ଲେଖା: ଶ୍ରୀକାନ୍ତ ସିଂ

ଢେଙ୍କାନାଳ ଇତିହାସରେ ବର୍ବରତା ଓ ନିର୍ଯ୍ୟାତନାର ଅନନ୍ୟ ପ୍ରାସାଦ ହେଉଛି “ଜତନନଗର ରାଜପ୍ରାସାଦ” l ଲୋକ ମୁଖରୁ ଯାହା ଶୁଣାଯାଏ, ଏହା “ଜତନନଗର” ନୁହେଁ ଯାତନା ନଗର l

ଏହି ମହଲ ନିର୍ମାଣ ସମୟରେ କୁଆଡ଼େ ଅନେକ ପ୍ରଜାଙ୍କର ଜୀବନ ନିର୍ବାପିତ ହୋଇଛି l ସେମାନଙ୍କ ଯନ୍ତ୍ରଣା ଜର୍ଜରିତ, ପାରିଶ୍ରମିକ ବିହୀନ ପରିଶ୍ରମର ପ୍ରତି ବଦଳରେ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଥିଲା l


ପାହାଡ଼ ଉପରକୁ ପଥର ବୋହିବା କାମରେ ଯେଉଁ ହାତୀମାନେ ନିୟୋଜିତ ହୋଇଥିଲେ ସେମାନଙ୍କୁ ବି କୁଆଡ଼େ ଅକଥନୀୟ ଯନ୍ତ୍ରଣା ଦିଆଯାଉଥିଲା l ସେମାନେ ବି କଷ୍ଟରେ କାନ୍ଦୁଥିଲେ; ମାନେ ସେମାନଙ୍କ ଆଖିରୁ ବି ଲୁହ ବୋହୁଥିଲା ବୋଲି ଲୋକକଥାରୁ ଶୁଣାଯାଏ l

ଏଠାରେ କୁଆଡ଼େ ୧୦୦ ବଖରାର ମହଲ ନିର୍ମାଣ କରାଯାଇଥିଲା l ମାତ୍ର ବିଡ଼ମ୍ବନାର କଥାହେଲା, ଜତନନଗର ରାଜପ୍ରାସାଦ ନିର୍ମାଣ ହେବାପରେ ତାହା ପ୍ରତିଷ୍ଠା ହୋଇ ପାରିନଥିଲା କିମ୍ବା ଏହି ପ୍ରାସାଦରେ କେହି କେବେ ବସବାସ କରି ନ ଥିଲେ l ଆରମ୍ଭରୁ ଏହା ପରତ୍ୟକ୍ତ ଓ ଅଭିଶପ୍ତ ଆଉ ଏହି ଅପାଂକ୍ତେୟ ଯାତନାର ନଗର “ଜତନନଗର” ଆଜି କେବଳ ଇତିହାସ ମାତ୍ର !


“Jatan Nagar” palace of Dhenkanal which was built by late Patayat Raja Nrusing SinghDeo lost it’s pride with time. Now the building is broken and many of the parts in ruined condition as because of lack of maintenance. 

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago