ଲେଖା: ଦେଵ ତ୍ରିପାଠୀ
ଦିନ ଥିଲା, ରଣପୁର ଆଦି ଗଡ଼ଜାତ ଅଞ୍ଚଳ ଅନ୍ଧାରୀ ମୁଲକ ଭାବେ କୁଖ୍ୟାତ ଥିଲା, ସେଠାକାର ଅଧିବାସୀ ନିଜ ଅଧିକାର ବିଷୟରେ ଥିଲେ ଅନଭିଜ୍ଞ, ତେଣୁ ରାଜା ଏବଂ ତାଙ୍କ ଅମାତ୍ୟମାନଙ୍କ ଦ୍ଵାରା ସେମାନେ ହେଉଥିଲେ ଅତ୍ୟାଚାରିତ । ସେପରି ଏକ ଦୁର୍ବିସହ ସମୟରେ ରଣପୁର ର ପ୍ରପୀଡ଼ିତ ପ୍ରଜାଙ୍କ ତ୍ରାଣକର୍ତ୍ତା ଭାବେ ଆବିର୍ଭାବ ହୋଇଥିଲେ ଜଣେ ଯୁବକ । ପ୍ରଜାମାନଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାର ତାଙ୍କୁ ଡାକରା ଦେଇଥିଲା ପାଠପଢ଼ା ଛାଡ଼ି ନିଜ ଜୀବନକୁ ଜନତାର ସେବାରେ ଉତ୍ସର୍ଗ କରିବା ପାଇଁ । ସେ ଯୁବକ ଥିଲେ ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ପୁରୋଧା ରଘୁନାଥ ମହାନ୍ତି
ରାଜରୋଷର ଶିକାର ହୋଇ ରଘୁନାଥ ଦିନେ ପ୍ରିୟ ମାତୃଭୂମି ଛାଡ଼ି ବାସ କରିଥିଲେ କଟକରେ । ହେଲେ ନିଜ ମାଟିର ଜନତାର ଅଧୀକାର ପାଇଁ ହୃଦୟ କାନ୍ଦୁଥିବା ରଘୁନାଥଙ୍କୁ ମିଳିଥିଲା ବାଲ୍ୟବନ୍ଧୁ ଦିବାକର ପରିଡ଼ାଙ୍କ ଅପୂର୍ବ ସହଯୋଗ ଓ ସମର୍ଥନ । ଉଭୟଙ୍କ ମିଳନ ରଣପୁର ବାସୀଙ୍କ ପାଇଁ ଥିଲା ଯେପରି ଆଶୀର୍ବାଦ ! ରଘୁନାଥ ଓ ଦିବାକର କାୟା ଓ ଛାୟା ପରି ଲାଗିପଡି ଥିଲେ ଆନ୍ଦୋଳନକୁ ସକ୍ରିୟ କରିବା ପାଇଁ ।
ପ୍ରଜାମଣ୍ଡଳର ସମ୍ପାଦକ ଭାବେ ରଘୁନାଥଙ୍କ ସହ ଯୋଗଦେଲେ ପ୍ରାଣନାଥ ପଟ୍ଟନାୟକ, ଗଙ୍ଗାଧର ପାଇକରାୟ, ଗୋକୁଳମୋହନ ରାୟଚୂଡାମଣି, ପର୍ଶୁରାମ ପଦାତିକରାୟଙ୍କ ପରି ବହୁ ପ୍ରଚଣ୍ଡ ନେତା । ସମସ୍ତଙ୍କର ସମର୍ଥନ ଓ ସହଯୋଗ ତଥା ରଘୁ-ଦିବାକରଙ୍କ ନିଷ୍ଠାପର ଉଦ୍ୟମର ଫଳସ୍ୱରୂପ ରଣପୁର ବାସୀ ହୋଇଥିଲେ ଶୋଷଣମୁକ୍ତ, ତୀବ୍ର ତଥା ଭୟଙ୍କର ଭାବେ ରକ୍ତରଞ୍ଜିତ ହୋଇଥିଲା ପ୍ରଜାମଣ୍ଡଳ ଆନ୍ଦୋଳନ ।
ରାଜା, ଦେଵାନ, ଅମାତ୍ୟମାନଙ୍କ ସହ ହାତ ମିଳାଇଥିଲେ ଦୁର୍ଦ୍ଧର୍ଷ ବ୍ରିଟିଶ ସରକାର । ଏଇ ଆନ୍ଦୋଳନ କାଳରେ ଜନତା ତଥା ସଂଗ୍ରାମୀମାନଙ୍କ ଆକ୍ରୋଶର ଶିକାର ହୁଏ ଓଡ଼ିଶା ପାଇଁ ନିଯୁକ୍ତ ଇଂରେଜୀ ରାଜନୈତିକ ପ୍ରତିନିଧି ମେଜର ଆର.ଏଲ. ବାଜେଲଗେଟ
ଲୋକେ ଯେ ପିଟିପିଟି ହତ୍ୟା କରିଥିଲେ ବାଜେଲଗେଟକୁ ଏ କଥା ବ୍ରିଟିଶ ସରକାର ସହଜରେ ଗ୍ରହଣ କରିପାରି ନ ଥିଲେ । ରକ୍ତମୁଖା ଓ ପ୍ରତିଶୋଧ ପରାୟଣ ସରକାର ରଘୁଦିବାକରଙ୍କୁ ଧରିବା ଅଭିପ୍ରାୟରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରନ୍ତି ରଣପୁରବାସୀଙ୍କ ଉପରେ । ପ୍ରାଣପ୍ରିୟ ରଣପୁରବାସୀଙ୍କ ପ୍ରତି ଅତ୍ୟାଚାର ସହି ନ ପାରି ରଘୁ ଦିବାକର ସରକାରୀ ସେନାର ମୁକାବିଲା କରୁ କରୁ ଧରାପଡନ୍ତି ଏବଂ ଭୟାତୁର ସରକାର ଚକ୍ରାନ୍ତ ରଚେ ଉଭୟଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ !
୧୯୪୧ ମସିହା ଅପ୍ରେଲ ୪ ତାରିଖ ପୂର୍ବାହ୍ନରେ ରଘୁ ଦିବାକର ଉଭୟଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲା ବ୍ରିଟିଶ ସରକାର ।
ରାଜରଣପୁରର ବାଦଭୂଇଁ ଗ୍ରାମରେ ଧରାବତରଣ କରି ରଣପୁରର ଟେକ ରଖିଥିଲେ ଏହି ମହାନ ସଂଗ୍ରାମୀ ଶହୀଦ ରଘୁ ଦିବାକର।
Spread the love
admin

View Comments

  • କୀର୍ତ୍ତିମାନ୍ ଶହୀଦ ଦ୍ଵୟ ସାରା ରାଜ୍ୟରେ ଓ ଦେଶରେ । ସେହି ରାସ୍ତାରେ ଯିବାକୁ କେହି ଜଣେ ବି ନାହାଁନ୍ତି ଆଜି ।

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago