Skip to content
No results
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute

Physical Address

Sai Samarpanam, Satya Vihar, Bhubaneswar

  • Email: antarangakalinga@gmail.com
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA
  • The Vibe Behind
  • Our Action
  • କଳିଙ୍ଗର କାହାଣୀ
    • ଇତିହାସ
    • ଉତ୍କଳୀୟ ନୌବାଣିଜ୍ୟ
  • ଓଡ଼ିଶାର ବରପୁତ୍ର
    • ଐର ଖାରବେଳ
    • ମଧୁ ବାବୁ
    • ମହାମନିଷୀଗଣ
  • ପର୍ଯ୍ୟଟନ ଆକର୍ଷଣ
    • ପର୍ଯ୍ୟଟନ କ୍ଷେତ୍ର
    • ରାଜରାଜୁଡା କ୍ଷେତ୍ର
  • ଆମ କଥା
    • ଆମ ଚଳଣି
    • ଆମ ଖାଦ୍ୟ
    • ଖେଳ ଓ ମନୋରଞ୍ଜନ
    • ଅଙ୍ଗେନିଭା କଥା
    • ହଜିଲା ଦିନର କଥା
    • ଜଣା ଅଜଣା
  • ଭାଷା ଓ ସାହିତ୍ୟ
    • ଆମ ଭାଷା ଓ ସାହିତ୍ୟ
    • ଆଈମା କାହାଣୀ
    • ସୃଷ୍ଟିସମଗ୍ର
    • ସମସାମୟିକ ସାହିତ୍ୟ
  • ସଂସ୍କୃତି ଓ ପରମ୍ପରା
    • ଶ୍ରୀଜଗନ୍ନାଥ
    • ମେଳା ଓ ଯାନିଯାତ୍ରା, ପର୍ବ ପର୍ବାଣୀ
    • କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ପରମ୍ପରା
    • ନୃତ୍ୟ ସଙ୍ଗୀତ
Contribute
ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA

ନନା

  • adminadmin
  • November 16, 2020
  • ଭାଷା ଓ ସାହିତ୍ୟ

ଲେଖା: ଶିଶିର ସାହୁ ମନୋଜ

ପ୍ରାଚୀନ କାଳରୁ ଆଜିଯାଏଁ ନନା ଶବ୍ଦ ଵିଭିନ୍ନ ଅର୍ଥରେ ଵ୍ଯଵହୃତ ହୋଇ ଆସିଛି । ଵୈଦିକକାଳରେ ନନା ଶବ୍ଦ ମାତା, କନ୍ୟା ଓ ଵାକ୍ଯ ଅର୍ଥରେ ଵ୍ଯଵହୃତ ହେଉଥିଵା ଜଣାଯାଏ । ଋକଵେଦରେ ନନା ଶବ୍ଦ ମାତାଙ୍କ ଅର୍ଥରେ ଵ୍ଯଵହାର ହୋଇଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ କରାଯାଇଛି ।

ଓଡ଼ିଶାରେ କେତେକ ଲୋକ ଭାଇଙ୍କୁ ନନା ଡାକନ୍ତି । କେତେକ ଅଞ୍ଚଳରେ ପିଉସୀ ଓ ବଡ଼ନାନୀମାନଙ୍କୁ ନନା ଓ ନାନା ଡକାଯାଏ । ସେଇଭଳି ତାମିଲ ଓ ତେଲୁଗୁରେ ମଧ୍ୟ ଆନ୍ନା ଶବ୍ଦର ବଡ଼ଭାଇ ମାନଙ୍କ ପ୍ରତି ସମ୍ବୋଧନାର୍ଥେ ଵ୍ଯଵହୃତ ହୋଇଥାଏ । କେତେକ ଦ୍ରାଵିଡ଼ ଭାଷାରେ ପିଉସୀଙ୍କୁ ନନା କୁହାଯାଏ । କିଛି ଭାଷାଵିଦ୍’ଙ୍କ ଅନୁସାରେ ସମ୍ଭଵତଃ ଏହି ଦ୍ରାଵିଡ଼ ଶବ୍ଦଟି ନାନୀ (ବଡ଼ଭଉଣୀ) ଭାଵେ ଓଡ଼ିଆରେ ସେହି ଅର୍ଥରେ ଵ୍ଯଵହୃତ ହୋଇ ଉକ୍ତ ଶବ୍ଦର ଵିପରୀତଲିଙ୍ଗ ରୂପେ ‘ନନା’ ଶବ୍ଦ ହୋଇ ଚଳିଅଛି । 

ମତାନ୍ତରେ ସଂ. ନୃ ଶବ୍ଦର ପ୍ରଥମା ଵିଭକ୍ତି ପ୍ରଥମ ଵଚନ “ନା” ଶବ୍ଦର ଅର୍ଥ ନର ଅଟେ । ତେଣୁ ନଃ ନା = ନନା ମଧ୍ୟ ହୋଇଥାଇପାରେ । 

ଯେ ନର ନୁହନ୍ତି ଅର୍ଥାତ୍ ଦେବତା ସେ ହେଉଛନ୍ତି ନନା । ଅତଏଵ ମାନ୍ଯ ଵ୍ଯକ୍ତିଙ୍କୁ ‘ନନା’ ବୋଲି ସମ୍ବୋଧନ କରିଵା ସ୍ବାଭାଵିକ କଥା ଅଟଇ । ସମ୍ଭଵତଃ ଏଇ ଆଧାରରେ ନନା ଶବ୍ଦ ପ୍ରଥମେ ନିଷ୍ପନ୍ନ ହୋଇଛି ଏଵଂ ଋକ୍ବେଦ ୯।୧୨।୩ ରେ ‘ନନା’ ଶବ୍ଦ ‘ମାତା’ ଅର୍ଥରେ ଵ୍ଯଵହୃତ ହୋଇଅଛି ।

ଏମନ୍ତ ମଧ୍ୟ ହୋଇପାରେ ଯେ ସଂସ୍କୃତ ଭାଷାରୁ ଯାଇ ଏହି ନନା ଶବ୍ଦ ଦ୍ରାଵିଡ଼ ଭାଷାଗୁଡି଼କରେ ପିଉସୀ ଅର୍ଥରେ ପ୍ରଚଳନ ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆମ ଭାରତୀୟ ସଂସ୍କୃତିରେ ସାତ ଜଣ ମାତୃସ୍ଥାନୀୟ ମହିଳାଙ୍କ ମଧ୍ୟରେ ପିଉସୀ ମଧ୍ୟ ଅନ୍ଯତମ ଅଟନ୍ତି । ହିନ୍ଦିଭାଷୀ ମଧ୍ୟ ମାତାମହ ଓ ପିତାମହୀଙ୍କୁ ନାନା ଓ ନାନୀ ସମ୍ବୋଧନ କରିଥାଆନ୍ତି ।

ଵିଭିନ୍ନ ପ୍ରାଚୀନ ଶିଳାଲେଖରୁ ଜଣାଯାଏ ଯେ ପ୍ରାକୃତ ଭାଷାରେ ମଧ୍ୟ ଵୃଦ୍ଧ ଵୟସ୍କ ମାନ୍ଯ ଵ୍ଯକ୍ତି ଵିଶେଷଙ୍କ ପାଇଁ ପ୍ରଚଳିତ ଥିଲା  *????? (*nānna) ବୋଲି ଏକ ଶବ୍ଦ ।

ତେଵେ ଆଧୁନିକକାଳର ଭାଷାଵିଦ୍ ମତ ଦିଅନ୍ତି ଯେ ନନା, ନାନା, ନାନୀ ଇତ୍ୟାଦି ଶବ୍ଦଗୁଡି଼କ child babbling ଯୋଗୁଁ ସୃଷ୍ଟି ହୋଇଅଛି । କେଵଳ ନନା ଓ ନାନୀ କାହିଁକି ଵରଂ ମାଆ, ବୋଉ, ବୁଇ, ବୁଆ, ବେବେ (ପଞ୍ଜାବୀ; ମାଆ) ଇତ୍ୟାଦି ଯେତେ ସମ୍ବୋଧନାର୍ଥକ ପାରିଵାରିକ ସମ୍ପର୍କ ସମ୍ବନ୍ଧୀୟ ଶବ୍ଦ ରହିଛି ସେ ସବୁର ସୃଷ୍ଟି child babblingରୁ ହୋଇଥିଵା ଆଧୁନିକ ଭାଷାଵିଦ୍ ମାନେ ମତ ଦିଅନ୍ତି ।

ଶିଶୁମାନେ ସୃଷ୍ଟି କରୁଥିଵା ଵ୍ଯଞ୍ଜନ ଧ୍ଵନିଗୁଡି଼କ ନିମ୍ନଲିଖିତ ମଧ୍ୟରୁ ଯେକୌଣସିଟି ହୋଇପାରେ, ଯେପରିକି:
■/ p(ପପ୍/ପାପା,ପିତା,ପା), b(ବୋଉ/ବାବା/ବା/ବାପା/ବୁଇ/ବୁଆ/ବାଈ/ବେବେ/ବାବେ)t(ତାତ), d(ଦଦା/ଦାଦା/ଦାଦୀ/ଦିଦି),k(କାକା/କକା/କକେଇ),g( ?), m(ମାଆ/ମାତା/ମାଈ), n(ନନା/ନାନା/ନାନୀ), s( ?) , h (ହା ହା ―ଜାପାନୀ; ମାଆ) , w ( ?) , j (ଯା= ମାତା(ସଂ))■

ପୁଣି ଫୋନୋଲୋଜିକାଲ୍ ବିକାଶ ସମୟରେ ନିମ୍ନଲିଖିତ ଧ୍ୱନିଗୁଡ଼ିକ ମଧ୍ୟ ପିଲାଏ ଵେଳେ ଵେଳେ ଉତ୍ପନ୍ନ କରିଥାଆନ୍ତି, ଯଥା―

■/ f(ଫୁପା-ହିନ୍ଦୀ) v, θ, ð, ʃ, tʃ, dʒ, l, r, ŋ / ■

ତେଵେ ଭାରତୀୟ ଭାଷାଗୁଡି଼କରେ ଦ୍ଵିତୀୟ ଶ୍ରେଣୀର ଵ୍ଯଞ୍ଜନ ଧ୍ଵନି ଆଧାରିତ ସମ୍ଵୋଧନଵାଚକ ଶବ୍ଦ କ୍ଵଚିତ ଦେଖିଵାକୁ ମିଳିଥାଏ ।

ତେଣୁ ସଂକ୍ଷେପରେ କହିଲେ ନନା ଶବ୍ଦର ଆଦ୍ଯ ମୂଳ ଦ୍ରାଵିଡ଼ କି ସଂସ୍କୃତ ନୁହେଁ ଵରଂ child babbling ଅଟେ ।

ତେଵେ ଏଠି କାହା କାହା ମନରେ ପ୍ରଶ୍ନ ଆସିପାରେ, ଯଦି child babbling theory ସତ ତେଵେ  କ’ଣ ନନା, ନାନା, ନାନୀ ଭଳି ନ ଆଦ୍ଯର ପାରିଵାରିକ ସମ୍ବୋଧନଵାଚକ ଶବ୍ଦ ଭାରତ ଭିନ୍ନ ଅନ୍ୟ ଦେଶରେ ବି ରହିଛି କି ? ଯଦି ନାହିଁ ତେଵେ ଏ ଥିଓରୀ ମିଥ୍ୟା ବି ହୋଇଥାଇପାରେ ?

ପୃଥିଵୀରେ ଅଧିକାଂଶ ଭାଷାରେ କୌଣସି ନା କୌଣସି ସମ୍ବନ୍ଧାର୍ଥକ ପାରିଵାରିକ ସମ୍ବୋଧନାଵାକ ଶବ୍ଦ ନିଶ୍ଚୟ ନ ଆଦ୍ଯ ଵର୍ଣ୍ଣର ମିଳି ହିଁ ଯାଏ ।

ନିମ୍ନରେ ନ ଆଦ୍ଯର ମାତା, ନାନୀ ଭଉଣୀ ଓ ଭାଇ ଅର୍ଥରେ ଵ୍ଯଵହୃତ ଵିଭିନ୍ନ ଭାଷାର ଶବ୍ଦଗୁଡି଼କ ଉଲ୍ଲେଖ କରାଗଲା,

ପାର୍ସୀଭାଷାରେ ମାଆଙ୍କୁ‎  ننه‎  (nane) ମଧ୍ୟ କୁହାଯାଏ ସେଇଭଳି Pipil ଭାଷାରେ -nān ଓ ସ୍ଵାହିଲୀରେ nina କୁହନ୍ତି । ୟୁକ୍ରେନୀ ଭାଷାରେ ମне́нька(nénʹka), (nénja) ଇତ୍ୟାଦି ଶବ୍ଦ ଦ୍ଵାରା ମାତାଙ୍କୁ ସମ୍ଵୋଧନ କରାଯାଏ ।

ସେମିତି Basque ଭାଷାରେ neba, Greenlandic ଭାଷାରେ nuka, Mi’kmaq ଭାଷାରେ nidap, Swahili ଭାଷାରେ ndugu, ଥାଇ ଭାଷାରେ น้อง (nɔ́ɔng; ସାନ ଭାଇ)/น้องชาย (nɔ́ɔng-chaai; ବଡ଼ଭାଇ), ତିବତ୍ତିରେ ནུ་བོ (nu bo) ଇତ୍ୟାଦି ଶବ୍ଦ ଭାଇମାନଙ୍କୁ ସମ୍ବୋଧନାର୍ଥେ ପ୍ରୟୋଗ ହୋଇଥାଏ ।

ପୃଥିଵୀର ଅନେକ ଭାଷାରେ ନ ଆଦ୍ଯର ନାନୀଭଉଣୀଙ୍କୁ ସମ୍ବୋଧନାର୍ଥ ଶବ୍ଦ ମଧ୍ୟ ଚଳୁଅଛି, ଯେପରିକି,
ବର୍ମୀ ଭାଷାରେ  ସାନ ଭଉଣୀକୁ ညီမ (my) (nyima.) କୁହାଯାଉଥିଵାଵେଳେ Comanche ଭାଷାରେ nami କୁହାଯାଏ । ହଙ୍ଗେରିଆନ୍ ଭାଷୀ ତାଙ୍କ ବଡ଼ନାନୀଙ୍କୁ  nővér ଡାକନ୍ତି । Javaneseରେ ସାନ ଭଉଣୀକୁ nduk  କୁହାଯାଏ । କୋରିଆରେ ବଡ଼ ଭଉଣୀକୁ 누나 (nuna) କୁହନ୍ତି ।  ସେହିପରି Manchu ଭାଷାରେ ସାନ ଭଉଣୀକୁ ᠨᠣᠨ (non) ,Nivkh: ଭାଷାରେ ନାନୀଙ୍କୁ нанак (nanak) ଵା нанака (nanaka) କୁହାଯାଏ । ଓଡ଼ିଆଙ୍କ ପରି ସିଂହଳ ଦ୍ଵୀପରେ ମଧ୍ୟ ଲୋକେ ତାଙ୍କ ବଡ଼ନାନୀଙ୍କୁ නංගි (naṁgi) ଡାକିଥାଆନ୍ତି ।

ଏସମସ୍ତ ଶବ୍ଦ ମାଆ, ବୋଉ, କାକା, ଦାଦା ଇତ୍ୟାଦି ଶବ୍ଦ ଭଳି child babbling ଯୋଗୁଁ ସୃଷ୍ଟି ହୋଇଅଛି ଏଵଂ କେଵଳ ଓଡ଼ିଆ ହିଁ ନୁହେଁ, ସାରା ଵିଶ୍ଵରେ ନ ଵର୍ଣ୍ଣ ଆଦ୍ଯର ମାତା, ଭ୍ରାତା ଓ ଭଗିନୀଙ୍କୁ ସମ୍ବୋଧନଵାଚକ ଶବ୍ଦ ଚଳୁଅଛି ।

ସେଇମିତି ଓଡ଼ିଆ ଭାଷା ଏକଦା ପୂର୍ଵୀ ପ୍ରାକୃତଭାଷା ନାମରେ ଜଣାଶୁଣା ଥିଵା ସମୟରେ ଆମ ଓଡ଼ିଶାରେ  *????? (*nānna) ଶବ୍ଦ ଚଳୁଥିଲା ଏଵଂ ତାହା ଆଜି ମଧ୍ୟ ଵିଭିନ୍ନ ଅର୍ଥରେ ଚଳୁଅଛି ।

ଓଡ଼ିଆ ସାହିତ୍ୟରେ ମଧ୍ୟ ଏଇ ନନା ଶବ୍ଦର ଵ୍ଯଵହାର ଥିଵା ଦୃଷ୍ଟିଗୋଚର ହୁଏ ।

କଵି କୃଷ୍ଣ ସିଂହ ସ୍ଵରଚିତ ମହାଭାରତ ଗ୍ରନ୍ଥରେ ଭାଇ ଅର୍ଥରେ ନନା ଶବ୍ଦର ଵ୍ଯଵହାର କରିଛନ୍ତି, ଯେପରିକି:
“ଡାକିବାରୁ ସିନା ୟେ ଯୁଧିଷ୍ଠିର ନନା
ହାରିଲେ ଖେଳେ ଭାଇ ତୁଲେ ପ୍ରିୟାଙ୍ଗନା।”

କଥାପ୍ରସଙ୍ଗରେ ଯାହାକୁ ବଡ଼ଭାଇ ବୋଲି ସମ୍ବୋଧନ କରାଯାଏ ସେ ବି ନନା ଵିଵେଚିତ ହୋଇଥାଆନ୍ତି । ଓଡ଼ିଆ ଲୋକେ ଏ ସ୍ଥଳରେ ବିଲୁଆକୁ ନନା ଓ ବିଲେଇକୁ ନାନୀ ବୋଲି କହିଥାଆନ୍ତି । ଓଡ଼ିଶାରେ ବିଲେଇନାନୀ ଓ ବିଲୁଆନନାଙ୍କୁ ନେଇ ଅନେକ ଲୋକଗୀତ ରହିଛି ! ଯଥା:
“ବିଲୁଆନନା ଘର ପୋଡ଼ିଗଲା ପଛକୁ ଅନା।”

କେତେକ ଅଞ୍ଚଳରେ ନନା ଶବ୍ଦ ପିଉସୀ ତ କେତେକ ଅଞ୍ଚଳରେ ପିଉସାଙ୍କୁ ସମ୍ବୋଧନାର୍ଥେ ଵ୍ଯଵହାର ହୋଇଥାଏ । ଯେହେତୁ ପିଉସୀଙ୍କୁ କେତେକ ଅଞ୍ଚଳରେ ନାନୀ କୁହନ୍ତି ତେଣୁ ନାନୀର ଵିପରୀତଵାଚକ ଶବ୍ଦ ଭାଵେ ନନା ଶବ୍ଦର ମଧ୍ୟ ପ୍ରୟୋଗ ହୋଇଥାଏ । ନାନୀ ଵା ଭଗିନୀର ପତି ଭାତୃତୁଲ୍ୟ ବୋଲି ଭାଇ ଶବ୍ଦ ସହ ନନା ଶବ୍ଦ ଯୋଡା଼ଯାଇ ଭାଇନା ଶବ୍ଦ ମଧ୍ୟ ଶାଳକ ଶାଳିକାମାନେ ତାଙ୍କ ନାନୀ କି ଭଉଣୀର ପତିଙ୍କୁ ସମ୍ବୋଧନ ହେତୁ ପ୍ରୟୋଗ କରିଥାଆନ୍ତି ।

ସେଇଭଳି ଓଡ଼ିଶାର କେତେକ ଅଞ୍ଚଳରେ ବ୍ରାହ୍ମଣଙ୍କ ପ୍ରତି ବ୍ରାହ୍ମଣେତର ଜାତିର ଲୋକମାନେ ସାଧାରଣତଃ ନନା ସମ୍ଵୋଧନ କରିଥାଆନ୍ତି ।

ଓଡ଼ିଶାର କେତେକ ଅଞ୍ଚଳରେ ଵିଶେଷତଃ ପୁରୀ ଓ କଟକ ଜିଲ୍ଲାରେ ପିତାଙ୍କୁ ମଧ୍ଯ ନନା ସମ୍ବୋଧନ କରାଯାଇଥାଏ । ସେଭଳି ତେଲୁଗୁ ଭାଷାରେ ମଧ୍ୟ ନାଇନା ଶବ୍ଦର ଅର୍ଥ ପିତା ଅଟେ ।

ଯିଏ ଵୟୋଜ୍ଯୈଷ୍ଠ ଓ ଗୃହକର୍ତ୍ତା ତାଙ୍କୁ ମଧ୍ୟ ଆଦରାର୍ଥେ ନନା ସମ୍ବୋଧନ କରାଯାଉଥିଵାର ଉଲ୍ଲେଖ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ରହିଛି । ଉଦାହରଣ ସ୍ଵରୂପ ଓଡ଼ିଆ ଢଗଟି ମଧ୍ୟ ସେଠାରେ ଯୋଡା଼ଯାଇଛି, “ନନାଙ୍କର ପାଠେ ତ ନାନୀଙ୍କର ପାଠେ ।”

ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ନନା ଶବ୍ଦ ଭଳି ଶବ୍ଦ ଵିଶ୍ଵର ଅଧିକାଂଶ ଭାଷାରେ ରହିଛି ଏଵଂ ସେ ସମସ୍ତ ଶବ୍ଦ child babbling ଯୋଗୁଁ ସୃଷ୍ଟି ହୋଇଛି । ନନା ଶବ୍ଦ ପ୍ରାଚୀନ କାଳରୁ ଓଡ଼ିଶାରେ ଵ୍ଯଵହୃତ ହୋଇଆସୁଅଛି ।

© ଶବ୍ଦଭେଦ

Spread the love
Previous Post ଵଶା
Next Post ଗିହ୍ମା

Leave a ReplyCancel Reply

Your email address will not be published. Required fields are marked *

Trending now

ଫୁଟାଡଙ୍ଗାର ନାଉରୀ
ନୀଳମଣି ବିଦ୍ୟାରତ୍ନ
ବଳଦେବ ରଥ
ରାଣୀ ଶୁକଦେଇ 

Popular Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

August 17, 2026

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

August 16, 2026

ସୀତାବିଞ୍ଜ

August 16, 2026

About Us

  • About Organization
  • Our Pillars​
  • Driven By Purpose​

Contact Info

  • Address: Sai Samarpanam, Satya Vihar, Bhubaneswar
  • Phone: +91 9437131981
  • Email: antarangakalinga@gmail.com
  • Website: www.antarangakalinga.org

Copyright © 2026 | Crafted with ❤️ by Djonic Technologies

Disclaimer