ଲେଖା: ଦେଵ ତ୍ରିପାଠୀ
ଥିଲେ ଜଣେ ମହାନ ନାଟ୍ୟକାର । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାକୁ ନେଇ ସେ ରଚିଥିଲେ ‘ନଷ୍ଟଉର୍ବଶୀ’ ନାଟକ । ସେଇ ଉପଜୀବ୍ୟ କାହାଣୀର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ ଆଉ ପ୍ରବଞ୍ଚନା, ଦୈହିକ ଲୁଣ୍ଠନ ଆଉ ମାନସିକ ଆନୁଗତ୍ୟ ସହିତ । ଏପରି ଏକ କ୍ଲାସିକ ନାଟକ ରଚନାରୁ ସେ ଗଢିପାରିଥିଲେ ସ୍ବତନ୍ତ୍ର ପରିଚୟ, ଓଡ଼ିଶାର ନାଟ୍ୟପ୍ରେମୀଙ୍କ ହୃଦୟରେ । ଫେରିଆ, ଭରସା, ପରକଲମ, ଶଙ୍ଖାସିନ୍ଦୁର, ଅର୍ଦ୍ଧାଙ୍ଗିନୀ ପରି ଗୋଟିଏ ପରେ ଚର୍ଚ୍ଚିତ ନାଟକମାନ ରଚନା କରି ସେ ଆଣିଥିଲେ ନାଟ୍ୟ ଜଗତରେ ନୂତନଧାରା । ସେ ପଦ୍ମଶ୍ରୀ ଗୋପାଳ ଛୋଟରାୟ ।
ଓଡ଼ିଶାର ଗୀତିନାଟ୍ୟ, ପାଲା, ଗହନ ଆଦିରେ ସଂସ୍କାର ଆଣିବାରେ ସେ ପ୍ରୟାସ କରିଥିଲେ ଗୋପାଳ ଛୋଟରାୟ। ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣିକୁ ନେଇ ତାଙ୍କର ନାଟକ ସବୁ ଥିଲେ ପରିପୁଷ୍ଟ ଓ ଜୀବନ୍ତ । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଏବଂ ଶ୍ରୀଜଗନ୍ନାଥ, ଅମଡ଼ାବାଟ, ଅଭିନେତ୍ରୀ, ମାଟିରମଣିଷ, ଅଦିନମେଘ ପରି ଅନେକ କାଳଜୟୀ ଚଳଚ୍ଚିତ୍ରରେ ସଂଳାପ ରଚନା କରି ସେ ଓଡ଼ିଶାର କଳାଜଗତରେ ଅଧିକାର କରିଥିଲେ ସ୍ବତନ୍ତ୍ର ସ୍ଥାନ । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀ ନାଟକକୁ କରିଛନ୍ତି ଓଡ଼ିଆ ଭାଷାରେ ରୂପାନ୍ତରିତ । ବ୍ୟାସକବି ଫକୀରମୋହନଙ୍କ ପେଟେଣ୍ଟ ମେଡ଼ିସିନ ଗଳ୍ପକୁ ଗୀତିନାଟ୍ୟ ରୂପ ଦେଇ ସେଥିରେ ଖୋକାଭାଇଙ୍କ ଅମୂଲ୍ୟ ସ୍ବର ସଂଯୋଜନା ଓ କଣ୍ଠଦାନ ଦ୍ଵାରା କରାଇଥିଲେ ଚର୍ଚ୍ଚିତ ଓ ଲୋକପ୍ରିୟ ।
ଶ୍ରୀଗଣେଷ, ମହିଷମର୍ଦ୍ଦିନୀ, ଜନ୍ମାଷ୍ଟମୀ, ଶ୍ରୀଜଗନ୍ନାଥ, କପଟପାଶା, ଘରବରା ଦେଖା, ନପାହୁ ରାତି ନ ମରୁ ପତି, ଶ୍ରୀମତୀ ସମାର୍ଜନୀ, ଶ୍ରୀହରିଙ୍କ ସଂସାର, ପୁରାପୁରି ପାରିବାରିକ, ବିଭ୍ରାଟ, ଡାକ୍ତରବାବୁ ପରି ଅସଂଖ୍ୟ ନାଟକ, ଏକାଙ୍କିକା ଓ ଗୀତିନାଟ୍ୟ ରଚନା କରି ସେ ଓଡ଼ିଆ ସାହିତ୍ୟକୁ କରିଛନ୍ତି ଋଦ୍ଧିମନ୍ତ । ଆକାଶବାଣୀ କଟକରେ ବହୁକାଳ ଧରି ଅନେକ ନାଟକ ରଚନା କରିଥିବା ଏହି ମହାନ ନାଟ୍ୟକାର ଗୋପାଳ ଛୋଟରାୟ ଆତ୍ମଜୀବନୀ ‘ପଥିକ’ରେ ମଧ୍ୟ ବଖାଣିଛନ୍ତ ନିଜ ଜୀବନ ଆଦର୍ଶର ଗାଥା ।
ଗୋପାଳ ଛୋଟରାୟଙ୍କ ଅସୁମାରୀ ସୃଷ୍ଟି ମଧ୍ୟରୁ ଅନେକ ମଞ୍ଚ, ବେତାର, ଅପେରା, ଚିତ୍ରନାଟ୍ୟର କାହାଣୀ ମାନ ହିନ୍ଦୀ, ଇଂରାଜୀ ଓ ତେଲୁଗୁରେ ଅନୁବାଦ ହୋଇଛି । ଏହି ମହାନ ନାଟ୍ୟକାରଙ୍କୁ ପଦ୍ମଶ୍ରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ବିଷୁବ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଇତ୍ୟାଦିରେ ସମ୍ମାନିତ କରି ରାଜ୍ୟବାସୀ ନିଜକୁ କରିଛନ୍ତି ଗୌରବାନ୍ଵିତ ।
ଅବିଭକ୍ତ କଟକ ଜିଲ୍ଲାର ପୁରୁଣାଗଡ଼ ଗ୍ରାମରେ ଜନ୍ମିତ ଏହି ପ୍ରଥିତଯଶା ନାଟ୍ୟବିନ୍ଧାଣୀ ଗୋପାଳ ଛୋଟରାୟ ୨୦୦୩ ମସିହା ଜାନୁଆରୀ ୨୨ ତାରିଖରେ ଓଡିଆ ନାଟ୍ୟ ଜଗତରେ ଅପୂରଣୀୟ ଶୂନ୍ୟ ସ୍ଥାନଟିଏ ସୃଷ୍ଟି କରି ଇହଲୀଳା ସମ୍ବରଣ କରିଥିଲେ ।
~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…
~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…
~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…
~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…
~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…
~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…