ଉପସ୍ଥାପନା: ଦେଵ ତ୍ରିପାଠୀ
ପଲ୍ଲୀଜୀବନ ର ନିଖୁଣ ଗାଥା ତଥା ପଲ୍ଲୀପ୍ରକୃତିର ଅପୂର୍ବ ବର୍ଣ୍ଣନା ଖୋଜିବସିଲେ ସର୍ବାଗ୍ରେ ମନେ ପଡ଼ନ୍ତି ପଲ୍ଲୀକବି ନନ୍ଦକିଶୋର । ଆମ ରାଜ୍ୟର ପାଣିପବନ, ଗ୍ରାମ୍ୟଜୀବନ ଆଦିକୁ ଯେଭଳି ସରଳ ଭାଷା ଓ ଛନ୍ଦରେ ରୂପାୟିତ କରିଯାଇଛନ୍ତି ପଲ୍ଲୀକବି ତାହା ସତରେ ବିରଳ ! ପାଠକର ମନରେ ଅପୂର୍ବ ଆବେଗ ସୃଷ୍ଟି କରୁଥିବା କିଛି ସୃଜନର ସମାହାର  . .
ଢୁଳୁ ଢୁଳୁ ଢଳେ ଢୁଳୁଢୁଳିଆ ଗୋ
ଶାଶୁ ଘରେ ପଡ଼େ ତରା,
ମାଆ ଯାଇଛନ୍ତି ମାମୁଁ ଘରକୁ ଗୋ
ତୁରିତେ ଆସିବେ ପରା ।
+++ +++ +++
‘ବିଲ କାମ ସାରି ଗୀତ ଗାଇଗାଇ,
ବାହୁଡ଼ଇ ଚଷା ଘରେ;
ପୋଡ଼ପିଠା ମୁଢ଼ି ଖାଇ ମହାସୁଖେ
ବସିବ ଚୁଲି ମୁଣ୍ତରେ।’
+++ +++ +++
ଡାମରା କାଉରେ ଡାମରା କାଉ,
ଉଚ୍ଚ ପରବତେ ବୋବାଉଥାଉ;
ଉଚ୍ଚ ପରବତ ଘୁଞ୍ଚି ଘୁଞ୍ଚିକା
ତହିଁରେ ବସିଛି ତିନି ମଞ୍ଜିକା।
+++ +++ +++
ମେଘ ବରଷଇ ଟପର ଟପର
କେଶୁର ମାଇଲା ଗଜା,
କୋଉ ରାଇଜରେ ରହିଲେ ମୋ ରଜା,
ତେଲିଙ୍ଗି ବାଇଦ ବଜା।’
+++ +++ +++
ମିଟି ମିଟି ଆଖି ନୂଆ ବୋହୂଟିଏ
ସଜାଡୁଥିଲା ଜାଳେଣି,
ବାଡ଼ ଉହାଡରୁ କୁଆମଇତାଟି
ତୋଳୁଥିଲା ତା’ ସଙ୍ଗିନୀ ।
+++ +++ +++
ନଈ ସେପାରିରେ ଘୋର ଅନ୍ଧାର ଗୋ,
କିଏ ସେ ଗୀତ ଗାଉଛି ।
ରହ ରହ ଆରେ ବିଦେଶୀ ବାଟୋଇ
ମେଘ ତ ମାଡ଼ି ଆସୁଛି ।।
+++ +++ +++
ନିଦ ମାଉସୀ, ନିଦ ମାଉସୀ ,ହେମ ପାଖରେ ଥିବୁ,
ଯେତେକ ଯାକ ଭଲ ସପନ ହେମକୁ ଦେଖେଇବୁ ।
ପଲ୍ଲୀଜୀବନ ର ଦୃଶ୍ୟରେ ବିଭୋର ହୋଇପାରିବା ଭଳି ଏ କବିତା ଆଉ ଲେଖିବାକୁ କେହି ନାହିଁ ଆମ ସମୟରେ ! ଏଭଳି ଅଭୁଲା ପଦଗୁଡ଼ିକର ମୂଲ୍ୟାୟନ କରି ସାହିତ୍ୟପିତା ବ୍ୟାସକବି ଲେଖିଥିଲେ
‘ପଢ଼ିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା,
କେହି କେବେ କହିନାହିଁ ଏ ପ୍ରକାର କଥା।’
ଶେଷରେ, ପଲ୍ଲୀଜୀବନ ର ନିରୁତା ଦୃଶ୍ୟରେ ମୋହିତ କରାଉଥିବା ପଲ୍ଲୀକବିଙ୍କ ଅମର କବିତାରୁ ପଦେ, ମାଟି ମା’କୁ ନୈବେଦ୍ୟ . .
ଜୟ ମା ଉତ୍କଳ ପୁରାଣ ପବିତ୍ର
ଜୟ ମା ଉତ୍କଳ ସୁନ୍ଦର ବିଚିତ୍ର
ଗଙ୍ଗା ଗୋଦାବରୀ ମହେନ୍ଦ୍ର ନୀରଧି
ଚୌଦିଗେ କୀର୍ତ୍ତି ତୋ ଘୋଷେ ନିରବଧି ।।
(ଉତ୍କଳ ବନ୍ଦନା)
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago