ଓଡି଼ଆ ପର୍ଯ୍ୟଟନ ସାହିତ୍ୟ

ଉପସ୍ଥାପନା: ନିରଞ୍ଜନ ସାହୁ

ଊନବିଂଶ ଶତାବ୍ଦୀର ଶେଷବେଳକୁ ଭାରତରେ ନବଯୁଗର ପ୍ରବର୍ତ୍ତନ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାର ପ୍ରସାର, ଗମନାଗମନର ସୁବିଧା, ଡାକବ୍ୟବସ୍ଥାର ଉନ୍ନତି, ମୁଦ୍ରଣଯନ୍ତ୍ରର ସ୍ଥାପନ ହେତୁ ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ମାନସିକ ନୈକଟ୍ୟ ସ୍ଥାପିତ ହେଲା । ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ସଞ୍ଚାରିତ ହେବା ସହ ଜାତିଗତ ବନ୍ଧନ, ବିଛିନ୍ନତା ହ୍ରାସ ପାଇଲା । ଗମନାଗମନ ସୁବିଧା ହେତୁ ବିଭିନ୍ନ ସ୍ଥାନ ଭ୍ରମଣ ଓ ଦର୍ଶନର ସ୍ପୃହା ବୃଦ୍ଧି ହେଲା । ମାନସିକ ପ୍ରଫୁଲ୍ଲତା, ବିଚାରବୋଧ, ଜ୍ଞାନାନ୍ଵେଷଣ, ବିକାଶ ଆଦି ସଞ୍ଚାରିତ ହେଲା । ଅନ୍ୟ ଅର୍ଥରେ କହିବାକୁ ଗଲେ ମଣିଷର ମନଶ୍ଚକ୍ଷୁ ଖୋଲିଗଲା ।


ଏହାର ପ୍ରଭାବ ମଧ୍ୟ ଆମ ସାହିତ୍ୟରେ ଦୃଶ୍ୟମାନ ହେଲା । ବିଭିନ୍ନ ସ୍ଥାନ ଭ୍ରମଣ କରି ନିଜର ଅନୁଭୂତିକୁ ବର୍ଣ୍ଣନା କରିଲେ କବି, ସାହିତ୍ୟିକ, ଐତିହାସିକ, ଅର୍ଥନୀତି ବିଶାରଦ, ପ୍ରଫେସର ଓ ସଂସ୍କୃତିପ୍ରେମୀମାନେ । ଏହି ଲେଖା ସବୁ ସୁଖପାଠ୍ୟ ହେବା ସହ ଶିକ୍ଷାପ୍ରଦ ମଧ୍ୟ ହେଲା । ତେଣୁ ବହୁ ଆଦୃତ ହୋଇଉଠିଲା ଭ୍ରମଣ ସାହିତ୍ୟ ବା ଓଡ଼ିଆ ପର୍ଯ୍ୟଟନ ସାହିତ୍ୟ । ଓଡ଼ିଶାର ପ୍ରଥମ ବିଦେଶ ଯାତ୍ରୀ କୁଳବୃଦ୍ଧ ମଧୁସୂଦନ, ଯଦିଓ ସାହିତ୍ୟିକ ନ ଥିଲେ, ତଥାପି ଯାହା କିଛି ଲେଖିଛନ୍ତି, ତାହା ଓଡ଼ିଆ ପର୍ଯ୍ୟଟନ ସାହିତ୍ୟ ଜଗତରେ ଅମୂଲ୍ୟ ପୃଷ୍ଠା ଭାବେ ପରିଚିତ । ତେଣୁ ତାଙ୍କର ବିଦେଶ ଯାତ୍ରାର ଏକ କ୍ଷୁଦ୍ରଲେଖା ଜାତୀୟ ଜୀବନ ପ୍ରବନ୍ଧରେ ବିଦେଶୀ ମାନଙ୍କର ଜାତୀୟ ମମତା ଉପରେ ସମ୍ୟକ ସୂଚନା ଦେଇଛନ୍ତି ।


ସମୟ ଥିଲା ଯେତେବେଳେ ପ୍ରାଚ୍ୟ-ପାଶ୍ଚାତ୍ୟ ସଂପର୍କ ଏକ ହାସ୍ୟାସ୍ପଦ କଥାଭାବେ ଲୋକେ ଗ୍ରହଣ କରୁଥିଲେ । ପ୍ରାଚୀ ପ୍ରାଚୀ ହୋଇ ରହିବ ଏବଂ ପାଶ୍ଚାତ୍ୟ ପ୍ରତୀଚୀ ହୋଇ ରହିଥିବ । ଏ ଭ୍ରମ ଧାରଣା ବେଶୀ ଦିନ କିନ୍ତୁ ରହିପାରିଲା ନାହିଁ । ଏହି କ୍ରମରେ – “Oh, East is East and West is West
And never the two shall meet
But there is neither East or West
Border, nor Breed, nor Birth
When two strong men stand face to face
Tho’ they come from the ends of the earth.”
(‘The ballad of the East and West’ by Rudyard Kipling)
       

ଓଡ଼ିଆ ସାହିତ୍ୟରେ ଅନେକ ଓଡି଼ଆ ପର୍ଯ୍ୟଟନ ସାହିତ୍ୟ ବା ଭ୍ରମଣ ବୃତ୍ତାନ୍ତ ଲେଖିବାରେ କାର୍ପଣ୍ୟତା ଦେଖାଇ ନାହାନ୍ତି ଆମ ଓଡ଼ିଶାର ଲେଖକରୂପୀ ଭ୍ରମଣକାରୀଗଣ । ଆମକୁ ସଅଁପି ଦେଇଛନ୍ତି ବହୁ ତଥ୍ୟ, ଅନୁଭୂତି, ବର୍ଣ୍ଣନା, ରମ୍ୟ ଉପସ୍ଥାପନା ମାଧ୍ୟମରେ । ଆଜି ସେହି କଥାକାର ମାନଙ୍କ ପାଇଁ ଅଜସ୍ର ପାଠକୀୟ ଶ୍ରଦ୍ଧା ନିବେଦନ କରୁଛି ‘ଅନ୍ତରଙ୍ଗ କଳିଙ୍ଗ’। ସେହି ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରିବାକୁ ଆଗଭର ହୋଇ ଏକ ବିଶେଷ ଉପସ୍ଥାପନା କରୁଛୁ । ଏଭଳି ଆହୁରି ଅନେକ କିଛି ଥାଇପାରେ । ତେଣୁ ଅନୁରୋଧ ଏହି ଲେଖାଟିରେ ସହୃଦୟତା ସହ, ଅଧିକ ତଥ୍ୟ ଥିଲେ ଯୋଗ କରି  ପାଇଁ ଆଗେଇ ଆସିବା ହେଲେ ଅନେକ କିଛି ଜାଣିବାକୁ ପାଇବା ।

~ ସ୍ଵାଧୀନତା ପୂର୍ବବର୍ତ୍ତୀ ଓଡି଼ଆ ପର୍ଯ୍ୟଟନ ସାହିତ୍ୟ ~
* ପଣ୍ଡିତ ଗୋବିନ୍ଦ ରଥ — କଲିକତା ଦର୍ଶନ, କଟକ ଦର୍ଶନ, ମେଳା ଦର୍ଶନ (୧୮୭୫)
* ଦାମୋଦର ପଟ୍ଟନାୟକ — କପିଳାସ କ୍ଷେତ୍ର (୧୮୮୫ )
* ରାଧାନାଥ ରାୟ — ଭ୍ରମଣକାରୀର ପତ୍ର, ବାମଣ୍ଡା, ଲହଡ଼ା, ତାଳଚେର ( ୧୮୮୭ )
* ଫକୀରମୋହନ ସେନାପତି — ଉତ୍କଳ ଭ୍ରମଣଂ (୧୮୯୧)
* ଶଶୀଭୂଷଣ ରାୟ — ଦାକ୍ଷିଣାତ୍ୟ ଭ୍ରମଣ, ଉତ୍କଳ ପ୍ରକୃତି, ଉତ୍କଳର ଋତୁଚିତ୍ର, ବଡ଼ମ୍ବା ପ୍ରକୃତି
* ଜଳନ୍ଧର ଦେବ — ଡାଏରୀର କିୟଦଂଶ
* ଶ୍ରୀପତି ମିଶ୍ର — ଶିମଳା ଭ୍ରମଣ
* କୁଳମଣି ଦାସ — ହିମାଳୟ ପଥେ
* ଚିନ୍ତାମଣି ଆଚାର୍ଯ୍ୟ — ବାରଣାସୀ ଯାତ୍ରା
* କାଳିପ୍ରସନ୍ନ କବି — ଉତ୍ତର ଭାରତେ
* ନୀଳମଣି ଚାନ୍ଦ — କପିଳାସ ଦର୍ଶନ
* ମହେଶ ଚନ୍ଦ୍ର ରାୟ — ଟୋକିଏରୁ କଲିକତା
* ପ୍ରାଣକୃଷ୍ଣ ପରିଜା — କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ
* ଭୁବନାନନ୍ଦ ଦାସ — ବିଲାତ ପତ୍ର
* ଅନ୍ନଦା ଶଙ୍କର ରାୟ — ବିଲାତ ଚିଠି
* ନୃସିଂହ ଚରଣ ମହାନ୍ତି — ପଶ୍ଚିମ ପଥେ
* ମାୟାଧର ମାନସିଂହ — ପଶ୍ଚିମ ପଥିକ
* ଶୈଳବାଳା ଦାସ — ବିଲାତ ପ୍ରବାସ (୧୯୦୮ରେ ଉତ୍କଳ ସାହିତ୍ୟରେ ଧାରାବାହିକ ଭାବେ ଉପସ୍ଥାପିତ)
* ଚନ୍ଦ୍ରଚୂଡ଼ାମଣି ହରିଚନ୍ଦନ ଦେବ — ବିଦେଶ ଭ୍ରମଣ

~ ସ୍ଵାଧୀନତା ପରବର୍ତ୍ତୀ ଓଡି଼ଆ ପର୍ଯ୍ୟଟନ ସାହିତ୍ୟ ~
ସ୍ଵାଧୀନତା ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟରେ ଅନେକ ଅନେକ ଭ୍ରମଣ ବୃତ୍ତାନ୍ତ ପୁସ୍ତକ ରଚନା ହୋଇଥିବାର ଲକ୍ଷ୍ୟ କରାଯାଏ । ସେଥି ମଧ୍ୟରୁ କେତେକ ପ୍ରମୁଖ ରଚନା –* କାଳିନ୍ଦୀ ଚରଣ ପାଣିଗ୍ରାହୀ — ଗଲି ଅଇଲି ଋଷ୍ ଜର୍ମାନ
* ଅନନ୍ତ ପ୍ରସାଦ ପଣ୍ଡା — ପାଶ୍ଚାତ୍ୟ ଅନୁଭୂତି
* ପରମାନନ୍ଦ ମହାନ୍ତି — ଭାରତ ଦର୍ଶନ
* ଡଃ କୁଞ୍ଜବିହାରୀ ଦାଶ — ପଥ ଓ ପଥିକ, ମୋ ସ୍ଵପ୍ନର କାଶ୍ମୀର , ଲଙ୍କା ଯାତ୍ରା, ଆମେରିକା ପୁନଶ୍ଚ
* ଶ୍ରଦ୍ଧାକର ସୂପକାର — ଆମେରିକା ଅନୁଭୂତି
* ଶତୃଘ୍ନ ନାଥ — ବିଲାତ କଥା
* ଭୁବନେଶ୍ୱର ବେହେରା — ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି
* ବିଦ୍ୟାଧର ମିଶ୍ର — ବିକଶିତ ପାଶ୍ଚାତ୍ୟ ଜଗତ
* ଉମେଶ ଚନ୍ଦ୍ର ପାଣିଗ୍ରାହୀ — ଯାତ୍ରୀ ଓ ପଥପ୍ରାନ୍ତେ
* ଉଦୟନାଥ ମିଶ୍ର — ଭାତ ଓ ବିଲାତ
* ଶ୍ରୀହର୍ଷ ମିଶ୍ର — ପଶ୍ଚିମ ଦିଗନ୍ତ, ବିପୁଳାଚ ପୃଥ୍ବୀ
* ଡଃ ଶ୍ରୀରାମ ଦାଶ — ୟୁରୋପରେ ମୋ ଅନୁଭୂତି 
* ପ୍ରଫେସର ରାଧାନାଥ ରଥ — ଆମେରିକା ଡାଏରୀ
* ବୈଦ୍ୟନାଥ ମିଶ୍ର — ଆଜିର ଇଂଲଣ୍ଡ ଓ ୟୁରୋପ
* ପ୍ରଫେସର ଗୋଲୋକ ବିହାରୀ ଧଳ — ଲଣ୍ଡନ ଚିଠି, ଆମେରିକା ଅନୁଭୂତି, ଗଙ୍ଗାରୁ ଗୋଦାବରୀ, ତାଜମହଲ ଦେଶେ
* ଡାକ୍ତର ବିକ୍ରମ ଦାସ — ସେପଟ ଦୁନିଆ
* ସୂର୍ଯ୍ୟକାନ୍ତ ଦାସ — ମସ୍କୋ ଦର୍ଶନ, ଅଳକାପୁରୀ ଆମେରିକା
* ସୁରେନ୍ଦ୍ର ମହାନ୍ତି — ପେକିଂ ଡାଏରୀ
* ଚିତ୍ତରଞ୍ଜନ ଦାସ — ନେପାଳ ପଥେ, ଡେନମାର୍କ, ଗଞ୍ଜାମ ମାଳରେ ସାତ ଦିନ, ଭାରତରୁ ଚୀନ
* ଡଃ ଗୋକୁଳାନନ୍ଦ ମହାପାତ୍ର — ନୀଳଚକ୍ରବାଳ ସେପାରେ
* ଆର୍ତ୍ତତ୍ରାଣ ମିଶ୍ର — ଦ୍ଵାରକା ପଥେ, ଦ୍ଵାରକା ପ୍ରଭାସ, ତୁଷାର ତୀର୍ଥ ଅମରନାଥ, ଦେବଭୂମି ଦାକ୍ଷିଣାତ୍ୟ, ତିନି ସାଗର ସଙ୍ଗମ
* ବାରିଷ୍ଟର ଗୋବିନ୍ଦ ଦାସ — ଦେଶେ ଦେଶେ
* ଶୁକଦେବ ସାହୁ — ଋଷ୍ ଦେଖି ଆସିଲି
* ସାବିତ୍ରୀ ରାଉତ — ଶିକ୍ଷାୟତନ ଅକ୍ସଫୋର୍ଡ
* ଯୋଗୀନ୍ଦ୍ର ପଟ୍ଟନାୟକ — ଅଶୀ ଦିନରେ ପୃଥିବୀ ଭ୍ରମଣ
* ଗୋରାଚାନ୍ଦ ମିଶ୍ର — ଶିରିଡ଼ିରୁ ପୁଟ୍ଟପର୍ତ୍ତି
* ମହାପାତ୍ର ଯତୀନ୍ଦ୍ର କୁମାର — କେତେ ଦେବାଳୟ କେତେ ଲୋକାଳୟ, ନର୍ମଦା କନ୍ୟାକୁମାରୀ, ଏକ ତୀର୍ଥ ନଗରୀର ଉପକଥା
* କୃଷ୍ଣ ପ୍ରସାଦ ମିଶ୍ର — କାନାଡ଼ା ଡାଏରୀ
* ମନୋଜ ଦାସ — ଦୂର ଦୂରାନ୍ତର,
* ବିଭୂତି ପଟ୍ଟନାୟକ — ତୀରେ ତୀରେ ତୀର୍ଥ
* ଗିରିଶ ଚନ୍ଦ୍ର ନାୟକ — ୟୁରୋପବାସୀ
* ଜଗନ୍ନାଥ ମହାନ୍ତି — ସପନ ଭୂଇଁ ଇଂଲଣ୍ଡ ଏଇ
* ସୀତାକାନ୍ତ ମହାପାତ୍ର — ଅନେକ ଶରତ
* ରଘୁନାଥ ମହାପାତ୍ର — ପୁଟ୍ଟପର୍ତ୍ତିରେ ଦୁଇ ଦିନ
* ଗଣେଶ୍ୱର ମିଶ୍ର — କ୍ୟାଣ୍ଟବରୀ କାହାଣୀ
* ଦୀନନାଥ ପାଠୀ — ନୀଳ ନଦୀର ଚିତ୍ରକର
* ସରୋଜ ରଞ୍ଜନ ମହାନ୍ତି — ଦିଗଦିଗନ୍ତ
* ରମାରାଣୀ ହୋତା (ମିଶ୍ର)– ଆମେରିକା ଚିଠି
* ଗୁରୁ ଚରଣ ପଟ୍ଟନାୟକ — ଋଷିଆରେ ଯାହା ଦେଖିଲି, ନବ ସଭ୍ୟତାର ଦେଶେ
* ଆଦରମଣି ଦାସ — ମୋ ବିଲାତ ଅନୁଭୂତି
* ଭାଗବତ ଦାଶ — ନୀଳାଦ୍ରିରୁ ସହାଦ୍ରି
* ଦେବେଶ ଦାସ — ରୋମରୁ ରମାନା
* କୃଷ୍ଣଚନ୍ଦ୍ର ମହାନ୍ତି — ଦିଲ୍ଲୀ ପଥିକ
* ବେଦୁଇନ୍ (ଛଦ୍ମନାମ)– କେତେ ଜନପଦ
* ବିଜୟ ବେହୁରା — ଲଣ୍ଡନ ଟିପାଖାତା
* ନୀଳାଦ୍ରି ଦାସ — ଫ୍ରାନସରେ ବିଦେଶୀ
* ଅଖିଳ ମୋହନ ପଟ୍ଟନାୟକ — ଅନ୍ୟ ଦେଶ
* ଗୋପାଳ ଚନ୍ଦ୍ର ମିଶ୍ର — ବମ୍ବେଯାତ୍ରାର ସ୍ମୃତିଚିତ୍ର, ଋଷ୍ ଅନୁଭୂତି
* ବିଶ୍ଵନାଥ ପଶାୟତ — ଋଷ୍ ଭ୍ରମଣ
* ମନମୋହନ ଚୌଧୁରୀ — ୟୁରୋପ ଯାତ୍ରୀର ଡାଏରୀ

ଆଧାର: ଡ. ଶ୍ରୀନିବାସ ମିଶ୍ର, ଡ. ବାଉରୀବନ୍ଧୁ କର, ଡ. ସୁରେନ୍ଦ୍ର ମହାରଣାଙ୍କ ରଚିତ ବିଭିନ୍ନ ପ୍ରବନ୍ଧ

Leave a Comment

Your email address will not be published. Required fields are marked *

Scroll to Top