~ ଧରଣୀଧର ମିଶ୍ର ~
“ମହତ ଛାମୁରେ ପ୍ରାର୍ଥନା କରିବା ପ୍ରଶଂସ୍ୟ ଅଟଇ ସଦା,
ଫଳ ଲାଭ ପଛେ ନହେଲେ ନହେବ ନୀଚେ ନ ଯାଚିବ କଥା ।
ମୋହ ଲାଗି କେତେ ଯତନ କରୁଛି ଆହା ମୋ ଧରଣୀଧର,
ତୋତେ ଘେନି ମୁହିଁ ପୁତ୍ରବତୀ ଏକା ତୁହି ମୋ ଯୋଗ୍ୟ କୁମର ।”
ଏହା ଥିଲା ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଉକ୍ତି ଅଗ୍ରସାରଥୀ ଧରଣୀଧରଙ୍କ ସମ୍ପର୍କରେ ।
୧୮୭୦ ମସିହା ବେଳକୁ ସେ ଥିଲେ ଆମ ରାଜ୍ୟର ପଶ୍ଚିମାଞ୍ଚଳର ପ୍ରଥମ ମାଟ୍ରିକୁଲେଟ । ସେ ସମୟରେ ସରକାରୀ ଚାକିରୀ କରି ପରିବାର ପୋଷଣ ପାଇଁ ଜୀବନ ଅତିବାହିତ କରିପାରିଥାଆନ୍ତେ । କିନ୍ତୁ ସମ୍ବଲପୁର ତଥା ପଶ୍ଚିମାଞ୍ଚଳର କେତେକ ଅଞ୍ଚଳରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ପ୍ରଚଳନକୁ ବିରୋଧ କରି, ସେ ଆରମ୍ଭ କଲେ ସଙ୍ଗଠନ । ତାଙ୍କ ଅନବରତ ଉଦ୍ୟମ ଫଳରେ, ପୁ୍ନଶ୍ଚ ଓଡ଼ିଆ ଭାଷା ସରକାରୀ ଭାଷା ରୂପେ ଗୃହୀତ ହେଲା
୧୮୫୦ ମସିହା ସେପ୍ଟେମ୍ବର ମାସ ସତେଇଶି ତାରିଖରେ ଜନ୍ମିତ ଧରଣୀଧର ମିଶ୍ର ହେଲେ ‘ସମ୍ବଲପୁର ଭାଷା ଆନ୍ଦୋଳନର ଅଗ୍ରସାରଥୀ’ । ବାମଣ୍ଡାରୁ ପ୍ରକାଶିତ ଉତ୍କଳ ହିତୈଷିଣୀ ପତ୍ରିକାରେ ବିଭିନ୍ନ ଲେଖା ପ୍ରକାଶ କରି ବ୍ରିଟିଶ୍ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଶେଷ କର୍ମ ତତ୍ପରତା ଦେଖାଦେଲା ବୁଦ୍ଧିଜୀବୀ ମହଲରେ ।
ଜାତୀୟଗୌରବ ମଧୁସୂଦନ ଦାସ ଉତ୍କଳ ସଭା ଡକାଇ ପଣ୍ଡିତ ଧରଣୀଧର ମିଶ୍ରଙ୍କ ସ୍ମାରକପତ୍ର ଅନୁମୋଦନ କରି ଇଂରେଜ ସରକାରଙ୍କ ନିକଟରେ ଦାବି ଜଣାଇଲେ । ୧୯୦୨ ମସିହାରେ ଛୋଟଲାଟ ଫ୍ରେଜର ସାହେବ ସମ୍ବଲପୁର ଗସ୍ତ କରି ଜନସାଧାରଣଙ୍କ ଠାରୁ ଏହି ଦାବି ଉପରେ ଆଲୋଚନା ଆରମ୍ଭ କଲେ । ଧରଣୀଧର ମିଶ୍ର ସମସ୍ତ ତଥ୍ୟ ଉପସ୍ଥାପନ କଲେ । ହିନ୍ଦି ପରିବର୍ତ୍ତେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ହେଲା ।
Dharanidhara Mishra Niranjan Sahu
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago