ଲେଖା: ଦେଵ ତ୍ରିପାଠୀ
ଦିନ ଥିଲା, ରଣପୁର ଆଦି ଗଡ଼ଜାତ ଅଞ୍ଚଳ ଅନ୍ଧାରୀ ମୁଲକ ଭାବେ କୁଖ୍ୟାତ ଥିଲା, ସେଠାକାର ଅଧିବାସୀ ନିଜ ଅଧିକାର ବିଷୟରେ ଥିଲେ ଅନଭିଜ୍ଞ, ତେଣୁ ରାଜା ଏବଂ ତାଙ୍କ ଅମାତ୍ୟମାନଙ୍କ ଦ୍ଵାରା ସେମାନେ ହେଉଥିଲେ ଅତ୍ୟାଚାରିତ । ସେପରି ଏକ ଦୁର୍ବିସହ ସମୟରେ ରଣପୁର ର ପ୍ରପୀଡ଼ିତ ପ୍ରଜାଙ୍କ ତ୍ରାଣକର୍ତ୍ତା ଭାବେ ଆବିର୍ଭାବ ହୋଇଥିଲେ ଜଣେ ଯୁବକ । ପ୍ରଜାମାନଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାର ତାଙ୍କୁ ଡାକରା ଦେଇଥିଲା ପାଠପଢ଼ା ଛାଡ଼ି ନିଜ ଜୀବନକୁ ଜନତାର ସେବାରେ ଉତ୍ସର୍ଗ କରିବା ପାଇଁ । ସେ ଯୁବକ ଥିଲେ ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ରଘୁନାଥ ମହାନ୍ତି
ରାଜରୋଷର ଶିକାର ହୋଇ ରଘୁନାଥ ଦିନେ ପ୍ରିୟ ମାତୃଭୂମି ଛାଡ଼ି ବାସ କରିଥିଲେ କଟକରେ । ହେଲେ ନିଜ ମାଟିର ଜନତାର ଅଧୀକାର ପାଇଁ ହୃଦୟ କାନ୍ଦୁଥିବା ରଘୁନାଥଙ୍କୁ ମିଳିଥିଲା ବାଲ୍ୟବନ୍ଧୁ ଦିବାକର ପରିଡ଼ାଙ୍କ ଅପୂର୍ବ ସହଯୋଗ ଓ ସମର୍ଥନ । ଉଭୟଙ୍କ ମିଳନ ରଣପୁର ବାସୀଙ୍କ ପାଇଁ ଥିଲା ଯେପରି ଆଶୀର୍ବାଦ ! ରଘୁନାଥ ଓ ଦିବାକର କାୟା ଓ ଛାୟା ପରି ଲାଗିପଡି ଥିଲେ ଆନ୍ଦୋଳନକୁ ସକ୍ରିୟ କରିବା ପାଇଁ ।
ପ୍ରଜାମଣ୍ଡଳର ସମ୍ପାଦକ ଭାବେ ରଘୁନାଥଙ୍କ ସହ ଯୋଗଦେଲେ ପ୍ରାଣନାଥ ପଟ୍ଟନାୟକ, ଗଙ୍ଗାଧର ପାଇକରାୟ, ଗୋକୁଳମୋହନ ରାୟଚୂଡାମଣି, ପର୍ଶୁରାମ ପଦାତିକରାୟଙ୍କ ପରି ବହୁ ପ୍ରଚଣ୍ଡ ନେତା । ସମସ୍ତଙ୍କର ସମର୍ଥନ ଓ ସହଯୋଗ ତଥା ରଘୁ-ଦିବାକରଙ୍କ ନିଷ୍ଠାପର ଉଦ୍ୟମର ଫଳସ୍ୱରୂପ ରଣପୁର ବାସୀ ହୋଇଥିଲେ ଶୋଷଣମୁକ୍ତ, ତୀବ୍ର ତଥା ଭୟଙ୍କର ଭାବେ ରକ୍ତରଞ୍ଜିତ ହୋଇଥିଲା ପ୍ରଜାମଣ୍ଡଳ ଆନ୍ଦୋଳନ ।
ରାଜା, ଦେଵାନ, ଅମାତ୍ୟମାନଙ୍କ ସହ ହାତ ମିଳାଇଥିଲେ ଦୁର୍ଦ୍ଧର୍ଷ ବ୍ରିଟିଶ ସରକାର । ଏଇ ଆନ୍ଦୋଳନ କାଳରେ ଜନତା ତଥା ସଂଗ୍ରାମୀମାନଙ୍କ ଆକ୍ରୋଶର ଶିକାର ହୁଏ ଓଡ଼ିଶା ପାଇଁ ନିଯୁକ୍ତ ଇଂରେଜୀ ରାଜନୈତିକ ପ୍ରତିନିଧି ମେଜର ଆର.ଏଲ. ବାଜେଲଗେଟ
ଲୋକେ ଯେ ପିଟିପିଟି ହତ୍ୟା କରିଥିଲେ ବାଜେଲଗେଟକୁ ଏ କଥା ବ୍ରିଟିଶ ସରକାର ସହଜରେ ଗ୍ରହଣ କରିପାରି ନ ଥିଲେ । ରକ୍ତମୁଖା ଓ ପ୍ରତିଶୋଧ ପରାୟଣ ସରକାର ରଘୁଦିବାକରଙ୍କୁ ଧରିବା ଅଭିପ୍ରାୟରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରନ୍ତି ରଣପୁରବାସୀଙ୍କ ଉପରେ । ପ୍ରାଣପ୍ରିୟ ରଣପୁରବାସୀଙ୍କ ପ୍ରତି ଅତ୍ୟାଚାର ସହି ନ ପାରି ରଘୁ ଦିବାକର ସରକାରୀ ସେନାର ମୁକାବିଲା କରୁ କରୁ ଧରାପଡନ୍ତି ଏବଂ ଭୟାତୁର ସରକାର ଚକ୍ରାନ୍ତ ରଚେ ଉଭୟଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ !
୧୯୪୧ ମସିହା ଅପ୍ରେଲ ୪ ତାରିଖ ପୂର୍ବାହ୍ନରେ ରଘୁ ଦିବାକର ଉଭୟଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲା ବ୍ରିଟିଶ ସରକାର ।
ରାଜରଣପୁରର ବାଦଭୂଇଁ ଗ୍ରାମରେ ଧରାବତରଣ କରି ରଣପୁରର ଟେକ ରଖିଥିଲେ ଏହି ମହାନ ସଂଗ୍ରାମୀ ଶହୀଦ ରଘୁ ଦିବାକର।
Spread the love
admin

View Comments

  • କୀର୍ତ୍ତିମାନ୍ ଶହୀଦ ଦ୍ଵୟ ସାରା ରାଜ୍ୟରେ ଓ ଦେଶରେ । ସେହି ରାସ୍ତାରେ ଯିବାକୁ କେହି ଜଣେ ବି ନାହାଁନ୍ତି ଆଜି ।

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

1 day ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

4 days ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

5 days ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

5 days ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

5 days ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

5 days ago