ଲେଖା: ଦେଵ ତ୍ରିପାଠୀ

ଚାନ୍ଦି ତାରକସିର କଳାକାରୀ !

ଷାଠିଏ ଦଶକର କଥା । ମହମ୍ମଦିଆ ବଜାରର ଗଳିରାସ୍ତାରେ ବୁଲୁଥିଲେ କେଇଜଣ ବିଦେଶୀ ପର୍ଯ୍ୟଟକ । ଆଶା, କିଛି ନୂଆ ଜିନିଷ ନେଇ ଦେଶକୁ ଫେରିଯିବେ । ସେମାନେ ଖୋଜୁଥାନ୍ତି ‘ରୋଜ୍’ (Rose) – ପ୍ରେମର ପ୍ରତୀକ ! କିନ୍ତୁ, ୟୁରୋପୀୟମାନଙ୍କ ପାଇଁ ରୋଜ୍ କି ଅପୂର୍ବ ଚିଜ ! ରୋଜ୍’ର ଆମଦାନୀ ତ ସେଇମାନଙ୍କ ମାଟିରୁ !

କିନ୍ତୁ ମହମ୍ମଦିଆ ବଜାରରେ ସେଇ ୟୁରୋପୀୟମାନେ ଯେଉଁ ରୋଜ୍ ଖୋଜୁଥିଲେ, ସେ ରୋଜ୍ ବିଶ୍ୱର କେଉଁଠି ମିଳେନା, କେବଳ ମିଳିପାରେ ଏଇଠି, ଆମ କଟକ ମାଟିରେ ! ସେମାନେ ଖୋଜୁଥିଲେ ମଣିଷର ହାତଗଢା ରୋଜ୍, ଧାତୁ ତିଆରି ରୋଜ୍ ! ଜଳପାତ୍ରରେ ପାଣିରେ ଭାସିପାରୁଥିବା ରୋଜ୍ ! ଆଶ୍ଚର୍ଯ୍ୟ, ଅଦ୍ଭୁତ ନ ଥିଲା ସେମାନଙ୍କ ଚାହିଦା  ! ସେମାନେ ଯେ ଥିଲେ କଳାଭୂମି କଟକରେ !

ହଁ ! ସେଭଳି ରୋଜ୍ ପ୍ରସ୍ତୁତ ହେଉଥିଲା ଚାନ୍ଦି ତାରକସିର ସୂକ୍ଷ୍ମ କାରୁକାର୍ଯ୍ୟରେ ! ଦୀର୍ଘ ଦିନର ପରିଶ୍ରମରେ କଳାର ଛନ୍ଦଣି ବୁଣି ସେମାନେ ତିଆରି କରୁଥିଲେ ଏପରି ସୂକ୍ଷ୍ମ ହାଲୁକା ଗୋଲାପ, ଯାହା ପାଣିରେ ଭାସି ପାରୁଥିଲା ! ବିଦେଶୀ ପର୍ଯ୍ୟଟକମାନେ ହେଉଥିଲେ ଆଶ୍ଚର୍ଯ୍ୟଚକିତ !

ସେ ବେଳରେ ଏତେ ସୂକ୍ଷ୍ମ ଚାନ୍ଦି ତାରକସିରେ ସଜଳ ଗୋଲାପ ଗଢ଼ି ପାରୁଥିବା ଶିଳ୍ପୀଗଣ ଥିଲେ ରାଜକିଶୋର ସାହୁ, ଦଶରଥ ସାହୁ ଓଗେର ! ତେବେ ଏ ସୂକ୍ଷ୍ମ କଳାକାରୀ ସେମାନେ ପ୍ରାପ୍ତ ହୋଇଥିଲେ ଗୁରୁ ଈଶ୍ୱରଚନ୍ଦ୍ର ସାହୁଙ୍କ ଠାରୁ !

ଆଜି ଈଶ୍ୱରଚନ୍ଦ୍ର ନାହାଁନ୍ତି ସତ, କିନ୍ତୁ ଚାନ୍ଦି ତାରକସି କାମରେ ପ୍ରଣିତ ତାଙ୍କର ନବ୍ୟ କାରିଗରୀ ଶତାବ୍ଦୀ ଶତାବ୍ଦୀ ପୁରୁଣା ଏଇ ଚାରୁଶିଳ୍ପକୁ ପହଞ୍ଚାଇଛି ଶିଖରରେ !


ଓଡ଼ିଶା ମାଟିର ଏଇ ଅନନ୍ୟ ସୂକ୍ଷ୍ମ ଚାରୁକଳା ଚାନ୍ଦି ତାରକସି ନିଶ୍ଚିତ ଭାବେ ରାଜ୍ୟର ସୂକ୍ଷ୍ମତମ ତଥା କଠିନତମ ଶିଳ୍ପକଳା ! ଅଥଚ ରାଜନୀତିର ଦାଓପେଞ୍ଚ ଓ ସରକାରୀ ଉଦାସୀନତା କାରଣରୁ ଏ କଳା ଆଜି ଧ୍ୱଂସମୁଖୀ !

କଳାପ୍ରେମୀ ଓଡ଼ିଆଏ ଭୁଲିଯାଆନ୍ତି ଯେ ଏଇ ଚାନ୍ଦି ତାରକସି ଶିଳ୍ପକଳା ମଧ୍ୟ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ! ଓଡ଼ିଶୀ ନୃତ୍ୟର ଆଭୂଷଣ ଯେପରି କି କମରପଟି, ବାଜୁବନ୍ଧ, ପାନକଣ୍ଟା, ଅଳକା, ଝୁମୁକା, ସିନ୍ଥି, ବାଲା ଆଦି ହୁଏ ଏଇ ଶିଳ୍ପକଳାରୁ । ଏସବୁ ବିନା ଯେ ଓଡ଼ିଶୀ ନୃତ୍ୟ ଅଧୁରା ! ଓଡ଼ିଶୀ ନୃତ୍ୟର ବିବର୍ତ୍ତନ ପାଇଁ କେତେ କେତେ ଗୁରୁ ସାଧନା କରିଛନ୍ତି ସତ, ମାତ୍ର ଓଡ଼ିଶୀର ଆଭୂଷଣ ପାଇଁ ଗୁରୁ ଈଶ୍ୱରଚନ୍ଦ୍ରଙ୍କ ସାଧନା ଓ ତପସ୍ୟାକୁ ଭୁଲି ଯାଇଛି ଏ ଜାତି ! !

Information: The Samaja

Image Coutesy: Deba Prasad Swain, Cuttack

#ହିରଣ୍ୟଗର୍ଭା #କଟକ #ଚାନ୍ଦି #ତାରକସି

#କମରପଟି, #ବାଜୁବନ୍ଧ, #ପାନକଣ୍ଟା, #ଅଳକା, #ଝୁମୁକା, #ସିନ୍ଥି, #ବାଲା

Spread the love
admin

View Comments

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago