ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ
ଆଜି ଯଦି ଗୋପବନ୍ଧୁ ଥାଆନ୍ତେ ?
ଆଜି ସତ୍ୟସାଧକ ଦେବାତ୍ମା ଗୋପବନ୍ଧୁ ଥିଲେ, ହୁଏତ ଜଣେ ନକ୍ସଲ ଭାବେ ଆମେ ତାଙ୍କୁ ଦେଖୁଥାଆନ୍ତୁ, ଆଜି ସମାଜରେ ଗୋପବନ୍ଧୁ ନିଜର ମାନମହତ ହରେଇଥାଆନ୍ତେ ।
ଏବେ ଏହା ଆମ ମନରେ ଏକ ପ୍ରଶ୍ନବାଚୀ । ଏହି କ୍ରମରେ ଓଡ଼ିଆଭାଷା ସାହିତ୍ୟର ବିଶିଷ୍ଟ ସାହିତ୍ୟରଥୀ, ସମାଲୋଚକ, ଚିନ୍ତାବିତ ଡ. ମାୟାଧର ମାନସିଂହଙ୍କ ରଚନା ବୋଧେ ସର୍ବାଗ୍ରେ ପ୍ରଣିଧାନଯୋଗ୍ୟ। ତେବେ ବାରମ୍ବାର ମନକୁ ଆସେ – ଏହି ଖେଦ, ଦୁଃଖ କ’ଣ ସତ୍ୟ, କେତେ ଦୂର ପ୍ରଯୁଜ୍ୟ ? ସେଇ ପରିପ୍ରେକ୍ଷୀ ରେ ଡ. ମାୟାଧର ମାନସିଂହଙ୍କ ଅମର କବିତା ପ୍ରାଦେଶିକ . .
~ ପ୍ରାଦେଶିକ ~
“ଆସ ହେ ଥରେ ଦିନକ ପାଇଁ ପ୍ରେତଜଗତ ଛାଡ଼ି,
ଦେଖିବ ତମର ଉତ୍ତରାଧିକାରୀ,
ଯେଉଁଠି ତୁମେ ବୁଣିବ ବୋଲି ଧାନ,
କରିଯାଇଥିଲ ଗଭୀର କରି ଚାଷ,
ଉଠେଇଛନ୍ତି କି ପଣ୍ଡ ଯତ୍ନରେ,
କେତେ ସୁନ୍ଦର ଅଡ଼ୁଆ ତଡୁଆ ବଣୁଆ ଗହଳଘାସ !
* * * * *
କେବଳ, ନିଖୁରା ଚୁଡ଼ା ଥିଲା ତମର ଦୈନନ୍ଦିନ ଗ୍ରାସ,
ନାହିଁ ମିଳୁଥିଲା ଭାଗ୍ୟେ ସାମାନ୍ୟ ଚିନି,
ଆମେ କିନ୍ତୁ ଏବେ ନିତ୍ୟ ଖାଉଁ ବାଁକ୍ଵେଟ
ପଗଡି ପିନ୍ଧା ଖାନସାମା ଆସି ସଜାଇ ଥୋଇଯାଏ
ଗୋଟାକ ପରେ ଗୋଟାଏ ପ୍ଲେଟ୍ ।।
ପଣ୍ଡିତ ଗୋପବନ୍ଧୁ ଦାସ,
ଓଡ଼ିଆ ପାଇଁ ମାଗିମାଗିକା ଧଇଲା ତୁମର ଶ୍ଵାସ !
ଦେଖନ୍ତ କି ଆସି ଓଲଟ ପୁରାଣ,
ଦାତା ଭାବରେ ଓଡ଼ିଆ ଜାତିର କି ଆଜି ସମ୍ମାନ !
* * * * * *
ତମକୁ ବୁଝିବାକୁ ଲାଗିପାରେ ଧୋକା,
ବୋକା ପଣ୍ଡିତ ଗୋପବନ୍ଧୁ ଦାସ,
ଜୀବନ ତୁମର ଭିକ୍ଷାରେ ଇ ବୃଥାରେ ଗଲା କଟି,
ଜାଣିଲ କି କେବେ ଦାତା ହେବାର ବିଳାସ?
ପଣ୍ଡିତ ଗୋପବନ୍ଧୁ ଓ ମି.ଦାସ,
ଲଢ଼ି ଲଢି ଗଢିଦେଇଗଲ ଯା ଏଇ ଓଡ଼ିଆ ପ୍ରଦେଶ,
ଆଜି ଯଦି ଦିଅନ୍ତ ପୁଣି ଓଡ଼ିଶା ମାଟିରେ ପାଦ,
କ୍ଷୁଦ୍ର-ଭାବ-ଚିତ୍କାରର ପାଇଯା’ନ୍ତ ସ୍ଵାଦ !
ମୁହଁରେ ଦେଇ ବଲ୍ଗା ,
ବିଚ୍ ଦାଣ୍ଡରେ ମାରନ୍ତୁ ଆମେ ଚାବୁକ୍,
ଆମେ ମହାଭାରତୀୟ ଭାବୁକ !”
ଉପସ୍ଥାପନା: ଦେଵ ତ୍ରିପାଠୀ
Image: Dr. Sanat Kumar Das
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago