ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ
ବନ୍ଦେ ଉତ୍କଳ ଜନନୀ
ଶ୍ୟାମ-ଶିଖରୀ-ଶିରା
ସିନ୍ଧୁ ବିଧୌତା
ପଵନ-ନଦ-ନଦୀ-ତରଙ୍ଗ-ଧୌତା
ଶଵଳିତ ସୁନ୍ଦର ଧରଣୀ
ବନ୍ଦେ ଉତ୍କଳ ଜନନୀ ।୧।
ମନ୍ଦିରମୟୀ ତଵ କପୋଳ ତଳେ,
କେତେ ଶହ ଵର୍ଷ ର କାହାଣୀ ଝଳେ,
ଯେତେ ଇତିହାସ ଗତ ନୟନ ତଳେ,
ନାହିଁଛି ଜଗତେ ତା’ର ସ୍ମରଣୀ,
ବନ୍ଦେ ଉତ୍କଳ ଜନନୀ ।୨।
ତଵ ପୋତ ରାଜି ଦିନେ ନୀଳ ସାଗରେ,
ତଵ ସଭ୍ୟତା ଦୂର ଦେଶ ଭାଗରେ ବୋହି ନେଲା ।
ସେହି ଗୌରବ ରାଗରେ ରଞ୍ଜିତ ଶତ-ଦେଶ,
ଦ୍ଵୀପ କାହାଣୀ,
ବନ୍ଦେ ଉତ୍କଳ ଜନନୀ ।୩।
ତୋର ମନ୍ଦିରେ କେତେ ସାଧକ ଆସି
ମୁକ୍ତି ଖୋଜିଲେ ଜାଳି ଵାସନା ରାଶି,
ଧର୍ମର ଉର୍ମି ତୋ ବେଳାରୁ ଭାସି
ପ୍ଲାଵିତ କରିଛି କେତେ ଭୂମି ଜନନୀ,
ବନ୍ଦେ ଉତ୍କଳ ଜନନୀ ।୪।
ଜାହ୍ନବୀ ଗୋଦାବରୀ ସେଵିଲେ ଦିନେ
ପଦ ତୋର ଉତ୍ତରେ ପୁଣି ଦଖିଣେ,
ଯେ ଦେଶ ଗଲା ତୋ ପୁଅ,
ସେ ଦଶ ଜିଣେ
ଵିଜୟଵାହିନୀ ତୋର ସରଣୀ
ବନ୍ଦେ ଉତ୍କଳ ଜନନୀ ।୫।
ରାଜା ତୋର ରଞ୍ଜିଲା ଶ୍ୟାମଳ ଭାଲ,
ରଚି ଚାରୁ ମନ୍ଦିର ମୁକୁଟ ଜାଳ,
ଜଗତେ କେତେ କାହିଁଛି ତୁଳନା ତା’ର,
କଳାଵତୀ ଉତ୍କଳ ଧରିଣୀ,
ବନ୍ଦେ ଉତ୍କଳ ଜନନୀ ।୬।
ସେ ଦିନ ସେ ଗଉରବ ନାହିଁ ମା ଆଉ
ଖଡ୍ଗ ଧରେ ନାହିଁ ଓଡ଼ିଆ ଵାହୁ,
ନ ଆସେ ଓଡ଼ିଆ ରାଜା ଵିଜୟେ କାହୁଁ
ମୁଖରିତ କରି ତୋର ସରଣୀ
ବନ୍ଦେ ଉତ୍କଳ ଜନନୀ ।୭।
ସେକାଳ ଆସିବ ଆଉ ଫେରି କି ଥରେ,
ବୋଇତ ଭାସିବ ପୁଣି ନୀଳ ସାଗରେ,
ଗୋଦାବରୀ-ଜାହ୍ନବୀ ଧୋଇବେ ଜଳେ,
ପୁଣି ଏହି ତାଳ-ନୀଳ-ଵେଳା ଧରଣୀ
ବନ୍ଦେ ଉତ୍କଳ ଜନନୀ ।୮।
ଉପସ୍ଥାପନା: ଶିଶିର ସାହୁ ମନୋଜ
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…
ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…