ଲେଖା: ଦେଵ ତ୍ରିପାଠୀ
ମହାନ ଦେଶପ୍ରେମୀ, ଖଲ୍ଲିକୋଟ ରାଜ୍ୟର ଭୂମିପୁତ୍ର ପ୍ରଜାବତ୍ସଳ ମହାଦାନୀ ମହାରାଜା ହରିହର ମର୍ଦ୍ଦରାଜ
#ସ୍ବତନ୍ତ୍ର #ଓଡ଼ିଶାପ୍ରଦେଶ #ଗଠନର #ବୀଜବପକ ତଥା #ଉତ୍କଳ #ସମ୍ମିଳନୀର #ଆଦ୍ୟପ୍ରବର୍ତ୍ତକ; ଓଡ଼ିଶା ସହିତ ଗଞ୍ଜାମ ଏବଂ ଅନ୍ୟାନ୍ୟ ଦକ୍ଷିଣାଞ୍ଚଳକୁ ମିଶାଇବା ନିମନ୍ତେ ସଂଗ୍ରାମର ଅବଧାରକ; ଗଞ୍ଜାମ ମାଟିରେ ତେଲୁଗୁ ଭାଷାଭାଷୀଙ୍କ ପ୍ରାଦୁର୍ଭାବରୁ ଓଡ଼ିଆ ଭାଷାର ସୁରକ୍ଷା ସହିତ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ଅଲିଖିତ ସଂଗ୍ରାମର ଅଗ୍ରଣୀ ଯୋଦ୍ଧା; ଗଞ୍ଜାମ ମାଟିରେ ଓଡ଼ିଆ ଭାଷାସାହିତ୍ୟ, ସଂସ୍କୃତି, ଶିକ୍ଷା, ଲୋକନୃତ୍ୟର ପ୍ରସାର ବାବଦରେ ଜୀବନ ଉତ୍ସର୍ଗ କରିଥିବା ମହାନ ଦେଶପ୍ରେମୀ, #ଖଲ୍ଲିକୋଟ ରାଜ୍ୟର #ଭୂମିପୁତ୍ର #ପ୍ରଜାବତ୍ସଳ #ମହାଦାନୀ #ମହାରାଜା #ହରିହର #ମର୍ଦ୍ଦରାଜଙ୍କ ଓଡ଼ିଶା ପ୍ରଦେଶ ଗଠନରେ ଥିଲା ସକ୍ରିୟ ଭୂମିକା ।
ମାନ୍ଦ୍ରାଜରେ ଅଧ୍ୟୟନ କାଳରେ ମଧୁବାବୁଙ୍କ ପ୍ରେରଣାରେ ଦେଶମିଶ୍ରଣ ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କରେ ମହାରାଜା ହରିହର ମର୍ଦ୍ଦରାଜଙ୍କ ଗଭୀର ଅନୁଶୀଳନ ଓ ଯୋଜନାର ଫଳସ୍ବରୂପ ପରବର୍ତ୍ତୀ ସମୟରେ #ବ୍ରହ୍ମପୁର ରେ ଅନୁଷ୍ଠିତ ହୁଏ #ଗଞ୍ଜାମ #ଓଡ଼ିଆ #ସମ୍ମିଳନୀ ! ମଧୁବାବୁ ଉକ୍ତ ଅଧିବେଶନରେ ହିଁ ଉକ୍ତ ସମ୍ମିଳନୀକୁ ସର୍ବସମ୍ମତିକ୍ରମେ #ଉତ୍କଳ ସମ୍ମିଳନୀ ରୂପେ ନାମିତ କରିଥିଲେ । ବସ୍ତୁତଃ, ଏହି ସମ୍ମିଳନୀର ନିରନ୍ତର ପ୍ରଚେଷ୍ଟା ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟରେ ପରିଣତ କଲା । ତେଣୁ ଓଡ଼ିଶାବାସୀ ଯେ, ଗଞ୍ଜାମ ଓଡ଼ିଆ ସମ୍ମିଳନୀର ମହାଉଦ୍ୟୋକ୍ତା ମହାରାଜା ହରିହର ମର୍ଦ୍ଦରାଜ ମହୋଦୟଙ୍କ ନିକଟରେ ଚିରକୃତଜ୍ଞ, ଏଥିରେ ସନ୍ଦେହ ନାହିଁ !
ସ୍ବତନ୍ତ୍ର ପ୍ରଦେଶ ଗଠନ ବାବଦରେ #ନୀଳଗିରି, #ମୟୁରଭଞ୍ଜ, #ରଣପୁର, #ବାଲେଶ୍ଵର, #ଭବାନୀପାଟଣା, #ଆଠଗଡ଼, #କୁଜଙ୍ଗ ଇତ୍ୟାଦି ବିଭିନ୍ନ ରାଜ୍ୟର ରାଜା ଜମିଦାରମାନଙ୍କ ସହ ସହାବସ୍ଥାନ ରକ୍ଷାପୂର୍ବକ ମଧୁବାବୁଙ୍କ ହାତକୁ ସୁଦୃଢ କରିବା ସହିତ ଉକ୍ତ ଐତିହାସିକ ମହାସଂଗ୍ରାମ ନିମନ୍ତେ ଅକୁଣ୍ଠ ଚିତ୍ତରେ ଅର୍ଥ ସାହାଯ୍ୟ କରିବା ଏବଂ ଉତ୍କଳ ସମ୍ମିଳନୀ ପାଇଁ ତାଙ୍କର ନିଷ୍ଠାପର ଉଦ୍ୟମ ଚଳାଇଥିଲେ ମହାରାଜା ହରିହର ମର୍ଦ୍ଦରାଜ ! ଏସବୁକୁ ଲକ୍ଷ୍ୟ କରି ଐତିହାସିକଗଣ ତାଙ୍କୁ #ଦ୍ଵିତୀୟ #ମଧୁବାବୁ ଭାବେ ଅଭିହିତ କରିଥା’ନ୍ତି ।
ମହାରାଜା ହରିହର ମର୍ଦ୍ଦରାଜ ଥିଲେ ଶିକ୍ଷା ଓ ସାଂସ୍କୃତିକ ବିକାଶ ପାଇଁ ସମର୍ପିତ ! ବ୍ରହ୍ମପୁର ରାମଚନ୍ଦ୍ର ମର୍ଦ୍ଦରାଜ ମହାବିଦ୍ୟାଳୟ  ତାଙ୍କରି ଅବଦାନ । ତାଙ୍କରି ଖଲ୍ଲିକୋଟସ୍ଥିତ ରାଜବାଟୀ କଳା ମହାବିଦ୍ୟାଳୟ । ତା’ ସହ ହିଞ୍ଜଳିକାଟୁ ମହାବିଦ୍ୟାଳୟ ବି ତାଙ୍କରି ଅବଦାନ।
Spread the love
admin

View Comments

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago