ଅନନ୍ତ ବ୍ରତ

ଲେଖା: ବନ୍ଧନ ଦଳାଇ

ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଧଶୀ ତିଥିରେ ଶ୍ରୀ ଶ୍ରୀ ଅନନ୍ତ ଦେବଙ୍କ ବ୍ରତ ପାଳନ କରାଯାଏ। ଏହି ପବିତ୍ର ଦିନଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ବିଷ୍ଣୁଙ୍କ ସମେତ ଗଣେଶଙ୍କ ସମ୍ମୁଖରେ ମଧ୍ୟ ଏହି ପୂଜା କରିବାର ବିଧି ପ୍ରଚଳିତ। କୁହାଯାଏ ଗଜାନନ ନିଜେ ଅନନ୍ତ ବ୍ରତ କରିଥାନ୍ତି।

ମହାଭାରତ ଅନୁସାରେ ରାଜ୍ୟ ଫେରିପାଇବା ଲାଗି କ୍ରମାଗତ ଚଉଦ ବର୍ଷ ଏହି ବ୍ରତ ପାଳନ କରିବାକୁ ଶ୍ରୀକୃଷ୍ଣ, ଯୁଧିଷ୍ଠିରଙ୍କୁ ପରାମର୍ଶ ଦେଇଥିଲେ। ଅନନ୍ତ ଦେବଙ୍କ ପୂଜା କାର୍ଯ୍ୟରେ ପାଣିକଳସ ଯମୁନା, ଦୂବଘାସ ଶେଷନାଗ ଏବଂ ଚଉଦଟି ଗଣ୍ଠି ଥିବା ସୂତ୍ର ବା ବ୍ରତ ଅନନ୍ତଙ୍କ ପ୍ରତୀକ।

ଏହି ଦିବସ ପାଇଁ ଚଉଦ ସଂଖ୍ୟାର ମହତ୍ତ୍ୱ ଅଧିକ। ଭକ୍ତ ଓ ଶ୍ରଦ୍ଧାଳୁ  ଚଉଦ ପ୍ରକାରର ଫୁଲ, ଫଳ ଓ ପତ୍ର ବ୍ୟବହାର କରନ୍ତି । ପୂଜା ପାଇଁ ଚଉଦ ପ୍ରକାରର ପନିପରିବା ଚଉଦ ପ୍ରକାର ଚଣାମିଶ୍ରିତ ପାକଦ୍ରବ୍ୟ ପ୍ରସ୍ତୁତ କରାଯାଏ।

ଭଗବାନ ବିଷ୍ଣୁଙ୍କ ଅନନ୍ତଶୟନ ମୁଦ୍ରା ପୂଜା ପାଆନ୍ତି। ପୂଜା ପରେ ପୁରୁଷମାନେ ଡାହାଣ ଓ ମହିଳାମାନେ ବାମ ମଣିବନ୍ଧରେ ପବିତ୍ର ବ୍ରତ ବାନ୍ଧନ୍ତି।

ଆମ ଦେଶର କେତେକ ସ୍ଥାନରେ ବାଉଁଶ ଟୋକେଇରେ ଦୂବ ତିଆରି ଶେଷନାଗଙ୍କୁ ପୂଜା କରାଯାଏ । ମନୁଷ୍ୟ ମନରେ ଭକ୍ତିଭାବ ଜାତ କରାଇବା ତଥା ପାପ ଠାରୁ ଦୁରେଇ ରହିବା ନିମନ୍ତେ ଏହି ଅନନ୍ତ ବ୍ରତ ମାଧ୍ୟମରେ ଦର୍ଶାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top