~ ଧରଣୀଧର ମିଶ୍ର ~
“ମହତ ଛାମୁରେ ପ୍ରାର୍ଥନା କରିବା ପ୍ରଶଂସ୍ୟ ଅଟଇ ସଦା,
ଫଳ ଲାଭ ପଛେ ନହେଲେ ନହେବ ନୀଚେ ନ ଯାଚିବ କଥା ।
ମୋହ ଲାଗି କେତେ ଯତନ କରୁଛି ଆହା ମୋ ଧରଣୀଧର,
ତୋତେ ଘେନି ମୁହିଁ ପୁତ୍ରବତୀ ଏକା ତୁହି ମୋ ଯୋଗ୍ୟ କୁମର ।”
ଏହା ଥିଲା ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଉକ୍ତି ଅଗ୍ରସାରଥୀ ଧରଣୀଧରଙ୍କ ସମ୍ପର୍କରେ ।
୧୮୭୦ ମସିହା ବେଳକୁ ସେ ଥିଲେ ଆମ ରାଜ୍ୟର ପଶ୍ଚିମାଞ୍ଚଳର ପ୍ରଥମ ମାଟ୍ରିକୁଲେଟ । ସେ ସମୟରେ ସରକାରୀ ଚାକିରୀ କରି ପରିବାର ପୋଷଣ ପାଇଁ ଜୀବନ ଅତିବାହିତ କରିପାରିଥାଆନ୍ତେ । କିନ୍ତୁ ସମ୍ବଲପୁର ତଥା ପଶ୍ଚିମାଞ୍ଚଳର କେତେକ ଅଞ୍ଚଳରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀ ପ୍ରଚଳନକୁ ବିରୋଧ କରି, ସେ ଆରମ୍ଭ କଲେ ସଙ୍ଗଠନ । ତାଙ୍କ ଅନବରତ ଉଦ୍ୟମ ଫଳରେ, ପୁ୍ନଶ୍ଚ ଓଡ଼ିଆ ଭାଷା ସରକାରୀ ଭାଷା ରୂପେ ଗୃହୀତ ହେଲା
୧୮୫୦ ମସିହା ସେପ୍ଟେମ୍ବର ମାସ ସତେଇଶି ତାରିଖରେ ଜନ୍ମିତ ଧରଣୀଧର ମିଶ୍ର ହେଲେ ‘ସମ୍ବଲପୁର ଭାଷା ଆନ୍ଦୋଳନର ଅଗ୍ରସାରଥୀ’ । ବାମଣ୍ଡାରୁ ପ୍ରକାଶିତ ଉତ୍କଳ ହିତୈଷିଣୀ ପତ୍ରିକାରେ ବିଭିନ୍ନ ଲେଖା ପ୍ରକାଶ କରି ବ୍ରିଟିଶ୍ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଶେଷ କର୍ମ ତତ୍ପରତା ଦେଖାଦେଲା ବୁଦ୍ଧିଜୀବୀ ମହଲରେ ।
ଜାତୀୟଗୌରବ ମଧୁସୂଦନ ଦାସ ଉତ୍କଳ ସଭା ଡକାଇ ପଣ୍ଡିତ ଧରଣୀଧର ମିଶ୍ରଙ୍କ ସ୍ମାରକପତ୍ର ଅନୁମୋଦନ କରି ଇଂରେଜ ସରକାରଙ୍କ ନିକଟରେ ଦାବି ଜଣାଇଲେ । ୧୯୦୨ ମସିହାରେ ଛୋଟଲାଟ ଫ୍ରେଜର ସାହେବ ସମ୍ବଲପୁର ଗସ୍ତ କରି ଜନସାଧାରଣଙ୍କ ଠାରୁ ଏହି ଦାବି ଉପରେ ଆଲୋଚନା ଆରମ୍ଭ କଲେ । ଧରଣୀଧର ମିଶ୍ର ସମସ୍ତ ତଥ୍ୟ ଉପସ୍ଥାପନ କଲେ । ହିନ୍ଦି ପରିବର୍ତ୍ତେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ହେଲା ।
Dharanidhara Mishra Niranjan Sahu
Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 day ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 day ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 day ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

1 day ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

1 day ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

1 day ago