ସୌରଭିତ ସୃଷ୍ଟି: ଭକ୍ତକବି ମଧୁସୂଦନ ରାଓ 

    ~ ତୁହି ମା ଜନମଭୂମି ~

ତୁହି ମା ଜନମ ଭୂମି              ପବିତ୍ର ଭାରତ ଭୂମି 
       ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ,
ତୋର ଶ୍ରୀଚରଣ ସେବା         ପାଇଁ ମନପ୍ରାଣ ଦେବା
         ଗାଇବା ତୋହରି ନାମ ଆନନ୍ଦ ରବେ,
              ତୋ ଆନନ୍ଦେ ହୋଇବା ସୁଖୀ 
     କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖୀ II

ଧନ୍ୟ ମହିମା ତୋହର            ନାହିଁ ତାର ପଟାନ୍ତର
        ମସ୍ତକରେ ହିମାଳୟ ପର୍ବତ ବର,
ଦୁଇ ପାରୁଷେ ଜଳଧୀ            ବ୍ରହ୍ମପୁତ୍ର ସିନ୍ଧୁନଦୀ
         ଚରଣରେ ବିରାଜିତ ମହାସାଗର,
              ବିନ୍ଧ୍ୟ ଗିରୀବର କଟିରେ
     ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ II

ଜନମିଲେ ତୋ କୋଳରେ        କେତେ ସୁର ବୀର ନରେ
         ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ,
ମହାକବି ବେଦବ୍ୟାସ              ବାଲମିକ କାଳିଦାସ
           ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ,
              ଚୈତନ୍ୟାଦି ମହାତ୍ମା ଜଣେ
          ପଚାରିଲେ ବିଭୁ ନାମ ଆନନ୍ଦ ମନେ II

କେତେକେତେ ପୂଣ୍ୟବତୀ         କେତେ ପବିତ୍ରତା ସତୀ
        କେତେ ବୀରନାରୀ କେତେ ବୀର ଜନନୀ,
ସମସ୍ତେ ତୋର ଦୁହିତା             ପଦ୍ମିନୀ, ସାବିତ୍ରୀ, ସୀତା
           ଦୂର୍ଗାବତୀ ଆଦି କେତେ ବୀର ରମଣୀ,
                 ନମଇଁ ମା ଭକତି ଭରେ
           ଅଧମ ଅକ୍ଷମ ସୁତ ତୋର ଚରଣରେ II

Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

2 days ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

1 week ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

1 week ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

4 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

4 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

4 weeks ago