ସୌରଭିତ ସୃଷ୍ଟି: ଅଚ୍ୟୁତାନନ୍ଦ ଦାସ
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅମଳିନ କବିତା ଶରଣପଞ୍ଜର I
~ ଶରଣପଞ୍ଜର ~
ନମୋ ଜଗତ ଜୀବନ ମୁରାରୀ
ନମୋ କମଳ କମ୍ବୁ ଚକ୍ରଧାରୀ
ନମୋ ଭଗତ ଜନର ଗୋସାଇଁ
ନମସ୍ତେ ନନ୍ଦନନ୍ଦନ କହ୍ନାଇ I
ନମୋ ବାସୁଦେବ ନମ ଶଙ୍କର୍ଷଣ
ନମୋ ପ୍ରଦ୍ମନ ନମ ନାରାୟଣ
ନମୋ ବରାହ ବିଶ୍ବରୂପ ଧାରୀ
ନମୋ ନିର୍ଗୁଣ ନିରାକାର ହରି I
ନମୋ ଦାମୋଦର କମଳାକାନ୍ତ
ନମୋ ପଦ୍ମହସ୍ତ ନମୋ ଅନନ୍ତ
ନମସ୍ତେ ପୁଷ୍କର ସହର୍ସ ପାଦ
ନମସ୍ତେ ଦୀନଜନ ଶରଣଦ I
ନମସ୍ତେ ଅଭୟ ବର ଦାୟକ
ମୁଢ ଅଚ୍ୟୁତକୁ ବାରେକ ରଖ
ନମୋ ଅଚ୍ୟୁତି ନମୋ ବାଳ ରୂପ
ନମସ୍ତେ ବାଳ ଅର୍କାଦି ସ୍ବରୂପ I
କେଶବ ବାମନ ନମସ୍ତେ ରାମ
ମାଧବ ନୃସିଂହ ଯେ ପର୍ଶୁରାମ
ନମସ୍ତେ ମଧୁସୂଦନ ଗୋପାଳ
ଗିରି ଗୋବର୍ଦ୍ଧନ ଧରି ଭୂପାଳ I
ନମୋ ଶ୍ରୀବତ୍ସ ନମୋ ତ୍ରୀବିକ୍ରମ
ପିତାମ୍ବର ଧାରୀ ହେ ଦିବ୍ୟଧାମ
ସୃଷ୍ଟି କରତା ଗୋପେ ଅଧିକାରୀ
ନମସ୍ତେ ନିକୁଞ୍ଜ ବନବିହାରି I
ନମୋ ରୁକୁ ସାମ ବେଦର ପିତା
ନମୋ ଯଦୁ ଅଥର୍ବ ର ବକତା
ନମସ୍ତେ ଶ୍ରୀପତି ଶ୍ରୀଧର ନମୋ
ଜ୍ଞାନୀ ଜନର ଆନନ୍ଦର ଧାମ I
ନମସ୍ତେ ଶ୍ୟାମ ନମୋ ଗୋପାନାଥ
ନରକ ତାରକ ନମୋ କୃତାନ୍ତ
ଭବ ସାଗରରୁ ଉଦ୍ଧରି ଧର
ଦୀନ ଅଚ୍ୟୁତକୁ କର ନିସ୍ତାର I
ଉପସ୍ଥାପନା: ବନ୍ଧନ ଦଳେଇ
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago