ଲେଖା: ବିଷ୍ଣୁ ମୋହନ ଅଧିକାରୀ

ମାଲକାନଗିରି ତଥା ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଦେବୀ ହେଉଛନ୍ତି ମା’ ମୁକ୍ତାହାରମୟୀ। ଲୋକମୁଖରେ ସେ ମୁତ୍ୟାଲୁ ମା’ ନାମରେ ପରିଚିତ।

ଅଭିଭକ୍ତ କୋରାପୁଟ, ଛତିଶଗଡ଼ ଓ ଆନ୍ଧ୍ର ପୂର୍ବ ଗୋଦାବରୀ ଜିଲ୍ଲାରେ ସ୍ଥାନେ ସ୍ଥାନେ ମା’ ମୁତ୍ୟାଲୁଙ୍କ ମନ୍ଦିର ଦେଖାଯାଏ । ତେବେ ମାଲ୍ୟବନ୍ତଗିରି ହେଉଛି ମା’ ମୁତ୍ୟାଲୁଙ୍କ ଆଦିସ୍ଥାନ।


ମା’ ମୁତ୍ୟାଲୁ ଶକ୍ତିସ୍ୱରୂପିଣୀ ହେଲେ ମଧ୍ୟ ଆଦିମ ଶୈବ ଓ ବୈଷ୍ଣବ ଉପାସନା ସହ ଅଙ୍ଗାଙ୍ଗୀଭାବେ ଜଡିତ। ମା’ ଙ୍କ ସମ୍ବତ୍ସରିକ ପର୍ବ ମଧ୍ୟରେ ଷୋଡ଼ଶପୂଜା ଓ ବଡ଼ଯାତ୍ରା ଅନ୍ୟତମ। ଷୋଡଶପୂଜା ସମସ୍ତ ଭାରତୀୟ ମୁତ୍ୟାଲୁପୀଠରେ ଆଶ୍ୱିନ ମାସରେ ଅନୁଷ୍ଠିତ ହେଉଥିବାବେଳେ ବଡ଼ଯାତ୍ରା କେବଳ ମାଲକାନଗିରିରେ ହିଁ ହୋଇଥାଏ। ଅବିଭକ୍ତ କୋରାପୁଟ, ଗଞ୍ଜାମ, ପୂର୍ବଗୋଦାବରୀ ଓ ଛତିଶଗଡ଼ର ବସ୍ତର, ଧମତରୀ, କୋଣ୍ଡାଗାଓଁ ଅଞ୍ଚଳରେ ମା’ଙ୍କ ଶାରଦୀୟ ଉତ୍ସବ ଏକ ରକମରେ ପାଳନ ହୁଏ।


ମା’ ମୁତ୍ୟାଲୁ ଦ୍ଵାପର ଯୁଗରେ ଜରାସନ୍ଧ ବଧ ବେଳେ ଶ୍ରୀକୃଷ୍ଣଙ୍କ ଦ୍ଵାରା ମତ୍ସ୍ୟଦେଶରେ ପୂଜା ପାଇଥିଲେ। ଆଜି ମଧ୍ୟ ମତ୍ସ୍ୟଦେଶର ମତ୍ସ୍ୟକୁଣ୍ଡରେ ମା’ ପୂଜା ପାଉଛନ୍ତି। ସିଲେରୁ ନଦୀତୀରରେ ତ୍ରେତୟା ଯୁଗରେ ମାତା ମୁକ୍ତାହାରମୟୀଙ୍କୁ ସୁମରଣା କରି ଦଣ୍ଡକବନ ମାଲ୍ୟବନ୍ତରେ ପ୍ରଭୁ ରାମଚନ୍ଦ୍ର ତାଡ଼କାସୁର ବଧ କରିଥିଲେ।

ବଡ଼ଯାତ୍ରା ପାଳନ ଅବସରରେ ତାଡ଼କାକୁଣ୍ଡରେ ଶ୍ରୀରାମଚନ୍ଦ୍ର ସ୍ମୃତିଚାରଣ ହୁଏ। ଏଣୁ ପୂର୍ବଗୋଦାବରୀ ସୀମାରେ ଥିବା ପୋଲେରୁ କୁଣ୍ଡରୁ ମା’ ମୁତ୍ୟାଲୁଙ୍କୁ ବଡ଼ଯାତ୍ରା ସମୟରେ ଜଳବନ୍ଦାପନା ହୁଏ। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲା ଭଳି ମା’ ମୁତ୍ୟାଲୁ ଛତିଶଗଡ଼ରେ ମଧ୍ୟ ଭାରି ପ୍ରସିଦ୍ଧ ।


ଓଡିଶାର ବିଛିନ୍ନାଞ୍ଚଳ ସୁକୁମା, ବସ୍ତର, କୋଣ୍ଡାଗାଁରେ ମା’ଙ୍କ ଆରାଧନା ମାଉଲୀଙ୍କ ରୂପେ କରାଯାଏ। ଦଶହରା ସମୟରେ ବିଜାପୁର ଭୋପାଳପାଟଣାରେ ମା’ଙ୍କ କଣ୍ଟାପିଢ଼ା ଯାତ୍ରା ଅନୁଷ୍ଠିତ ହୁଏ। ମା’ ମୁତ୍ୟାଲୁଙ୍କ ଅନେକ ଉତ୍ସବ ମଧ୍ୟରେ ଦଶହରା ଭଳି ବଡ଼ଯାତ୍ରା ଅନ୍ୟତମ ।

ଏହି ଯାତ୍ରାରେ ମା’ ମୁତ୍ୟାଲୁଙ୍କ କିମ୍ବଦନ୍ତୀ ପର୍ବ ଆରମ୍ଭ ହୁଏ। ମଗଧରାଜ ଜରାସନ୍ଧ ପ୍ରବଳପ୍ରତାପୀ, ତେଣୁ ତାକୁ ମାରିବା ଏକପ୍ରକାର କଠିନ କାର୍ଯ୍ୟ ହୋଇପଡିଥିଲା। ଏଣୁ ମତ୍ସ୍ୟଦେଶର ମାଲ୍ୟବନ୍ତରେ ଶ୍ରୀକୃଷ୍ଣ, ଅର୍ଜୁନ ଓ ଭୀମଙ୍କ ସମେତ ମା’ଙ୍କ ଶରଣ ପଡ଼ିଲେ, ଏବଂ ସେହିଠାରେ ମାତା ମୁକ୍ତାହାରମୟୀ ଦର୍ଶନ ଦେଲେ। ପାଣ୍ଡବଙ୍କୁ ଅଭୟ ବର ଓ ଶ୍ରୀକୃଷ୍ଣଙ୍କୁ ଜନ୍ମବୃତ୍ତାନ୍ତ ସ୍ମୃତିଚାରଣ କରାଇଲେ।

ଏହି ଗାଥାକୁ ମନେ ରଖି ଅନାଦି କାଳରୁ ମା’ଙ୍କ ବଡ଼ଯାତ୍ରା ପାଳିତ ହୋଇ ଆସୁଛି। ଏଥିରେ ଭୀମ, ଅର୍ଜୁନ ଶ୍ରୀକୃଷ୍ଣ ଓ ମାତା ମୁକ୍ତାହାରମୟୀଙ୍କ ଯାତ୍ରା ହୋଇଥାଏ। ତେବେ ଦକ୍ଷିଣ ଓଡ଼ିଶାରର ପାର୍ବତ୍ୟାଞ୍ଚଳରେ ଶ୍ରୀକୃଷ୍ଣ, ଭୀମ ଓ ଅର୍ଜୁନ ଯଥାକ୍ରମେ କାନମରାଜୁ, ପୋତରାଜୁ ବାଳରାଜୁ ରୂପେ ଖ୍ୟାତ।

ଏଭଳି ଶାକ୍ତ ବୈଷ୍ଣବ ଯାତ୍ରା କେବଳ ଓଡ଼ିଶାରେ ହିଁ ଦେଖାଯାଏ। ଏହା ପବିତ୍ର ମାଘ ପୂର୍ଣ୍ଣିମାରେ ଆରମ୍ଭ ହୋଇ ଦୋଳପୂର୍ଣ୍ଣିମାରେ ଶେଷ ହୁଏ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ତଥା ଆନ୍ଧ୍ରପ୍ରଦେଶର ପୂର୍ବଗୋଦାବରୀ ଜିଲ୍ଲା ପୋଲେରୁକୁଣ୍ଡରୁ ଏହି ବଡ଼ଯାତ୍ରା ଆରମ୍ଭ ହୁଏ। ଅଗଣିତ ଭକ୍ତଙ୍କ ସମାଗମରେ ପୁରିଉଠେ ତାଡ଼କାକୁଣ୍ଡ। ଏହିଠାରୁ ମାତାଙ୍କ ସମତେ ତିନି ଦିଅଁ ଯାତ୍ରା ଆରମ୍ଭ କରନ୍ତି ପବିତ୍ର ମାନ୍ୟମକୋଣ୍ଡାକୁ।


ପ୍ରଭୁଙ୍କୁ ପାଛୋଟି ଆଣିବା ପରେ ମାନ୍ୟମକୋଣ୍ଡାରେ ମୟୁର ଚନ୍ଦ୍ରିକା ଓ ବାଉଁଶରେ ପ୍ରାଣପ୍ରତିଷ୍ଠା ହୁଏ। ଏହା ପରେ ଲକ୍ଷ ଲକ୍ଷ ଲୋକ ତାଡ଼କାକୁଣ୍ଡରେ ବୁଡ଼ ପକାନ୍ତି। କାଠଡ଼ଙ୍ଗାରେ ନୌକା ବିହାର ସାରି ତିନି ଦିଅଁ ଓ ମା’ ଫେରି ଆସନ୍ତି ମାଲକାନଗିରି। ଏହି ପର୍ବ ଏକମାସ ଧରି ଚାଲିଥାଏ। ଏଣୁ ଦକ୍ଷିଣ ଓଡ଼ିଶାର ଏହି ଯାତ୍ରା ନିଶ୍ଚିତ ଭାବେ ‘ବଡ଼ଯାତ୍ରା’

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago