ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ
ମଣିଷ କୁଆଡେ ଦେଖିବାକୁ ଭଗବାନଙ୍କ ପରି, ସେଥିପାଇଁ ତ ତା’ର ଏତେ ଆସ୍ଫର୍ଦ୍ଧା । ସେଥିପାଇଁ ତ ସେ କରିପାରେ ଦେବତାଙ୍କ ବିଭାଗୀକରଣ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ, କର୍ମ ଓ ଧର୍ମର ଦ୍ୱାହିରେ ।
ଦେବତାଙ୍କୁ ସେ ବାନ୍ଧିପାରେ ଚାରିକାନ୍ଥର ଚଉହଦୀ ଭିତରେ ।
ତେବେ ଅଣୁଠାରୁ ବ୍ରହ୍ମାଣ୍ଡ ଯାଏଁ ସଚରାଚର ବିଶ୍ୱ ଯାହାର ସୃଷ୍ଟି ସେ କ’ଣ ସତରେ ଅନାଇ ବସନ୍ତି ମଣିଷର ହାତଟେକା ଫୁଲପାଣି ଚନ୍ଦନକୁ . . ? ଦେବତା କ’ଣ ସତରେ ଚାହାଁନ୍ତି ଏମିତି ଲୌକିକ ପୂଜା ? ସେଇ ପରିପ୍ରେକ୍ଷୀ ରେ ଡ. ମାୟାଧର ମାନସିଂହଙ୍କ ଅମର କବିତା ଦେବପୂଜା . .
~ ଦେବପୂଜା ~
ଏବେ କାଠ ପଥର ନପୂଜି
ଆସ ପୂଜ ଜୀବନ୍ତ ଦେବତା
ଯା ଆଖିରୁ ଲୁହ ଯିବ ବହି,
କହିଦେଲେ ପଦେ ମଧୁକଥା II
***  ***  ***
ପୁରୋହିତ, ଶୁଦ୍ଧପୂତ ହୋଇ
ଦେଉଳରେ କା’ ପୂଜା କର ହେ ?
ସୃଷ୍ଟିଯାର ଉଦାର ଆଲୋକ
ସେ ଦିଅଁ କି ଅନ୍ଧକାରେ ରହେ ?
*** *** ***
ଦେବତାକୁ ବାହାରେ ରଖିଲ,
ଛୁଇଁବାକୁ ଡରିଲ ତାହାରେ,
କା’ରେ ତୁମେ ଗଲ ପୂଜିବାକୁ,
ଦେଉଳର କ୍ଷୁଦ୍ର ଅନ୍ଧକାରେ ?
*** *** ***
ଦେବଭୋଗ ନିରନ୍ନରେ ଦିଅ
ଦେବ-ସେବା ହେଉ ମାନବରେ,
ଦେବତାର ଦରଶନ ଲଭ,
ମାନବର ପ୍ରତି ଘରେ ଘରେ II
ଉପସ୍ଥାପନା: ଦେଵ ତ୍ରିପାଠୀ
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago