ସୌରଭିତ ସୃଷ୍ଟି: ଜାତୀୟ କବି ବୀରକିଶୋର ଦାସ

ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ ପରିବାରକୁ ଦାରିଦ୍ର୍ୟ, ପୀଡ଼ନ ଓ ଅସହାୟତା ମଧ୍ୟରେ ନିଃସଙ୍ଗ କରିଦେଇ ଅହିଂସ୍ର ସମରରେ ଝାସ ଦେଇଥିଲେ ଏବଂ ନିତ୍ୟ ନୂତନ ମୌଳିକ ଧାରାରେ ସଂଗ୍ରାମର ଖସଡ଼ା ତିଆରି କରୁଥିଲେ – ତା’ର ଇତିହାସ ତ ଲିପିବଦ୍ଧ ନୁହେଁ; ସେସବୁ ତ୍ୟାଗପୂତ ବ୍ୟକ୍ତିତ୍ଵଙ୍କୁ ମନେ ରଖିବାକୁ ଆମେ ମଧ୍ୟ କିଛି ସ୍ମାରକୀ ତୋଳିନାହୁଁ

ମୁକ୍ତିସଂଗ୍ରାମ ପଥରେ ଏକ ମୂର୍ତ୍ତ, ମୌଳିକ, ମନ୍ଦ୍ରିତ ଧ୍ୱନି ଥିଲେ ଜାତୀୟ କବି ବୀରକିଶୋର ଦାସ । ସରଳ ଭାଷା ଓ ଛନ୍ଦରେ ଅଗ୍ନିବର୍ଷୀ ଆବେଦନକୁ ବିବୃତ କରିବାରେ ସେ ଥିଲେ ଜଣେ ଅନନ୍ୟ ଓ ଅପ୍ରତିଦ୍ଵନ୍ଦୀ କବି । ମୁକ୍ତି ସଂଗ୍ରାମର ଯଜ୍ଞକୁ ନିଜ କବିତାର ଯୂପରେ ବହ୍ନିମାନ କରାଇ ସେ ବହୁବାର ହୋଇଛନ୍ତି କାରାରୁଦ୍ଧ । ଦାରିଦ୍ର୍ୟ ଓ ହୀନିମାନ ଭିତରେ ଆଉଟୁପାଉଟୁ ହୋଇ ମଧ୍ୟ ନିଜ ପ୍ରଚେଷ୍ଟାରେ ସେ ପ୍ରକାଶ କରିଛନ୍ତି କିଛି କବିତା ସଙ୍କଳନ, ମାତ୍ର ତାଙ୍କର ଅଧିକାଂଶ ସୃଜନ ଏ ଯାଏଁ ସୂର୍ଯ୍ୟୋଦୟ ଦେଖି ନାହିଁ ।

“ତୁମେ କେତେ ଜଣ ଜୀବନକୁ ପାଣି
ଛଡାଇ ନ ଦେଲେ ଚଳିବ କି ?
ଦଧିଚିର ହାଡ଼ ଉଜାଡ଼ି ନ ଦେଲେ
ଏ ଜାତିର ଭାଗ୍ୟ ଫେରିବ କି ?

ଆଖି ଆଗେ ଆଜି ଦିଶେ ଜଳଜଳ
ସ୍ବାଧୀନତା ସ୍ରୋତ ଆସଇ ପ୍ରବଳ,
ପହିଲି ଆଷାଢ଼ ବଢି ନଈପାଣି
ତୁମେ ତା’କୁ ଲୋଭେ ପିଇବ କି ?

ଧଳା ବଦଳରେ କଳା ହେଲେ ଜୋକ
ମେଣ୍ଟିବ କି କୋଟି ଗରିବଙ୍କ ଦୁଃଖ ?
ଚାଷୀମୂଲିଆ ର ଖପୁରୀ ଚୁରି କି
ଦିଲ୍ଲୀ ଦରବାର ଗଢିବ କି ?

ଧନ୍ୟ ମହାଜନ, ରାଜା ଜମିଦାର,
ତ୍ୟାଗମାଳି ଧରି ହୋଇବେ ବାହାର,
ଗେରୁଆ ବସନ, ମଧୁର ବଚନ
ତୁମେ ଶୁଣି ତାହା ଭଳିବ କି ?

ତୁମରି ରକତେ ରକତ ପତାକା
ଉଡିବ ଏ ଦେଶେ ସହି ଶତ ଧକ୍କା,
ଚାଷୀମୂଲିଆ ର ରାଜୁତି ରାଜିବ
ଜଗତରେ ଯିବ ନାଁ ରଖି ।”

ଉପସ୍ଥାପନା: ଦେଵ ତ୍ରିପାଠୀ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

6 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago