ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ
ଆଜି ଯଦି ଗୋପବନ୍ଧୁ ଥାଆନ୍ତେ ?
ଆଜି ସତ୍ୟସାଧକ ଦେବାତ୍ମା ଗୋପବନ୍ଧୁ ଥିଲେ, ହୁଏତ ଜଣେ ନକ୍ସଲ ଭାବେ ଆମେ ତାଙ୍କୁ ଦେଖୁଥାଆନ୍ତୁ, ଆଜି ସମାଜରେ ଗୋପବନ୍ଧୁ ନିଜର ମାନମହତ ହରେଇଥାଆନ୍ତେ ।
ଏବେ ଏହା ଆମ ମନରେ ଏକ ପ୍ରଶ୍ନବାଚୀ । ଏହି କ୍ରମରେ ଓଡ଼ିଆଭାଷା ସାହିତ୍ୟର ବିଶିଷ୍ଟ ସାହିତ୍ୟରଥୀ, ସମାଲୋଚକ, ଚିନ୍ତାବିତ ଡ. ମାୟାଧର ମାନସିଂହଙ୍କ ରଚନା ବୋଧେ ସର୍ବାଗ୍ରେ ପ୍ରଣିଧାନଯୋଗ୍ୟ। ତେବେ ବାରମ୍ବାର ମନକୁ ଆସେ – ଏହି ଖେଦ, ଦୁଃଖ କ’ଣ ସତ୍ୟ, କେତେ ଦୂର ପ୍ରଯୁଜ୍ୟ ? ସେଇ ପରିପ୍ରେକ୍ଷୀ ରେ ଡ. ମାୟାଧର ମାନସିଂହଙ୍କ ଅମର କବିତା ପ୍ରାଦେଶିକ . .
~ ପ୍ରାଦେଶିକ ~
“ଆସ ହେ ଥରେ ଦିନକ ପାଇଁ ପ୍ରେତଜଗତ ଛାଡ଼ି,
ଦେଖିବ ତମର ଉତ୍ତରାଧିକାରୀ,
ଯେଉଁଠି ତୁମେ ବୁଣିବ ବୋଲି ଧାନ,
କରିଯାଇଥିଲ ଗଭୀର କରି ଚାଷ,
ଉଠେଇଛନ୍ତି କି ପଣ୍ଡ ଯତ୍ନରେ,
କେତେ ସୁନ୍ଦର ଅଡ଼ୁଆ ତଡୁଆ ବଣୁଆ ଗହଳଘାସ !
* * * * *
କେବଳ, ନିଖୁରା ଚୁଡ଼ା ଥିଲା ତମର ଦୈନନ୍ଦିନ ଗ୍ରାସ,
ନାହିଁ ମିଳୁଥିଲା ଭାଗ୍ୟେ ସାମାନ୍ୟ ଚିନି,
ଆମେ କିନ୍ତୁ ଏବେ ନିତ୍ୟ ଖାଉଁ ବାଁକ୍ଵେଟ
ପଗଡି ପିନ୍ଧା ଖାନସାମା ଆସି ସଜାଇ ଥୋଇଯାଏ
ଗୋଟାକ ପରେ ଗୋଟାଏ ପ୍ଲେଟ୍ ।।
ପଣ୍ଡିତ ଗୋପବନ୍ଧୁ ଦାସ,
ଓଡ଼ିଆ ପାଇଁ ମାଗିମାଗିକା ଧଇଲା ତୁମର ଶ୍ଵାସ !
ଦେଖନ୍ତ କି ଆସି ଓଲଟ ପୁରାଣ,
ଦାତା ଭାବରେ ଓଡ଼ିଆ ଜାତିର କି ଆଜି ସମ୍ମାନ !
* * * * * *
ତମକୁ ବୁଝିବାକୁ ଲାଗିପାରେ ଧୋକା,
ବୋକା ପଣ୍ଡିତ ଗୋପବନ୍ଧୁ ଦାସ,
ଜୀବନ ତୁମର ଭିକ୍ଷାରେ ଇ ବୃଥାରେ ଗଲା କଟି,
ଜାଣିଲ କି କେବେ ଦାତା ହେବାର ବିଳାସ?
ପଣ୍ଡିତ ଗୋପବନ୍ଧୁ ଓ ମି.ଦାସ,
ଲଢ଼ି ଲଢି ଗଢିଦେଇଗଲ ଯା ଏଇ ଓଡ଼ିଆ ପ୍ରଦେଶ,
ଆଜି ଯଦି ଦିଅନ୍ତ ପୁଣି ଓଡ଼ିଶା ମାଟିରେ ପାଦ,
କ୍ଷୁଦ୍ର-ଭାବ-ଚିତ୍କାରର ପାଇଯା’ନ୍ତ ସ୍ଵାଦ !
ମୁହଁରେ ଦେଇ ବଲ୍ଗା ,
ବିଚ୍ ଦାଣ୍ଡରେ ମାରନ୍ତୁ ଆମେ ଚାବୁକ୍,
ଆମେ ମହାଭାରତୀୟ ଭାବୁକ !”
ଉପସ୍ଥାପନା: ଦେଵ ତ୍ରିପାଠୀ
Image: Dr. Sanat Kumar Das
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago