~ ବୈଷ୍ଣବ ଚରଣ ମହାନ୍ତି ~
ଉପସ୍ଥାପନା: ଦେଵ ତ୍ରିପାଠୀ
ଅତି ସାଧାରଣ ଲୋକଙ୍କ ସମାଜ ଭିତରେ ମଝିରେ ମଝିରେ ଅସାଧାରଣ ଲୋକ ଜନ୍ମଗ୍ରହଣ କରନ୍ତି ! ଆଉ ସେମାନେ ସାଜନ୍ତି ମାନବଜାତିର ପଥପ୍ରଦର୍ଶକ ! ଦିଅନ୍ତି ବିପୁଳଶକ୍ତି, ନୂତନ ଜୀବନ ଏବଂ ଦିବ୍ୟ ଆଲୋକ । ସେମାନଙ୍କ ବିନା କ୍ଷୁଦ୍ର ମାନବର ଏ ଜଡ଼ସମାଜ ନିସ୍ପନ୍ଦ, ପ୍ରାଣହୀନ !
ମାତ୍ର ସେ ମହାପୁରୁଷ ମାନେ ଏ ସକଳ ମହତଦାନ ନିମନ୍ତେ କି ପ୍ରତିଦାନ ପାଆନ୍ତି ? ପାଆନ୍ତି ଦୁଃଖ, କ୍ଳେଶ, ଯାତନା, ଲାଞ୍ଛନା, ଅପମାନ, ନିର୍ଯ୍ୟାତନା ଏବଂ ସ୍ଥଳବିଶେଷରେ ମୃତ୍ୟୁଦଣ୍ଡ । ସତେ ଯେପରି ମହତ୍ତ୍ଵର ଏହା ହିଁ ବିଧିବଦ୍ଧ ପୁରସ୍କାର । ତଥାପି ସେମାନଙ୍କ ମନରେ ଥାଏ ଜାତିପ୍ରୀତିର ଉଛୁଳା ଢେଉ, ଅସୀମ ପ୍ରାଣଶକ୍ତି ଓ ବୟସ୍କ ଶରୀରରେ ତରୁଣର ମନ । ଲକ୍ଷ୍ୟ ହାସଲ ପାଇଁ ପ୍ରାଣ ପଛେ ଯାଉ ସେମାନେ ଆଗେଇ ଯାଇ ସମାଜର କଲ୍ୟାଣ କରିଥାନ୍ତି ।
ସେପରି ଜଣେ ମହାମାନବ #ବୈଷ୍ଣବ_ଚରଣ_ମହାନ୍ତି ଯିଏ ହାତରେ ଛାଟ ଧରି ଗୁରୁ ହୋଇନାହାନ୍ତି ସତ, କିନ୍ତୁ ପଥଭ୍ରଷ୍ଟ ଓଡ଼ିଆଙ୍କୁ ପଥ ଦର୍ଶାଇବା ଲକ୍ଷ୍ୟରେ ସେ ଧରିଛନ୍ତି ଲେଖନୀର ଛାଟ, ଓଡ଼ିଆ ଜାତି ପାଇଁ ସେ ଜାଳିଛନ୍ତି #ଅମଳିନ_ଆଲୋକର_ଶିଖା
ସାମ୍ପ୍ରତିକ ସମୟର ଅନ୍ୟତମ ପାଠକପ୍ରିୟ ପ୍ରାବନ୍ଧିକ ଶ୍ରୀଯୁକ୍ତ ମହାନ୍ତି, ରଚନା ତାଙ୍କର ରମ୍ୟ, ଲେଖା ତାଙ୍କର ଲଳିତ, ଶବ୍ଦ ତାଙ୍କର ସ୍ବାଦଭରା, ଭାଷା ତାଙ୍କର ଭାନୁମତୀ । ସମାଜକୁ ସଜାଡ଼ିବା ତାଙ୍କ ଲେଖନୀର ଲୟ ଓ ଲକ୍ଷ୍ୟ । ସମାଜର ଅଶିକ୍ଷା, ଅନୀତି, ଅନାଚାର ଓ ଅପସଂସ୍କୃତି ଆଡ଼କୁ ଆଙ୍ଗୁଳି ଦେଖାଇବା ତାଙ୍କର ଅଭ୍ୟାସ ।
ନାଟକ, ନିବନ୍ଧ, କବିତା, ଶିଶୁ ସାହିତ୍ୟ ଓ ପ୍ରୌଢ଼ ସାହିତ୍ୟଠାରୁ ଆରମ୍ଭ କରି ଭାଷା ସଂସ୍କୃତି ବିଷୟକ ପର୍ଯ୍ୟାଲୋଚନା ପର୍ଯ୍ୟନ୍ତ ତାଙ୍କ ସାରସ୍ବତ ସର୍ଜନାର ସୀମା ସମ୍ପ୍ରସାରିତ । ନିହାତି ନିରସ, ପଥରପ୍ରାୟ ପ୍ରବନ୍ଧକୁ ଭାଷାରେ ଭିଜେଇ, ତଥ୍ୟରେ ତତେଇ, ସତ୍ୟରେ ସିଝେଇ, ପ୍ରଜ୍ଞାରେ ପଖାଳି ପ୍ରୀତିପୂର୍ଣ୍ଣ ଢଙ୍ଗରେ ପାଠକଙ୍କୁ ପରଷି ଦେବା ହେଉଛି ତାଙ୍କର ବିଶେଷତ୍ଵ ।
ନିଜସ୍ବ ଢଙ୍ଗରେ ଗବେଷଣାଧର୍ମୀ ପ୍ରବନ୍ଧମାନ ଲେଖିପାରନ୍ତି ଶ୍ରୀଯୁକ୍ତ ମହାନ୍ତି, ଯାହାର ସତ୍ୟସାକ୍ଷୀ ତାଙ୍କ ଗ୍ରନ୍ଥ #ପାନ_ଓ_ପ୍ରିୟତମା#ଲେଖି_ନ_ଜାଣି_ଅକ୍ଷର_ଦୋଷପାନ, ଗୁଆ, ଖଇର, ଗୁଆକାତି, ପିକଦାନି ଇତ୍ୟାଦି ବିଷୟକ ତଥ୍ୟରାଜିର ସଂଗ୍ରହ ଓ ସେସବୁର ତାତ୍ପର୍ଯ୍ୟପୂର୍ଣ୍ଣ ପରିବେଷଣ ତାଙ୍କ ବ୍ୟାପକ ଅଧ୍ୟୟନ, ଅନ୍ତରଙ୍ଗ ଅନୁଶୀଳନ ଗଭୀର ବିଦବତ୍ତା ଓ ପରିପକ୍ଵ ଶିଳ୍ପସ୍ଥାପତ୍ୟର ନିଦର୍ଶନ । ବୈଷ୍ଣବ ଚରଣ ମହୋଦୟଙ୍କର ପ୍ରବନ୍ଧ ସଂକଳନ ‘ସଙ୍କୁଚିତ ସଂସ୍କୃତି’‘ବିଧବାବେଶ ବିରୋଧରେ’ର ପ୍ରବନ୍ଧଗୁଡ଼ିକ ତାଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିପ୍ରୀତିର ଅମଳିନ ସ୍ଵାକ୍ଷର ।
ଶ୍ରୀଯୁକ୍ତ ମହାନ୍ତିଙ୍କ ଅନନ୍ୟ କୃତିଗୁଡ଼ିକ ମଧ୍ୟରେ ଶୋଭା ପାଏ . .
ପ୍ରବନ୍ଧ ଓ ରମ୍ୟ ରଚନା:
୧. ଶ୍ରୀମତୀଙ୍କ ସୁବିଧା ପାଇଁ
୨. ଶଳା ସମ୍ପର୍କରେ
୩. ନିଶରୁ ନମସ୍କାର ପର୍ଯ୍ୟନ୍ତ
୪. ଠେଙ୍ଗା ଥେସିସ୍
୫. ସଂକୁଚିତ ସଂସ୍କୃତି
୬. ବିଧବାବେଶ ବିରୋଧରେ
୭. ବୋଉ ବିଶ୍ଵବିଦ୍ୟାଳୟ
୮. ବୈଷ୍ଣବ ଚରଣ ମହାନ୍ତିଙ୍କ କଲମର କୃତି – ପ୍ରଥମ ଭାଗ
ହାସ୍ୟରସାତ୍ମକ ନାଟକ:
୯. ବାଳୀନନାଙ୍କ ଠିକଣା
୧୦. ପୁଅ ନାଁ ଗୋପାଳିଆ
୧୧. ଗାଁ ଦାଣ୍ଡର ନାଟକ
ଜୀବନୀ:
୧୨. ଜୀବନ ନୁହେଁ ସେ ଜୀବନ୍ତ ଦଲିଲ୍
କବିତା:
୧୩. ଝଡ଼ବର୍ଷାର ମଧ୍ୟବର୍ତ୍ତୀ
ଶିଶୁ ସାହିତ୍ୟ:
୧୪. ଏଇ କୁନା ଦିନେ ପଚାରୁଥିଲା (କବିତା)
୧୫. ନାଁ ରଖିଗଲେ ପିଲାଟି ବେଳୁ
୧୬. ଆଦିବାସୀଙ୍କ ପଶୁପକ୍ଷୀ କାହାଣୀ
୧୭. ପାଠଶାଳାର ହସକଥା
୧୮. Class Room Humour
ବୟସ୍କ ସାକ୍ଷରତା ପୁସ୍ତକ:
୧୯. ଆମ ଜୀବନ ଆମେ ଗଢିବା
୨୦. ଆମରି କଥା
୨୧. ଆମ କଥା
୨୨. ଆମେ ହେବା ପାଠୋଈ
୨୩. ଲେଖା ପଢ଼ା ଶିଖିବା କେମିତି
୨୪. ଅଭ୍ୟାସ ପାଠ
୨୫. ସହାୟକ ନିର୍ଦ୍ଦେଶିକା
୨୬. ଆମ ଜୀବନ ଆମେ ଗଢ଼ିବା
ବୟସ୍କ ନବ ସାକ୍ଷର ସାହିତ୍ୟ:
୨୭. ଗାଁ ଲୋକଙ୍କ ନାଁ ଦିଆ
୨୮. ମନ ଥିଲେ ଧନ ମିଳେ
୨୯. ବେଳହୁଁ ସାବଧାନ ହେଲେ
୩୦. ଅପା ଘରକୁ ଗଲି କପା କିଣି
୩୧. ଚଷା ଲକ୍ଷେ ଜୀବ ପୋଷା
୩୨. ଆମ ଗାଁ କଥା, ଆମ ଘର କଥା
୩୩. ଘେନାଇଁ ଆମ୍ଭେ ଯେତେ କହିଲୁରେ
୩୪. ସେହି ଦ୍ବିଜ ଭୋଳ
୩୫. ଘେନିଲୁ ନାହିଁ ବାଳା ପହିଲୁରେ
୩୬. ଗୋହିତେ ଜଗତକଲ୍ୟାଣ
୩୭. କି ଥିଲା ଏ ଗାଁ, କି ହୋଇଛି ଆଜ
୩୮. ଏ ଭିଡ ଭାଙ୍ଗିବ କେମିତି
୩୯. ଆମ ଝୋଟି ଚିତା ମୁରୁଜ
୪୦. ପାଠ ଦି ଅକ୍ଷର
୪୧. ଖୋଜା ଚାଲିଛି
୪୨. ଆମ ଜନଶିକ୍ଷଣ ନିଳୟମ୍
୪୩. ମୁଁ ସାବି କ‌ହୁଛି
୪୪. ସାରିଆ ଦେଇଛି ଚିଠି
୪୫. ସାକ୍ଷରତାର ଲୋକଗୀତ
୪୬. ସ୍ଵାଧୀନତା ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି
ଅନୁବାଦ:
୪୭. ଜ୍ଞାନୀର ଲକ୍ଷଣ
୪୮. କର କର ନିରୀକ୍ଷଣ
୪୯. ଲୋକପ୍ରିୟ ନାଟକ-ଲୋକ ନାଟକ
୫୦. ଗ୍ରାମୀଣ ପତ୍ରପତ୍ରିକା
୫୧. ଗ୍ରାମୀଣ ପାଠକର ରୁଚି ଓ ଚାହିଦା
‘ପାନ ଓ ପ୍ରିୟତମା’ ପୁସ୍ତକପାଇଁ ସେ ଲଭିଛନ୍ତି ସମ୍ମାନ ଜନକ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର । କହିବା ବାହୁଲ୍ୟ, ଚାକିରୀରୁ ଅବସର ନେଇ ଯେଉଁ ଲକ୍ଷ୍ୟ ଓ ସାଧନାର ପଥରେ ପାଦ ଦେଇଥିଲେ ଶ୍ରୀଯୁକ୍ତ ମହାନ୍ତି ସେଇ ପଥରେ ସାରିଛନ୍ତି ଜୀବନର ସମସ୍ତ ପୁଞ୍ଜି !
ସେଭଳି ଜଣେ ଗୁରୁଙ୍କୁ ଆମ୍ଭେ #ଅନ୍ତରଙ୍ଗ_କଳିଙ୍ଗ_ପ୍ରତିଭା_ସମ୍ମାନ ପ୍ରଦାନ କରି ନିଜକୁ ଧନ୍ୟ ମଣିଛୁ ନିଶ୍ଚୟ ! ସେଇ ମହାନ ଗୁରୁଙ୍କୁ ପ୍ରଣାମ କରିବା ସହିତ ତାଙ୍କର ଦୀର୍ଘାୟୁ କାମନା କରିବା ଆସନ୍ତୁ
Spread the love
Antaranga Kalinga

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago