ଲେଖା: ଶିଶିର ସାହୁ ମନୋଜ

ଓଡ଼ିଶାରେ କୋଟି କୋଟି ଜଣା ଅଜଣା ଶବ୍ଦ ରହିଛି ପୁଣି ପ୍ରତ୍ୟେକ ଶବ୍ଦର ଥାଏ ଦୁଇ ଵା ତତୋଽଧିକ ଅର୍ଥ । ଅଞ୍ଚଳ ଭେଦରେ ଗୋଟାଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ହୋଇପାରେ ।

ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଏକା ପରି ଦେଖାଯାଉଥିଵା ଶବ୍ଦଟିଏ ଭିନ୍ନ ଭିନ୍ନ ମୂଳରୁ ନାନା ଅର୍ଥରେ ଚଳୁଥିଵା ଦୃଶ୍ଯ ହୋଇଥାଏ ।

ସେଇଭଳି ଗୋଟିଏ ଶବ୍ଦ ହେଉଛି ଗୁରିଆ, ଏ ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥ ।

ପୂର୍ଵାଞ୍ଚଳର କଥିତ ଭାଷାରେ ଏ ଶବ୍ଦ ଏଵେ ଲୁପ୍ତ ହେଵାକୁ ବସିଛି ଏଵଂ କେଵଳ ଵୃଦ୍ଧ ଵୃଦ୍ଧାଙ୍କ ମଧ୍ୟରେ ସୀମିତ ।

ଆଗେ  କୁଲାଦ୍ବାରା କୌଶଳକ୍ରମେ ଗୁରା ହୋଇଥିଵା ଵା ପାଛୁଡ଼ା ହୋଇଥିବା ଧାନ ଆଦି ଶସ୍ଯକୁ ଗୁରିଆ କୁହାଯାଉଥିଲା ।

ଏ ଶବ୍ଦ ଆଜକୁ କେଵଳ କୃଷକ ପରିଵାରର ଵୟସ୍କ ଲୋକଙ୍କ ମଧ୍ୟରେ ସୀମିତ ରହିଯାଇଛି ।

ଓଡ଼ିଶାର ମିଷ୍ଟାନ୍ନ ପ୍ରସ୍ତୁତକାରୀ ଜାତିଵିଶେଷ ଲୋକେ ଗୁଡ଼ ଦ୍ଵାରା ମିଷ୍ଟାନ୍ନ ପ୍ରସ୍ତୁତ କରୁଥିଵାରୁ ସେମାନଙ୍କୁ ଆମ ଦେଶରେ ଗୁଡ଼ିଆ ଉପାଧି ପ୍ରାପ୍ତ ହୋଇଛି ।

ଏହି ଗୁଡି଼ଆ ଶବ୍ଦଟି ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଗୁରିଆ ହୋଇ ପ୍ରଚଳିତ ।

ଗଡ଼ଜାତରେ ସାଧାରଣତଃ ‘ଡ଼’ ଯୁକ୍ତ ଶବ୍ଦ ‘ର’ ରେ ପରିଵୃ୍ତ୍ତ ହୋଇଥାଏ ଯେମିତିକି ବାଡି଼ = ବାରି ।

ସେହିପରି ଆମ ଗଡ଼ଜାତରେ ଈଷତ୍ ନାଲିଆରଙ୍ଗକୁ ଗୁରିଆ କୁହାଯାଏ । ଏ ଶବ୍ଦ ଗୋରା ସହିତ ସମଦ୍ଧୃତ ଅଟେ । ଏହାର ଅନ୍ୟ ରୂପ ଗୋରିଆ ଅଟେ ।

ସାଧାରଣତଃ ୟୁରୋପୀୟ ଗୋରା ଲୋକେ ଈଷତ୍ ନାଲିଆ ରଙ୍ଗର ହୋଇଥାଆନ୍ତି ।

ଗୋରା ଲୋକଙ୍କୁ ଗୁରିଆ କୁହାଯାଏ ଏଵଂ ଏହାର ସ୍ତ୍ରୀ ଵାଚକ ରୂପ ଗୁରି ଅଟେ । 

ସେଇଭଳି ହଳଦିଆ ମିଶା ନାଲି ଗୋରୁଙ୍କୁ ମଧ୍ୟ ଗୁରିଆ କୁହାଯାଏ । ଏଭଳି ଗାଈ କମ୍ ଦେଖାଯାଆନ୍ତି ଏଵଂ ଢେଙ୍କାନାଳ ଗଡ଼ଜାତରେ ଏହି ଵିଶେଷ ରଙ୍ଗର ଗାଈଙ୍କୁ କସରା କୁହାଯାଏ । ସେଇଭଳି ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଗୋରା ଓ ଗୋରୀ ପିଲାଙ୍କୁ ଯଥାକ୍ରମେ କଇରା ଓ କଇରୀ ଡାକନାମ ଦିଆଯାଇଥାଏ ।

© ଶବ୍ଦଭେଦ

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

1 month ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago