ଗାଈଘିଅ

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ

ଗାଈଘିଅ । ଏହାକୁ ସଂସ୍କୃତରେ ଗବ୍ୟଘୃତ କୁହାଯାଉଥିଲା । ପଞ୍ଚଗବ୍ୟର ମିଶ୍ରଣରେ ଔଷଧ ତିଆରି ହେଉଥିଲା । ସେହି ପଞ୍ଚଗବ୍ୟର ନାମ ଦୁଗ୍ଧ(କ୍ଷୀର), ଦଧି(ଦହି), ଘୃତ(ଘିଅ), ଗୋମୁତ୍ର, ଗୋବର ! ଆମିକ୍ଷା ବା ଛେନା ଯେହେତୁ ଏକ ଯୌଗିକ(ଦହିରେ କ୍ଷୀର ମିଶାଇ କରାଯାଏ) ତେଣୁ ଏହାକୁ ପଞ୍ଚଗବ୍ୟର ଅନ୍ତର୍ଭୁକ୍ତ କରାଯାଇନାହିଁ ।

ତେବେ ଏହି ଗବ୍ୟ ଶବ୍ଦର ମୂଳରେ ଅଛି ‛ଗୋ’ ଶବ୍ଦ ଏବଂ ସଂସ୍କୃତ ବ୍ୟାକରଣ ଅନୁଯାୟୀ “ଗୋ+ସମ୍ବନ୍ଧାର୍ଥେ, ଭବାର୍ଥେ, ହିତାର୍ଥେ ଯଃ ତସ୍ୟ ଗବ୍ୟ” ।

ତେବେ ଭାଷାକୋଷରେ ‛ଗବ୍ୟ’ ଶବ୍ଦର ମୂଳରେ ଥିବା ‛ଗୋ’ ଶବ୍ଦର ୩୩ଟି ଅର୍ଥ ଲିପିବଦ୍ଧ ହୋଇଅଛି । ଯଥା: ଧେନୁ, ବୃଷ,ଗାଈଠାରୁ ଉତ୍ପନ୍ନ ଦ୍ରବ୍ୟ, ପଶୁ, ପୃଥିବୀ, ମାତା, ଦିଗ, ଗାୟତ୍ରୀ, ବାକ୍ୟ, ସ୍ଵର୍ଗ, ଚକ୍ଷୁ, ଇନ୍ଦ୍ରିୟ, ଦୃଷ୍ଟି, ବିଦିଗ, କେଶ, କିରଣ, ଜଳ, ବାଣ; ଶର, ସୂର୍ଯ୍ୟ, ନକ୍ଷତ୍ର, ଚନ୍ଦ୍ର, ଯାଗବିଶେଷ, ବଜ୍ର, ହୀରକ, “ଗୁଆ”, ଲୋମ, ବୃଷରାଶି, ଦଶକୋଟି ବା ଏକ ନିୟୁତ ସଂଖ୍ୟା, ନଅ ସଂଖ୍ୟା, ଗାୟକ, ଗୋମେଧ ଯଜ୍ଞ ଓ ଗୃହ ।

‛ଗୋ’ ଶବ୍ଦର ସେହି ୩୩ଟି ଅର୍ଥ ମଧ୍ୟରୁ ଗୋଟିଏ ହେଉଛି ଗୁଆ ! ଏଣୁ, “ଗୁଆ” ଓ “ଗବ୍ୟ” ଶବ୍ଦ ମଧ୍ୟରେ ସାମଜସ୍ୟତା ଥିବାରୁ ତଥା ‛ଗୋ’ ଶବ୍ଦର ଏକ ଅର୍ଥ ଗୁଆ ହୋଇଥିବାରୁ ଓଡ଼ିଆରେ ‘ଗାଈଘିଅ’ ଶବ୍ଦଟିକୁ ‘ଗୁଆଘିଅ’ ଭାବେ କୁହାଯାଏ ! 

Leave a Comment

Your email address will not be published. Required fields are marked *

Scroll to Top