ସୌରଭିତ ସୃଷ୍ଟି: ଅଚ୍ୟୁତାନନ୍ଦ ଦାସ
ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅମଳିନ କବିତା ଶରଣପଞ୍ଜର I
~ ଶରଣପଞ୍ଜର ~
ନମୋ ଜଗତ ଜୀବନ ମୁରାରୀ
ନମୋ କମଳ କମ୍ବୁ ଚକ୍ରଧାରୀ
ନମୋ ଭଗତ ଜନର ଗୋସାଇଁ
ନମସ୍ତେ ନନ୍ଦନନ୍ଦନ କହ୍ନାଇ I
ନମୋ ବାସୁଦେବ ନମ ଶଙ୍କର୍ଷଣ
ନମୋ ପ୍ରଦ୍ମନ ନମ ନାରାୟଣ
ନମୋ ବରାହ ବିଶ୍ବରୂପ ଧାରୀ
ନମୋ ନିର୍ଗୁଣ ନିରାକାର ହରି I
ନମୋ ଦାମୋଦର କମଳାକାନ୍ତ
ନମୋ ପଦ୍ମହସ୍ତ ନମୋ ଅନନ୍ତ
ନମସ୍ତେ ପୁଷ୍କର ସହର୍ସ ପାଦ
ନମସ୍ତେ ଦୀନଜନ ଶରଣଦ I
ନମସ୍ତେ ଅଭୟ ବର ଦାୟକ
ମୁଢ ଅଚ୍ୟୁତକୁ ବାରେକ ରଖ
ନମୋ ଅଚ୍ୟୁତି ନମୋ ବାଳ ରୂପ
ନମସ୍ତେ ବାଳ ଅର୍କାଦି ସ୍ବରୂପ I
କେଶବ ବାମନ ନମସ୍ତେ ରାମ
ମାଧବ ନୃସିଂହ ଯେ ପର୍ଶୁରାମ
ନମସ୍ତେ ମଧୁସୂଦନ ଗୋପାଳ
ଗିରି ଗୋବର୍ଦ୍ଧନ ଧରି ଭୂପାଳ I
ନମୋ ଶ୍ରୀବତ୍ସ ନମୋ ତ୍ରୀବିକ୍ରମ
ପିତାମ୍ବର ଧାରୀ ହେ ଦିବ୍ୟଧାମ
ସୃଷ୍ଟି କରତା ଗୋପେ ଅଧିକାରୀ
ନମସ୍ତେ ନିକୁଞ୍ଜ ବନବିହାରି I
ନମୋ ରୁକୁ ସାମ ବେଦର ପିତା
ନମୋ ଯଦୁ ଅଥର୍ବ ର ବକତା
ନମସ୍ତେ ଶ୍ରୀପତି ଶ୍ରୀଧର ନମୋ
ଜ୍ଞାନୀ ଜନର ଆନନ୍ଦର ଧାମ I
ନମସ୍ତେ ଶ୍ୟାମ ନମୋ ଗୋପାନାଥ
ନରକ ତାରକ ନମୋ କୃତାନ୍ତ
ଭବ ସାଗରରୁ ଉଦ୍ଧରି ଧର
ଦୀନ ଅଚ୍ୟୁତକୁ କର ନିସ୍ତାର I
ଉପସ୍ଥାପନା: ବନ୍ଧନ ଦଳେଇ
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 weeks ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

3 weeks ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

3 weeks ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

1 month ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

1 month ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

1 month ago