ଉତ୍ଥାନ ସଙ୍ଗୀତ

ସୌରଭିତ ସୃଷ୍ଟି: ଵ୍ୟାସକଵି ଫକୀରମୋହନ 
ଵ୍ୟାସକଵି ଫକୀରମୋହନ ସେନାପତିଙ୍କ “ଉତ୍ଥାନ ସଙ୍ଗୀତ” ଗୀତିକଵିତାଟି ଏକ ଜାତୀୟ ଉଦବୋଧନୀ ଗୀତ ଅଟେ । ଏହା ନଟଵାଣୀ ଵୃତ୍ତରେ ଗାଇଵାକୁ ହୋଇଥାଏ । ଗୀତିକଵିତାଟି ଶତ ଵର୍ଷ ତଳେ ଲେଖାଯାଇଥିଲେ ହେଁ ଏହା ଆଜି ଵି ପ୍ରାସଙ୍ଗିକ ।
~ ଉତ୍ଥାନ ସଙ୍ଗୀତ ~
(ନଟଵାଣୀ ଵୃତ୍ତ)
ଉଠ ଭାଇମାନେ, ଚାହଁ ଆଖି ମଳି,
ଜାତିର ଦୁର୍ଦ୍ଦଶା ପଡ଼ିଲା ଯେ ବଳି ।
ଶୁଣ ହାହାକାର ପଡ଼ିଛି ଦେଣରେ,
ହା ଅନ୍ନ ! ହା ଅନ୍ନ ! ସକଳ ମୁଖରେ ।
ଗଞ୍ଜନା ଭର୍ତ୍ସନା ଅନ୍ୟ ଜାତିଠାରେ
ପାଇ ଶୁଣି କି ହେ ନ ଭାଳୁଛ ବାରେ ?
ପଢ଼ ରାଜଭାଷା ଅଛି ତହିଁ ଲାଭ,
ମାତ୍ର ନ ହରାଅ ଜାତୀୟ ସ୍ଵଭାଵ ।
ହେଵ ଭାଳ କାଳେ ସଭ୍ୟ ଭଵ୍ୟ ପରା ?
ଆବୋରି ନ ବସ ପରର ପସରା ।
ନ କରିଲେ ମାତୃଭାଷାର ଉନ୍ନତି,
ଘୁଞ୍ଚିଵ କି କେବେ ଦେଶର ଦୁର୍ଗତି ?
ଉଠ ଉଠ କର ସାହସ ସମ୍ବଳ,
ସାଧିଵ ସ୍ଵକାର୍ଯ୍ୟ ଆପଣେ କେଵଳ ।
(ଵି:ଦ୍ର—ପ୍ରୋକ୍ତ ଗୀତିକଵିତା ରଚନା ସମୟରେ ଇଂରାଜୀ ଭାରତର ମୁଖ୍ୟ ରାଜଭାଷା ଥିଲା ।
ଉପସ୍ଥାପନା: ଶିଶିର ସାହୁ ମନୋଜ

Leave a Comment

Your email address will not be published. Required fields are marked *

Scroll to Top