Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଉପସ୍ଥାପନା: ନିରଞ୍ଜନ ସାହୁ
ଊନବିଂଶ ଶତାବ୍ଦୀର ଶେଷବେଳକୁ ଭାରତରେ ନବଯୁଗର ପ୍ରବର୍ତ୍ତନ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାର ପ୍ରସାର, ଗମନାଗମନର ସୁବିଧା, ଡାକବ୍ୟବସ୍ଥାର ଉନ୍ନତି, ମୁଦ୍ରଣଯନ୍ତ୍ରର ସ୍ଥାପନ ହେତୁ ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ମାନସିକ ନୈକଟ୍ୟ ସ୍ଥାପିତ ହେଲା । ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ସଞ୍ଚାରିତ ହେବା ସହ ଜାତିଗତ ବନ୍ଧନ, ବିଛିନ୍ନତା ହ୍ରାସ ପାଇଲା । ଗମନାଗମନ ସୁବିଧା ହେତୁ ବିଭିନ୍ନ ସ୍ଥାନ ଭ୍ରମଣ ଓ ଦର୍ଶନର ସ୍ପୃହା ବୃଦ୍ଧି ହେଲା । ମାନସିକ ପ୍ରଫୁଲ୍ଲତା, ବିଚାରବୋଧ, ଜ୍ଞାନାନ୍ଵେଷଣ, ବିକାଶ ଆଦି ସଞ୍ଚାରିତ ହେଲା । ଅନ୍ୟ ଅର୍ଥରେ କହିବାକୁ ଗଲେ ମଣିଷର ମନଶ୍ଚକ୍ଷୁ ଖୋଲିଗଲା ।