ଲେଖା: ଦେଵ ତ୍ରିପାଠୀ
ଇତିହାସର ବହୁଚର୍ଚ୍ଚିତ ମହାତ୍ମା ଅବା ମହାନାୟକ ମାନଙ୍କୁ ମନେପକାଇବା ବେଳେ ଅନ୍ତରାଳେ ରହିଯାଏ ଭାରତୀୟ ସ୍ବାଧୀନତା ସଂଗ୍ରାମର କେତେ କେତେ ଅକୁହା କାହାଣୀ, ଦୁର୍ଗମ ପାହାଡ଼ ଜଙ୍ଗଲ ଘେରା ଶ୍ଵାପଦସଙ୍କୁଳ ରାସ୍ତାରେ ରାଷ୍ଟ୍ରୀୟ ଜୀବନ ଆଡ଼କୁ ଏହି ଅଳ୍ପଜ୍ଞାତ ମୁକ୍ତିସଂଗ୍ରାମର ସେତୁ ଯୋଡିଥିବା ନାୟକମାନଙ୍କ କାହାଣୀ ଓ ଗାଥା । ଆମେ ଭୁଲିଯାଉ ସେହି ବୀରପୁରୁଷଙ୍କ ଆତ୍ମୋତ୍ସର୍ଗ ଓ ଆହୂତିର ଅଭୁଲା ଆଲେଖ୍ୟ !
ସେମାନେ ବନଗ‌ହନରେ ଜଳାଇଛନ୍ତି ମୁକ୍ତପ୍ରାଣର ଆଲୋକ ! ନିଜେ ଜଳିଛନ୍ତି, ଜାଳିଛନ୍ତି ମୁକ୍ତିର ଲେଲିହାନ ଶିଖା । ସ୍ବାଧୀନତା ପାଇଁ କରିଛନ୍ତି ପାଗଳପ୍ରାୟ ପ୍ରାଣଦାନ । ସେମାନେ ଆଜି ହୁଏତ ବିସ୍ମୃତ ନୁହଁନ୍ତି, କିନ୍ତୁ ଅନାଲୋଚିତ ।
ସେମିତି ଭୁଲି ହୁଏନା ତ୍ୟାଗ, ତିତିକ୍ଷା, ବୀରତ୍ୱର ପ୍ରତୀକ ଆମ ଓଡ଼ିଶାର ବଣପାହାଡଘେରା କୋରାପୁଟର ତେନ୍ତୁଳିଗୁମ୍ମା ଗ୍ରାମର ପ୍ରକୃତି କୋଳରେ ଜନ୍ମିଥିବା ବୀରପୁରୁଷ ଲକ୍ଷ୍ମଣ ନାୟକଙ୍କୁ । ବଣମୁଲକର ନିରକ୍ଷର ଅବହେଳିତ ଆଦିବାସୀମାନଙ୍କୁ ନେଇ ମୁକ୍ତିସଂଗ୍ରାମର ଅଗ୍ନିଶିଖା ଜାଳିଥିଲେ ମାତୃଭୂମିର ପରମପୂଜକ ମୁକ୍ତିଯୋଦ୍ଧା ଲକ୍ଷ୍ମଣ ନାୟକ
ମହାତ୍ମାଗାନ୍ଧୀଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଲକ୍ଷ୍ମଣ ନାୟକ ଏବଂ ତାଙ୍କ ଅନୁଗାମୀମାନେ ସଦା ପ୍ରସ୍ତୁତଥିଲେ ପ୍ରାଣଦାନ ପାଇଁ । ପ୍ରଚଣ୍ଡ ଗାନ୍ଧୀବାଦୀ ଲକ୍ଷ୍ମଣ କହୁଥିଲେ,
“ଆମେ ଅନ୍ୟାୟ ସହିବୁ ନାହିଁ, ଟିକସ ଦେବୁ ନାହିଁ, ଅସହଯୋଗ କରିବୁ, ବୋଝ ବୋହିବାକୁ ବେଠିଆ ହେବୁ ନାହିଁ । ସୂର୍ଯ୍ୟଚନ୍ଦ୍ର ଯେପରି ସତ୍ୟ ଆମରି ଭାରତମାତା ସେପରି ସ୍ବାଧୀନତା ପାଇବା ସତ୍ୟ ହେବ ।”
ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନରେ ମାତି ରାଜନୀତିକ ଚେତନାଶୂନ୍ୟ ଏକ ଅଞ୍ଚଳରେ ସଂଗଠନ ଗଢ଼ି ଲୋକଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରିବା ଭଳି ଶକ୍ତି ଓ ସାହସର ପରିଚୟ ଦେଇଥିଲେ ଲକ୍ଷ୍ମଣ ନାୟକ । ମାଥିଲି ଗୁଳିକାଣ୍ଡରେ ମିଥ୍ୟା ଅଭିଯୋଗରେ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଜେଲରେ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ ବ୍ରିଟିଶ ସରକାର । ଗାନ୍ଧୀଙ୍କ ଏହି ଅନୁଗାମୀଙ୍କ ତୁଣ୍ଡରୁ ମଧ୍ୟ ବାହାରି ଆସିଥିଲା ପଦିଏ କଥା: “ରାମ” ।
ମାତୃଭୂମିର ପରମପୂଜକ ଭାବେ ଶହୀଦ ଲକ୍ଷ୍ମଣ ନାୟକ ସମଗ୍ର ଦେଶର ଲଲାଟରେ ଗୌରବର ଟୀକା । ଏବେ ମଧ୍ୟ କୋରାପୁଟରେ ପିଲାମାନେ ଗାଇବାର ଶୁଣିବାକୁ ମିଳେ:
“ଲକ୍ଷ୍ମଣ ନାୟକ ହେ ଲକ୍ଷ୍ମଣ ନାୟକ,
ଦେଶ ପାଇଁ ଫାଶୀଖୁଣ୍ଟେ ଝୁଲାଇଲ ବେକ,
ରଖିଗଲ ଓଡ଼ିଶାର ଟେକ ।”
Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago