~ ସର୍ପେଶ୍ୱର ମହାଦେବ ~
ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ
ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର ଗ୍ରାମପଞ୍ଚାୟତ ଅଧୀନ କଟିକିଆ ସାହି ବିଜେ ଶ୍ରୀ ଶ୍ରୀ ସର୍ପେଶ୍ୱର ମହାଦେବ ଦ୍ଵାପର ଯୁଗର ଦିଅଁ l ଚନ୍ଦ୍ରବଂଶୀୟ ରାଜା ନହୁଷଙ୍କୁ ଅଭିଶପ୍ତ ସର୍ପ ଯୋନିରୁ ମୁକ୍ତି ଦେବା ଅଭିପ୍ରାୟରେ ମହାଭାରତ ଯୁଗରେ ଧର୍ମରାଜ ଯୁଧିଷ୍ଠିରଙ୍କ ଦ୍ଵାରା ଏହି ଦିଅଁ ପ୍ରତିଷ୍ଠିତ l ପାଣ୍ଡବମାନେ ବାରବର୍ଷ ବନବାସ ସମୟରେ ଏହି ଅଞ୍ଚଳକୁ ଆସି ବହୁବର୍ଷ ଧରି ଅଭିଶାପ ଭୋଗ କରୁଥିବା ନହୁଷଙ୍କୁ ଅଭିଶାପରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଦେବାଧିଦେବ ଶିବଙ୍କୁ ସର୍ପେଶ୍ୱର ନାମରେ ଅର୍ଚ୍ଚନା କରିଥିଲେ l ସର୍ପେଶ୍ଵରଙ୍କ ଲିଙ୍ଗଧୌତ ପାଇଁ ଦେବୀ ଗଙ୍ଗା ପ୍ରକଟ ହୋଇଥିଲେ ଯାହା ସର୍ପେଶ୍ୱରୀ ଗୁପ୍ତଗଙ୍ଗା ନାମରେ ପରିଚିତ l ଅଧୁନା ଏହା ସାପୁଆ ନଦୀ ଭାବରେ ଆଠଗଡ଼ ଅଞ୍ଚଳର ପ୍ରସିଦ୍ଧ l କବିବର ରାଧାନାଥ ରାୟ ସ୍ଵୀୟ ନନ୍ଦିକେଶ୍ୱରୀ କାବ୍ୟରେ ପୁରାଣ ପ୍ରସିଦ୍ଧ ଏହି ସର୍ପେଶ୍ୱରୀ ନଦୀର କାବ୍ୟିକ ଚିତ୍ର ପ୍ରଦାନ କରିଛନ୍ତି
“ଉତ୍ତରେ ବିରାଜେ ଶୈଳ ସର୍ପେଶ୍ୱର
ସର୍ପେଶ୍ୱରୀ ଯାର ଧୁଅଇ ପୟର” l
ଦ୍ଵାପର ଯୁଗୀୟ ଏହି ଦିଅଁ ଦୀର୍ଘ ସମୟ ଧରି ଖୋଲା ଆକାଶ ତଳେ ପୂଜା ପାଇବା ପରେ ଆଠଗଡ଼ ଗଡ଼ଜାତର ଚତୁର୍ଥ ରାଜା ଶ୍ରୀ କରଣ ଗୋପୀନାଥ ବେବର୍ତ୍ତା ପଟ୍ଟନାୟକଙ୍କ ଦ୍ବାରା ମନ୍ଦିର ନିର୍ମାଣ ହୋଇଥିଲା l ମନ୍ଦିରଟି ଜୀର୍ଣ୍ଣ ହେବାରୁ ବର୍ତ୍ତମାନର ମନ୍ଦିର ଆଠଗଡ଼ ରାଜବଂଶଙ୍କ ଦ୍ବାରା ନିର୍ମିତ ହୋଇଥିଲା l ଆଠଗଡ଼ ଅଞ୍ଚଳରେ ପ୍ରସିଦ୍ଧ ଅଷ୍ଟଶମ୍ଭୁଙ୍କ ମଧ୍ୟରେ ସର୍ପେଶ୍ୱରଙ୍କ ସ୍ଥାନ ଦ୍ବିତୀୟ l ଏହି ଦିଅଁ ପ୍ରତ୍ୟକ୍ଷ ଏହାଙ୍କ ନାମରେ ଶପଥ କରି ମିଥ୍ୟା କହିଲେ ସର୍ପ ଦଂଶନରେ ମୃତ୍ୟୁ ହୁଏ ବୋଲି ଦୃଢ଼ ଲୋକବିଶ୍ୱାସ ରହିଛି l
ଆସ୍ଥା ବିଶ୍ୱାସର ଜାଗ୍ରତ ଉତ୍ସ ବାବା ସର୍ପେଶ୍ୱରଙ୍କ ନୀତିକାନ୍ତିର ସୁପରିଚାଳନା ନିମନ୍ତେ ଆଠଗଡ଼ ରାଜବଂଶଙ୍କ ଦ୍ବାରା ବିପୁଳ ଭୂସମ୍ପତ୍ତି ଖଞ୍ଜା ହୋଇଥିଲା l ଦିଅଁଙ୍କ ସେବା ପାଇଁ ବ୍ରାହ୍ମଣ, ମାଳି, ଆଦିଙ୍କୁ ନିଯୁକ୍ତ କରାଯାଇ ସେମାନଙ୍କୁ ବିପୁଳ ପରିମାଣରେ ଭୂସମ୍ପତ୍ତି ଆଠଗଡ଼ ରାଜାଙ୍କ ଦ୍ଵାରା ଦାନ କରାଯାଇଥିଲା l ମୋର ପିତୃବଂଶଙ୍କ ପୂର୍ବଜଙ୍କୁ ଆଠଗଡ଼ ରାଜା ଏହି ଦିଅଁଙ୍କ ସେବାରେ ନିଯୁକ୍ତ କରିଥିଲେ l

Ayusman Arya Sarpeswar Mahadev Ayushman Arya Athagada Athagarh

Spread the love
Antaranga Kalinga

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 month ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 months ago