ଲେଖା: ଅମ୍ବିକା ପଟ୍ଟନାୟକ
~ ସାହିତ୍ୟିକ ଚନ୍ଦ୍ରଶେଖର ରଥ ~
“ନୀଳକଣ୍ଠ ତ୍ରିପାଠୀ ୟାପ ପଣ୍ଡିତ ! ମାତ୍ର କି ପଣ୍ଡିତ ସେ ? ସେଇଟା କଣ ଜାଣେ ?… କାହାକୁ ଭଲା ଜଣା ଅଛି?.. ଏ ପରା ଚକ୍ରକୂଟ ମାୟା l ପଣ୍ଡିତ ଅପଣ୍ଡିତ ସମସ୍ତେ ଅଠାକାଠି ର ଶୁଆ l ଅଳ୍ପ ବହୁତ ସମସ୍ତେ କାଣ୍ଡିଆ ଅଠାରେ ଲାଗିଚେ l ମରିବା ପଛେ ସେ ଅଠା ଆମକୁ ନ ଛାଡ଼େ l.. ନ ଛାଡ଼ୁ ହେ l କଣ ହୋଇଯିବ ସେଇଠୁ? ବ୍ୟାସ ପରାଶର ତ ଆମ ଆଗରୁ ଯାଇଛନ୍ତି l ସହସ୍ର କୋଟି ଜୀବ ଯାଇଛନ୍ତି, ଯିବେ, ଆମେ ମଧ୍ୟ ଗଲାଠୁ କଣ ହୋଇଗଲା ?
(ଆଲୋଡନ ସୃଷ୍ଟିକାରୀ ଉପନ୍ୟାସ “ଯନ୍ତ୍ରାରୁଢ଼“ରୁ ଉଦ୍ଧୃତ l)
17 ଅକ୍ଟୋବର 1929 ରେ ବଲାଙ୍ଗୀରର ମାଳପଡ଼ାରେ ଜନ୍ମିତ ସାହିତ୍ୟିକ ଚନ୍ଦ୍ରଶେଖର ରଥ ଓଡ଼ିଆ ସାହିତ୍ୟରେ ଏକ ବିସ୍ମୟପୂର୍ଣ୍ଣ ଅଥଚ ସଂଭ୍ରାନ୍ତ ଶ୍ରଦ୍ଧାପୂର୍ଣ୍ଣ ନାମ l ବାଲ୍ୟକାଳରୁ ସଂସ୍କୃତ ବେଦ ଉପନିଷଦ, ରାମାୟଣ, ଭାଗବତ ପ୍ରଭୃତି ଶାସ୍ତ୍ର ଆଲୋଚନା ସହ ପରିଚୟ ଓ ପରିଣତ ବୟସରେ ଇଂରେଜୀ ଅଧ୍ୟୟନ ଓ ଅଧ୍ୟାପନା ତାଙ୍କୁ ପ୍ରଦାନ କରିଥିଲା ଭାଷା ଚୟନ ଓ ପ୍ରୟୋଗରେ ନିପୁଣତା l କେତେବେଳେ ବନ୍ୟ ନିର୍ଝରିଣୀ ପରି ଉଚ୍ଛଳ ତ କେତେବେଳେ ମହାସାଗର ପରି ମନ୍ଦ୍ର ଗମ୍ଭୀର l
ସାହିତ୍ୟଜଗତରେ ବିଳମ୍ବରେ ପ୍ରବେଶ କିନ୍ତୁ ସାହିତ୍ୟିକ ଚନ୍ଦ୍ରଶେଖର ରଥ ପ୍ରବେଶ “ଅଶ୍ୱାରୋହୀ”, “ସମ୍ରାଟ” ସଦୃଶ l ନିଜ ଛାପ ଛାଡ଼ି ଯାଇଛନ୍ତି କବିତା, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, ସାମାଜିକ, ଆଧ୍ୟାତ୍ମିକ,ତାତ୍ତ୍ୱିକ ନିବନ୍ଧ/ପ୍ରବନ୍ଧ, ଇଂରାଜୀରୁ ଓଡ଼ିଆ, ଓଡ଼ିଆରୁ ଇଂରାଜୀ, ସଂସ୍କୃତରୁ ଓଡ଼ିଆ ଅନୁବାଦ, ସାରଗର୍ଭକ ବକ୍ତୃତା ଏବଂ ଅତି ଭୌତିକ ଜଗତର ଅବତାରଣା, ଏ ସବୁ କ୍ଷେତ୍ରରେ l
Thesis, Antithesis, Synthesis ନିଜ ଉପନ୍ୟାସ ତ୍ରୟୀ ସୁନ୍ଦର ପରିସ୍ଫୁଟନ କରିଛନ୍ତି l ୧. “ଯନ୍ତ୍ରାରୂଢ଼” ରେ ଆମେ ଦେଖୁ ମାନବିକ ଓ ଆଧ୍ୟାତ୍ମିକ ମୂଲ୍ୟରେ ଉବୁଟୁବୁ ଚରିତ୍ର l ୨. “ଅସୁର୍ଯ୍ୟ ଉପନିବେଶ”ରେ ଦେଖୁ ଏଇ ସବୁର ବିସର୍ଜନ l ୩. “ନବ ଜାତକ” ରେ ଦେଖୁ ଏକ ଭାବତୀତ ଅତୀନ୍ଦ୍ରିୟତାର ଉନ୍ମେଷ l
“ମୁଁ ସତ୍ୟଧର୍ମା କହୁଛି” ଭାବଗର୍ଭକ ପ୍ରବନ୍ଧ ରଚନାର ଏକ ଅନୁପମ ନିଦର୍ଶନ l ମାନବିକତାର ଜୟଗାନ, ନିଜ ଅନ୍ତର୍ବୋଧ ଦର୍ଶନ ପ୍ରଭୃତି ମଞ୍ଜୁଳଭାବେ ବର୍ଣ୍ଣିତ l “ମୃତ୍ୟୁ ଆରପାରିରୂ ସଙ୍କେତ” ରହସ୍ୟମୟ ଅତିଭୌତିକ ଜଗତ ଉପରେ ଏକ ଗବେଷଣାତ୍ମକ ରଚନା l Spirit Calling, Planchet ପ୍ରେତ ଆବାହନ ଉପରେ ବିଶେଷ ଅନୁସନ୍ଧାନ l
ଗଳ୍ପ ସମୂହ ମଧ୍ୟ ଆବେଦନ ଧର୍ମୀ ତାହା “ସମ୍ରାଟ” ହେଉ କି “ଅଶ୍ୱାରୋହୀ” l ଛତ୍ରେ ଛତ୍ରେ ମନୁଷ୍ୟର ଚରିତ୍ର, ପ୍ରକୃତି, ଦୁର୍ବଳତା, ଭଲ ଗୁଣ ମାର୍ମିକ ଭାବେ ଉପସ୍ଥାପିତ l କୁଶଳୀ କାରିଗର ଯେପରି ଦୁଗ୍ଧରୁ କ୍ରମେ କ୍ରମେ ଅନେକ ଦୁଗ୍ଧ ଜାତୀୟ ମିଷ୍ଟାନ୍ନ ପ୍ରସ୍ତୁତ କରେ, ରଥ ମହାଶୟ ସେପରି ପ୍ରବନ୍ଧ -ଉପନ୍ୟାସ -ଗଳ୍ପ – କବିତା – ନିବନ୍ଧ -ଅନୁବାଦ ସର୍ଜନା ସମୟରେ ସୃଷ୍ଟି କରିଛନ୍ତି ହୃଦୟର ସମସ୍ତ ଆବେଗ, ପ୍ରାଣୋଛଳ ଭକ୍ତି, ଅନ୍ତର କୋହ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣେ ଭାକ୍ତିକ ନିବେଦନ “ରଥସପ୍ତକ” l
ବିଦଗ୍ଧ ସମାଲୋଚକ/ପାଠକଙ୍କ ମତରେ କେବଳ “ରଥସପ୍ତକ ” ଶ୍ରୀଯୁକ୍ତ ରଥ ମହାଶୟଙ୍କୁ ଓଡ଼ିଆ ସାହିତ୍ୟରେ ଅମର କରି ରଖିବ l
ପ୍ରଜାତନ୍ତ୍ର ବିଷୁବ ମିଳନ, ଧରିତ୍ରୀ ସାହିତ୍ୟ, ରାଜ୍ୟ ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ, Hutch Cross word Book Award, ସାରଳା ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, D. Litt. ଆଦି ସମ୍ମାନରେ ଭୂଷିତ ହେଲେହେଁ “ସମ୍ମାନ” ପ୍ରତି ସେ ଥିଲେ ନିର୍ଲିପ୍ତ ଓ ଉଦାସୀନ l ସେଥିପାଇଁ “ପଦ୍ମଶ୍ରୀ” ସମ୍ମାନ ପାଇବା କଥା ଶୁଣି ସେ କେବଳ ମାତ୍ର ସ୍ମିତହାସ୍ୟ ହିଁ କରିଥିଲେ l
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago