| ଲେଖା: ଶିଶିର ସାହୁ ମନୋଜ ସମୁଦ୍ରରେ ବିଭିନ୍ନ ପ୍ରକାର ଭୟଙ୍କର ଜୀଵ ରୁହନ୍ତି । ସେଥି ମଧ୍ୟରୁ ସାର୍କ ଏବଂ ଜେଲିଫିସ୍ (Jellyfish) ଅନ୍ୟତମ । ସାର୍କ ତାର ଆକାର ଏବଂ ତୀକ୍ଷ୍ଣ ଦାନ୍ତ କାରଣରୁ ଲୋକମାନଙ୍କ ପାଇଁ ଵିପଦ ହୋଇଥିଵା ଵେଳେ ଜେଲିଫିସ୍ ତାର ଵିଷାକ୍ତ ଡଙ୍କ କାରଣରୁ ଵିଶ୍ୱରେ ପରିଚିତ । ଯଦି କେଵେ ଏ ଜୀବ କୌଣସି ଵ୍ଯକ୍ତିକୁ ତାର କଣ୍ଟାମୟ ଲାଞ୍ଜରେ ଆଘାତ କରେ ତେଵେ ସେହି ଵ୍ଯକ୍ତିକୁ ବହୁତ କଷ୍ଟ ହୋଇଥାଏ । ଜେଲିଫିସ୍ ଵିଷର କୌଣସି ପ୍ରତିରୋଧକ ଔଷଧ ନଥିଵା କାରଣରୁ ଲୋକମାନେ କଷ୍ଟ ଭୋଗିଥାନ୍ତି । ଵେଳେ ଵେଳେ ଅନେକ ଲୋକ ଏହାର ଆଘାତରେ ମୃତ୍ୟୁଵରଣ କରିଥିଵା କଥା ମଧ୍ୟ ସାମ୍ନାକୁ ଆସିଛି ।ଵିଶ୍ଵର ପ୍ରାୟ ସମସ୍ତ ମହାସାଗରରେ, ଗଭୀର ଓ ଅଗଭୀର ସମୁଦ୍ରରେ ଏ ଜୀବ ଦେଖାଯାଏ । ସମ୍ଭଵତଃ ଏହା ଏକମାତ୍ର ଜୀଵ ଯିଏ ନିଜର ଜୀଵନଚକ୍ରକୁ ଵିପରୀତ ଦିଗରେ ପରିଵର୍ତ୍ତିତ କରି ଅମର ରହିପାରେ ବୋଲି ଅନେକ ଗଵେଷକ ମତ ଦିଅନ୍ତି । ଓଡ଼ିଆ ଭାଷାରେ ଜେଲିଫିସ୍’ର ଅନେକ ନାମ ରହିଛି, ଯଥା, ● ଵ୍ରଧ୍ନପାଦ ● ସମୁଦ୍ରକମଳ ● ଛତ୍ରକଦେହୀ ● ରାବଣଛତା ● ରାଵଣଛତି ● ରାଵଣଛତୁ © ଶବ୍ଦଭେଦ Images: Wikipedia, Technology Network and theconversation.com | |
~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…
~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…
~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…
ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…
ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…
ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…