo lost it’s pride with time. Now the building is broken and many of the parts in ruined condition as because of lack of maintenance. 

Leave a Comment

Your email address will not be published. Required fields are marked *

Scroll to Top