ଲେଖା: ଦେଵ ତ୍ରିପାଠୀ

ଚଳିତ ଦଶନ୍ଧିରେ ଯଦି କୌଣସି ବୁଦ୍ଧିଜୀବି ମୌଳିକ ତଥା କ୍ଲାସିକ ଓଡ଼ିଆ ଚଳଚ୍ଚିତ୍ରମାନ ଦେଖିବାକୁ ଇଛା କରନ୍ତି ତେବେ ନଜରକୁ ଆସେ “ଶଳାବୁଢା”, “ଆଦିମବିଚାର” ପରି ବହୁ ସମ୍ମାନଜନକ ଆନ୍ତର୍ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର I

ଉଭୟ ବ୍ୟବସାୟିକ ଓ ସମାନ୍ତରାଳ ଚଳଚ୍ଚିତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ମହାନ ଯଶସ୍ୱୀ ନିର୍ଦ୍ଦେଶକ କଳିଙ୍ଗରତ୍ନ ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏଇ ଚିତ୍ରମାନ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଦେଇଛି ସ୍ୱତନ୍ତ୍ର ପରିଚୟ, ବହୁ ଆନ୍ତର୍ଜାତୀୟ ପୁରସ୍କାର ବିମଣ୍ଡିତ ହୋଇ ରାଜ୍ୟବାସୀଙ୍କୁ କରିଛି ଗୌରବାନ୍ୱିତ I

ଗ୍ରାମୀଣ ଲୋକକଥା, ସାମାଜିକ ଚଳଣି, ଆଦିବାସୀ ସଂସ୍କୃତି, ପରମ୍ପରା ଇତ୍ୟାଦିରେ ଗୁରୁତ୍ୱପୂର୍ବକ ଚିତ୍ର ପ୍ରସ୍ତୁତିରେ ରୁଚି ରଖୁଥିବା ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର “ଭୁଖା”, “ପାହାଡ଼ର ଲୁହ” ଇତ୍ୟାଦି ସମାନ୍ତରାଳ ଚିତ୍ରମାନ ପ୍ରସ୍ତୁତ କରିଛନ୍ତି I ମହାପ୍ରଭୁ ଜଗନ୍ନାଥଙ୍କ ମହିମାକୁ ବିଶ୍ୱବ୍ୟାପୀ କରିବା ପାଇଁ ଇଂରାଜୀ, ଓଡ଼ିଆ, ହିନ୍ଦୀ ସହିତ ୧୩ଟି ପ୍ରାଦେଶିକ ଭାଷାରେ “ଜୟ ଜଗନ୍ନାଥ” ଚିତ୍ର ତିଆରି କରିଥିଲେ I

ଶ୍ରୀଯୁକ୍ତ ମହାପାତ୍ରଙ୍କ ଚଳଚ୍ଚିତ୍ରମାନ କେବେ ଭାରତୀୟ ପାନୋରାମା ଓ କଲିକତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ, କେବେ ପୁଣି ଜାକର୍ତ୍ତା ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଫର ସ୍ପିରିଚୁଆଲିଟି, ରିଲିଜିୟନ ଆଣ୍ଡ ଭିଜିଓନାରୀ-୨୦୧୩ରେ ‘ଆୱର୍ଡ ଅଫ୍ ଏକ୍ସଲେନ୍ସି’ ସମ୍ମାନିତ, ପୁଣିି ସ୍ପେନ୍’ର ଗିଜୋନ୍ ଆନ୍ତର୍ଜାତୀୟ ଫିଲ୍ମ୍ ମହୋତ୍ସବରେ ଆନ୍ତର୍ଜାତୀୟ ଜୁରି ପୁରସ୍କାର, ଫ୍ରାନ୍ସ୍ ଓରିଲାକରେ ଅନୁଷ୍ଠିତ ବିଶ୍ଵ ଗ୍ରାମୀଣ ଫିଲ୍ମ୍ ମହୋତ୍ସବ ପାଇଁ ନାମାଙ୍କିତ ଓ ଶ୍ରେଷ୍ଠ ପରିସ୍ଥିତି ଉପରେ ଅଧାରିତ ଫିଲ୍ମ୍ ଭାବେ ପୁରସ୍କୃତ।

ସୁବର୍ଣ୍ଣପୁର ଜିଲ୍ଲାରେ କଳାପ୍ରତିଭାସମ୍ପନ୍ନ ପରିବାରରେ ଜନ୍ମିତ ସେଇ ମହାନ ପ୍ରତିଭା ସବ୍ୟସାଚୀ ମହାପାତ୍ର ବାସ୍ତବରେ ଆମ ଚଳଚ୍ଚିତ୍ର ଜଗତର ଅମୂଲ୍ୟ ରତ୍ନ ।

Spread the love
admin

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

2 days ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

5 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago