ଲେଖା: ନିରଞ୍ଜନ ସାହୁ
“ନିଜର ଜନନୀ ଓ ଜନ୍ମଭୂମି ଏ ଦୁହେଁ ସ୍ଵର୍ଗ ଅପେକ୍ଷା ବଡ଼ ଅଟନ୍ତି। ଆମ୍ଭମାନଙ୍କ ମାତୃଭୂମି ଉତ୍କଳ ଦେଶ ନିଜର ଅଭାବ ମୋଚନାର୍ଥେ ଆମ୍ଭମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି। ତାହାଙ୍କର ଡାକ ନ ଶୁଣି ଆମ୍ଭେମାନେ କି ନିଶ୍ଚିତ ହୋଇ ରହିପାରୁ ? ଯେତେଦିନ ପର୍ଯ୍ୟନ୍ତ ତାଙ୍କର ଅଭାବ ମୋଚନ ନ ହୋଇଛି ସେତେ ଦିନ ପର୍ଯ୍ୟନ୍ତ ଆମ୍ଭେମାନେ କଦାପି ସ୍ଥିର ହୋଇ ରହି ନପାରୁ ।
ସ୍ଵଦେଶ ପ୍ରତି ଯେପରି ସ୍ନେହ ସେହିପରି ମାତୃଭାଷା ପ୍ରତି ମଧ୍ୟ ସ୍ନେହ କରିବା ଦରକାର। ଉତ୍କଳ ଭାଷାର ଯେତେଦୂର ଉନ୍ନତି କରିବା ଉଚିତ ସେତେଦୂର ଉନ୍ନତି ହୋଇନାହିଁ। ତଥାପି ଉତ୍କଳର ସାହିତ୍ୟ ଆକାଶରେ ଉଜ୍ଜ୍ୱଳ ତାରକାମାନଙ୍କର ଅଭାବ ନାହିଁ।ଏ ସଭାରେ ଆପଣମାନଙ୍କୁ ସାକ୍ଷାତ କରି ମୋର ଅନିର୍ବଚନୀୟ ଆନନ୍ଦ ଜାତ ହୋଇଅଛି। ଏହି ଦେଶହିତକର କାର୍ଯ୍ୟରେ ଆପଣମାନଙ୍କ ସହ ଭାଗୀ ହୋଇଥିବାରୁ ମୁଁ ନିଜକୁ କୃତାର୍ଥ ମନେ କରୁଛି”
ଏ ଉକ୍ତି ଥିଲା ୧୯୦୩ ମସିହାରେ କଟକର ଇଦଗା ପଡ଼ିଆରେ ଆୟୋଜିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେସନରେ ସଭାପତିଙ୍କର । ସେହି ସଭାପତି ଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଉତ୍କଳ ଦେଶରେ ଆଧୁନିକ ରାମରାଜ୍ୟର ପ୍ରବର୍ତ୍ତକ !
ବାଲ୍ୟାବସ୍ଥାରେ ପିତାଙ୍କ ମୃତ୍ୟୁ ହେବାରୁ ମୟୁରଭଞ୍ଜ ଶାସନ କୋର୍ଟ ଅଫ୍ ଵାର୍ଡ୍ସ ଅଧିନରେ (ଇଂରେଜ) ପରିଚାଳିତ ହେଉଥିଲା। ଜଣେ ବ୍ରିଟିଶ ସାହେବ ଓ ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଶ୍ରୀରାମଚନ୍ଦ୍ର ରେଭେନ୍ସା ମହାବିଦ୍ୟାଳୟରୁ ଏମ୍.ଏ ପାଶ୍ ପରେ ରାଜ୍ୟଭାର ବହନ କରି ଶାସନ ଆରମ୍ଭ କଲେ। ସେ ଥିଲେ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟର ଅଧିକାରୀ। ତାଙ୍କ ଚିନ୍ତା ଓ ଚେତନାର ଦିଗବଳୟ ଥିଲା ଯୋଜନ ବ୍ୟାପୀ। ସେହି ଆଧାରରେ ଆରମ୍ଭ ହେଲା ଆଗାମୀ ଶାସନ କାଳ
କୃଷିକ୍ଷେତ୍ରରେ ଉନ୍ନତି ପାଇଁ ବହୁ ସ୍ଥାନରେ ବନ୍ଧ, ପୁଷ୍କରିଣୀ, କେନାଲ ଖୋଳାଇ କୃଷକବତ୍ସଳ ରାଜା ଭାବେ ପରିଚିତ ହୋଇଥିଲେ ରାଜା ଶ୍ରୀରାମଚନ୍ଦ୍ର। ତାଙ୍କ ଦ୍ଵାରା ବାରିପଦା ସହରରେ ଆଧୁନିକ ଡାକ୍ତରଖାନା ସ୍ଥାପନା ସହିତ ଶିକ୍ଷାର ପ୍ରସାର ନିମନ୍ତେ ୪୩୧ଟି ବିଦ୍ୟାଳୟ ସ୍ଥାପନା ଭାରତର ଅନ୍ୟାନ୍ୟ ଦେଶୀୟ ରାଜ୍ୟମାନଙ୍କର ଆଖି ଖୋଲି ଦେଇଥିଲା
ଶିଳ୍ପପ୍ରତିଷ୍ଠା ପାଇଁ ରେଳପଥ ନିର୍ମାଣ, ଗମନାଗମନ ସୁବିଧା ଲାଗି ରେଳଷ୍ଟେସନ ପ୍ରତିଷ୍ଠା ନିଶ୍ଚିତ ଭାବେ ଉଲ୍ଲେଖନୀୟ ଅବଦାନ ଶ୍ରୀରାମଚନ୍ଦ୍ରଙ୍କର। ମୟୂରଭଞ୍ଜ ରାଜ୍ୟକୁ ଚାରୋଟି ସବଡିଭିଜନରେ ବିଭକ୍ତ କରି ଭାରତୀୟ ଶାସନ ବ୍ୟବସ୍ଥା ଉପରେ ନୂତନ ପରିକଳ୍ପନା ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିଛନ୍ତି ଆମର ହିତ୍ୟୈଷୀ ମହାନୁଭବ ରାଜା। ଓଡ଼ିଶାରେ ଏକ ଚିକିତ୍ସାଳୟ ପାଇଁ କି ସୁନ୍ଦର ପରିକଳ୍ପନା ! ଅତଃ ପ୍ରତିଷ୍ଠିତ ହେଲା ଆଜିର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ ସହରରେ।
ତାଙ୍କ ମାତୃଭାଷା ପ୍ରୀତିର ପଟାନ୍ତର ନାହିଁ। ସେଇଥିପାଇଁ କୁଳବୃଦ୍ଧ ମଧୁସୂଦନ ତାଙ୍କୁ ବରଣ କରିଥିଲେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତି ଆସନ ପାଇଁ। ଯୋଗ୍ୟ ବ୍ୟକ୍ତିର ସଠିକ ମୂଲ୍ୟାୟନ କରିଥିଲେ ମଧୁବାବୁ !
ପରମ ହିତୈଷୀ, ପ୍ରଜାବତ୍ସଳ, ଜ୍ଞାନୀ, ଉତ୍କଳମାତାର ସୁଯୋଗ୍ୟସନ୍ତାନ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଯଥାର୍ଥରେ ଥିଲେ ଆଧୁନିକ ରାମରାଜ୍ୟର ପ୍ରବର୍ତ୍ତକ
© Niranjan Sahu
Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

5 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 week ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

2 weeks ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

2 weeks ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago