ଲେଖା: ଅରବିନ୍ଦ ମହାନ୍ତି
ଲିଙ୍ଗରାଜଙ୍କ ଦେଉଳବେଢାର ଦକ୍ଷିଣ ପଶ୍ଚିମ କୋଣରେ ଦେବୀ ସାବିତ୍ରୀ ଦେଉଳ ଅବସ୍ଥିତ। ଏହା ଏକ ଖାକରା ଶୈଳୀର ମନ୍ଦିର ଅଟେ। ଏହି ମନ୍ଦିରର ନିର୍ମାଣ ଶୈଳୀ ଦେବୀ ଗୋପାଳୁଣୀଙ୍କ ମନ୍ଦିର ସହ ପ୍ରାୟତଃ ସମାନ। ଦେବୀଙ୍କ ତିନି ପାର୍ଶ୍ୱରେ ତିନିଜଣ ପାର୍ଶ୍ୱ ଦେବୀ ବିରାଜମାନ। ମୂର୍ତ୍ତିଗୁଡ଼ିକ କ୍ଷୟ ହୋଇଯାଇଥିବରୁ ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ। ଦ୍ୱାର ଦେଶରେ ଦ୍ୱାର ପାଳିକା ରୂପରେ ଦୁଇ ଜଣ ଦେବୀ ବିଦ୍ୟମାନ। ଏହି ଦେଉଳର ନିର୍ମାଣ ସମୟ ପ୍ରାୟତଃ ଷଷ୍ଠ ଶତାବ୍ଦୀ। କିନ୍ତୁ ମନ୍ଦିରର କାରୁକାର୍ଯ୍ୟରୁ ଏହାର ନିର୍ମାଣ ଆହୁରି ପୁରାତନ ମନେ ହୁଏ।
ବିଗ୍ରହ
ଦେବୀ ସାବିତ୍ରୀଙ୍କ ବିଗ୍ରହ ଅତୀବ କମନୀୟ। ଦେବୀ ବ୍ରହ୍ମାପ୍ରିୟା ଏଠି ଦ୍ଵିଭୁଜା ରୂପରେ ପୂଜିତା। ଦକ୍ଷିଣ ହସ୍ତ ବରଦା ମୁଦ୍ରା ଓ ବାମ ହସ୍ତରେ ଏକ ପ୍ରସ୍ଫୁଟିତ ପଦ୍ମ ପୁଷ୍ପ ଧାରଣ କରିଛନ୍ତି। ଏବଂ ଦେବୀ ଏଠି ପଦ୍ମାସନରେ ଆସୀନା।
ଦେବୀଙ୍କ ପରିଚୟ
ସାବିତ୍ରୀ―ବେଦମାତା; ଗାୟତ୍ରୀମନ୍ତ୍ରାଧିଷ୍ଠାତ୍ରୀ ଦେବୀଙ୍କର ଦ୍ବିପ୍ରହରକାଳୀନ ଧ୍ଯେୟରୂପ । ଏ ଯୁବତୀ, ଶୁକ୍ଲଵର୍ଣ୍ଣା. ଚାରୁରୂପା, ଚତୁର୍ଭୁଜା, ଶୁକ୍ଲାମ୍ବରଦ୍ବୟୋପେତା, ଗରୁଡ଼ସ୍କନ୍ଧସଂସ୍ଥିତା, ଶଙ୍ଖଚକ୍ରଗଦାପଦ୍ମଧାରିଣୀ ଓ ବିଷ୍ଣୁ ବା ଦେବୀ ବୈଷ୍ଣବୀ  ଅଟନ୍ତି। ବ୍ରାହ୍ମଣମାନେ ମଧ୍ଯାହ୍ନ ସନ୍ଧ୍ଯା ସମୟରେ ଗାୟତ୍ରୀ ଜପିବା ପୂର୍ବରୁ ଏହାଙ୍କୁ ଧ୍ଯାନ କରନ୍ତି। ଏ ବ୍ରହ୍ମାଙ୍କ ପତ୍ନୀ। ପୁରାଣ କହେ ସବିତା (ସୂର୍ୟ୍ଯ)ଙ୍କ ଔରସରେ ତତ୍ପତ୍ନୀ ପୃଶ୍ନୀଙ୍କ ଗର୍ଭରୁ ଏ ଜନ୍ମିଥିଲେ । ବ୍ରହ୍ମାଣ୍ଡ ପୁରାଣ ଅନୁଯାୟୀ ଦେବୀ ମେରୁରାଜ ସୂତା। ଏହାଙ୍କୁ ବେଦମାନଙ୍କର ଜନନୀ ବିଶ୍ଵାସ କରାଯାଇଛି । ଏହାଙ୍କର ଅନ୍ଯ ନାମ ଶତରୂପା, ଗାୟତ୍ରୀ, ସରସ୍ବତୀ, ବ୍ରହ୍ମାଣୀ । ଭାରତର ଭିନ୍ନ ଭିନ୍ନ ତୀର୍ଥରେ ଏ ବୈଦିକ ଦେଵୀ ଭିନ୍ନ ଭିନ୍ନ ନାମରେ ପୂଜିତ ହେଉଅଛନ୍ତି। ଯଥା—ପୁଷ୍କରରେ ସାବିତ୍ରୀ, ବାରାଣସୀରେ ବିଶାଳାକ୍ଷୀ, ପ୍ରୟାଗରେ ଲଳିତା, ଏକାମ୍ର କାନନରେ କୀର୍ତ୍ତିମତୀ, ବିନ୍ଧ୍ଯାଚଳରେ ସୀତା, ପୁରୀକ୍ଷେତ୍ରରେ ବିମଳା ଇତ୍ଯାଦି।
ଦର୍ଶନ ପରିକ୍ରମା
ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ପରିକ୍ରମାରେ ଅଷ୍ଟମୂର୍ତ୍ତି ଦର୍ଶନ ବହୁତ ଗୁରୁତ୍ବପୂର୍ଣ। ଏହି ପରିକ୍ରମାରେ ଦେବୀ ସାବିତ୍ରୀଙ୍କ ସ୍ଥାନ ସପ୍ତମରେ। ଶେଷ ଅଷ୍ଟମ ମୂର୍ତ୍ତି ଲିଙ୍ଗରାଜଙ୍କ ଦର୍ଶନ ପୁର୍ବରୁ ଦେବୀ ସାବିତ୍ରୀଙ୍କ ଦର୍ଶନ କରାଯାଏ। ଏହି ଦେବୀ ସାବିତ୍ରୀ ଦେଉଳ ପାର୍ଶ୍ୱରେ ଷଷ୍ଠୀ ମନ୍ଦିର, ବାରାହୀ ମନ୍ଦିର (ବାରାହୀଙ୍କ ବାହାନ ମହିଷ ହୋଇଥିବାରୁ ଏହାଙ୍କୁ ଲୋକମାନେ ଭୁଲରେ  ଯମରାଜା ଭାବିଥାନ୍ତି, ମନ୍ଦିର ପରିଚୟରେ ମଧ୍ୟ ଏହାହିଁ ଲେଖା ଯାଇଚି), ଆମଳିକେଶ୍ବର, ବଗଳା ମନ୍ଦିର ଓ ଅନ୍ୟାନ ଶିବ ମନ୍ଦିର ମାନ ରହିଅଛି।
ପର୍ବପର୍ବାଣୀ
ଜ୍ୟେଷ୍ଠ ମାସ ସାବିତ୍ରୀ ଅମାବାସ୍ୟା ଏହି ମନ୍ଦିରର ମୁଖ୍ୟ ପୂଜା ଅଟେ। ଲିଙ୍ଗରାଜଙ୍କ ନୀତି କାନ୍ତି ସହ ଏହି ଦେବୀ ସାବିତ୍ରୀ ଦେଉଳ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago