ଇତିହାସ

ଗଜପତି କପିଳେନ୍ଦ୍ର ଦେବ

ଗଜପତି କପିଳେନ୍ଦ୍ର ଦେବ

ଲେଖା: ଅମୃତେଶ ଖଟୁଆ

ବହୁକାଳ ବିଗତ ଇତିହାସର ସୁବର୍ଣ୍ଣ ପ୍ରହର ଦଣ୍ଡାୟମାନ ।
ସେପଟେ ଦାକ୍ଷିଣାତ୍ୟରେ ତୁମୁଳ କନ୍ଦଳର ସୂତ୍ରପାତରେ ବିଷଣ୍ଣ ଓଡ଼ିଆ ରାଜ୍ୟର ସୀମା । ସମସ୍ତ ଉନ୍ନତି ଲାଗି ପ୍ରଥମେ ପ୍ରାଚୀନ ସୀମା ରକ୍ଷିତ ହେବା ନିତାନ୍ତ ଆବଶ୍ୟକ ତାଙ୍କ ନିମନ୍ତେ । ଏଥିରେ ସମଗ୍ର ଓଡ଼ିଆ ଭାଷୀଙ୍କ ପ୍ରଦେଶକୁ ଏକଛତ୍ର ସାମ୍ରାଜ୍ୟର ମୁକ୍ତ ଛାୟାଟିଏ ଥିଲା ଲୋଡ଼ା ।
ସେ ଛାୟା ଗୋଟିଏ ହେବ ବନସ୍ପତିର ଅଭୟ ଆଶ୍ରୟ । କାରଣ ସେହି ଛାୟା ତଳେ ଏକାଠି ହେବେ ସମସ୍ତ #ଓଡ଼ିଆମାନେ । ଗୋଟିଏ ଜାତିର ସମୁଚ୍ଚ ପରିଚୟ ଘେନି ମସ୍ତକ ଉତ୍ତୋଳିତ କରି ନିଜ ବୀରତ୍ଵର ନିବିଡ଼ କୀର୍ତ୍ତିଗୀତି ଗାନ କରିବେ । ସେଥିପାଇଁ ତ ପୂର୍ବସୂରୀଗଣ ଆମର ନିରନ୍ତର କହିଛନ୍ତି, ଜାତୀୟ ଭାବ ଜାଗ୍ରତ ନ ହେବା ପର୍ଯ୍ୟନ୍ତ ଜାତୀୟ ଉନ୍ନତି ସୁଦୂର ପରାହତ ।
ଉତ୍କଳର ଅତୁଳନୀୟ ବିଭବକୁ ପ୍ରତିବେଶୀଙ୍କ କ୍ରୂର ଆକ୍ରମଣ ଅନାୟାସରେ ଉଚ୍ଛନ୍ନ କରିଦେବ । ଜନ୍ମଭୂମିର ସ୍ବାଧୀନ ତୀର୍ଥ ଏକାବେଳକେ ଭଣ୍ଡୁର ହେବ । ଝରିଯିବ ଶ୍ୟାମଳ କେଦାରର ପକ୍ଵଶସ୍ୟ, ରହିଯିବ କି କେବଳ ନୀବାରର ନୟନାଭିରାମ ଶ୍ୟାମଳିମା ?
ସେଦିନ ମାଳବ ସୁଲତାନ୍ ଦିଲ୍ଲୀ ସୁଲତାନଙ୍କ ସଙ୍ଗେ ସମ୍ବନ୍ଧ ଅନୁବନ୍ଧିତ । ତାଙ୍କର ଲୋଲୁପ ଦୃଷ୍ଟି ପୁଣ୍ୟଭୂମି ଉତ୍କଳର ବିପୁଳ ରାଜ୍ୟ ଓ ଐଶ୍ୱର୍ଯ୍ୟ ଉପରେ । ଅସମଧର୍ମା ଶତ୍ରୁ ସଙ୍ଗେ ଅକାରଣେ ସେଦିନ ଶତ୍ରୁତା ବରଣ କରିବା ପାଇଁ ଆଗେଇଥିଲେ ଗଜପତି କପିଳେନ୍ଦ୍ର ଦେବ । ତାଙ୍କ କଣ୍ଠରେ ଥିଲା ଗୋଟିଏ ଶପଥ: “ସ୍ବଦେଶର ଧୂଳିକଣା ଶତ୍ରୁ ପାଦସ୍ପର୍ଶରେ କଳୁଷିତ ହେଲେ, ଲକ୍ଷ ବକ୍ଷର ଶୋଣିତ-ତର୍ପଣରେ ତା’ର ପ୍ରାୟଶ୍ଚିତ୍ତ ହେବ ନାହିଁ । ଶତ୍ରୁର ଶରଣ ପଶି ସ୍ବାଧୀନତା ବଞ୍ଚାଇ ରଖିବାଠାରୁ ରଣାଙ୍ଗନରେ ମରଣ କୋଟିଗୁଣେ ଶ୍ରେୟସ୍କର !” ତା ପରଠୁ ତାଙ୍କ ଶପଥ ଓ ଅନୁସୃତ ଅଭିଯାନରେ ତିଳେ ପଛଘୁଞ୍ଚା ନଥିଲା । ଉନ୍ମୁକ୍ତ ଅସିର ଧାରରେ ଯେପରି ତାଙ୍କର ଥିଲା #କୋଣ୍ଡାପଲ୍ଲୀ#କଳବର୍ଗ, ସେହି ଅସିର ଇଙ୍ଗିତକୁ ଯାହାର ବିଜୟଲକ୍ଷ୍ମୀ ଏକାଗ୍ର ହୋଇ ଚାହିଁ ରହିଥିଲେ, ଯେପରି ଏହି ସେ ବୀରମୌଳି !
ପୁଷ୍ପର ସୁରଭିତ ପ୍ରେରଣାରେ ଅନ୍ତର୍ଗତ ଯାହାଙ୍କ କଳ୍ପିତ ପରାକ୍ରମର ମାର୍ଗକୁ ଉତ୍ସବମୟୀ କରି ଆଜି ବିଜୟବିମୁଗ୍ଧା ବୀରପ୍ରସବିନୀ ଜନ୍ମଭୂମିର ଆସ୍ୟକୁ ପ୍ରଫୁଲ୍ଲ କରିଛି ବିଜୟଗାନରତ ପିକ, ସେହି ପୁଷ୍ପବୀଥିର ପ୍ରତ୍ୟକ୍ଷ ସ୍ପର୍ଶ ପାଇଁ ପୁନଶ୍ଚ ଆକୁଳ ହୋଇଛନ୍ତି ଉତ୍କଳ ଜନନୀ ।
ମନେପଡ଼େ ତାଙ୍କ ସ୍ଵଦେଶପ୍ରୀତିର ଆକୁଳ ଉଦବେଗ ? ତାଙ୍କ ସରସ ସ୍ମିତହାସ୍ୟରେ ଅସଂଖ୍ୟ ରହସ୍ୟ ଖଣ୍ଡିତ ହୋଇ ନୀରଦବିମୁକ୍ତ ଉତ୍କଳାକାଶରେ ନିର୍ମଳ ଶାରଦଚନ୍ଦ୍ରନିଭ ଆତ୍ମପ୍ରତ୍ୟୟର ସହସା ଉଦୟରେ ଫେରିଥିଲା ସମସ୍ତ ଜନବାସୀଙ୍କ ତ୍ରସ୍ତ ପରାଣରେ ପୂର୍ବ ସ୍ବାଭିମାନ । ଫେରୁଛି ସେ ବିଜୟୀ ମାତୃଭୂମିର ପିକ ହୃତଗୌରବର ଐକ୍ୟତାନ ଗାଇ ଗାଇ, ଉତ୍କଳର ସନ୍ତାନମାନଙ୍କୁ ଭୂତପୂର୍ବ କୀର୍ତ୍ତିର ଅନାହତ ଗୀତି ନିରନ୍ତର ଉଚ୍ଚାରଣ କରି ।
ବନ୍ଦେ ଉତ୍କଳ ଜନନୀ ।
ଗଜପତି କପିଳେନ୍ଦ୍ର ଦେବଙ୍କ କପିଳେଶ୍ବରପୁରରୁ ପ୍ରାପ୍ତ ଏକ ଦୁର୍ଲ୍ଲଭ ଚିତ୍ର । ଚିତ୍ରକର ପୁରୀର ନାରାୟଣ ମହାରଣା ଓ ପ୍ରାପ୍ତିର ସୌଜନ୍ୟ ପୁରୀନିବାସୀ ଐତିହାସିକ Surendra Kumar Mishra
Spread the love
admin

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

1 day ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

4 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago