ଲେଖା: ଶିଶିର ସାହୁ ମନୋଜ

ଓଡ଼ିଶାରେ କୋଟି କୋଟି ଜଣା ଅଜଣା ଶବ୍ଦ ରହିଛି ପୁଣି ପ୍ରତ୍ୟେକ ଶବ୍ଦର ଥାଏ ଦୁଇ ଵା ତତୋଽଧିକ ଅର୍ଥ । ଅଞ୍ଚଳ ଭେଦରେ ଗୋଟାଏ ଶବ୍ଦର ଭିନ୍ନ ଭିନ୍ନ ଅର୍ଥ ହୋଇପାରେ ।

ଵିଭିନ୍ନ ଅଞ୍ଚଳରେ ପ୍ରଚଳିତ ଏକା ପରି ଦେଖାଯାଉଥିଵା ଶବ୍ଦଟିଏ ଭିନ୍ନ ଭିନ୍ନ ମୂଳରୁ ନାନା ଅର୍ଥରେ ଚଳୁଥିଵା ଦୃଶ୍ଯ ହୋଇଥାଏ ।

ସେଇଭଳି ଗୋଟିଏ ଶବ୍ଦ ହେଉଛି ଗୁରିଆ, ଏ ଶବ୍ଦର ଭିନ୍ନ ଭିନ୍ନ ଅଞ୍ଚଳରେ ଵିଭିନ୍ନ ଅର୍ଥ ।

ପୂର୍ଵାଞ୍ଚଳର କଥିତ ଭାଷାରେ ଏ ଶବ୍ଦ ଏଵେ ଲୁପ୍ତ ହେଵାକୁ ବସିଛି ଏଵଂ କେଵଳ ଵୃଦ୍ଧ ଵୃଦ୍ଧାଙ୍କ ମଧ୍ୟରେ ସୀମିତ ।

ଆଗେ  କୁଲାଦ୍ବାରା କୌଶଳକ୍ରମେ ଗୁରା ହୋଇଥିଵା ଵା ପାଛୁଡ଼ା ହୋଇଥିବା ଧାନ ଆଦି ଶସ୍ଯକୁ ଗୁରିଆ କୁହାଯାଉଥିଲା ।

ଏ ଶବ୍ଦ ଆଜକୁ କେଵଳ କୃଷକ ପରିଵାରର ଵୟସ୍କ ଲୋକଙ୍କ ମଧ୍ୟରେ ସୀମିତ ରହିଯାଇଛି ।

ଓଡ଼ିଶାର ମିଷ୍ଟାନ୍ନ ପ୍ରସ୍ତୁତକାରୀ ଜାତିଵିଶେଷ ଲୋକେ ଗୁଡ଼ ଦ୍ଵାରା ମିଷ୍ଟାନ୍ନ ପ୍ରସ୍ତୁତ କରୁଥିଵାରୁ ସେମାନଙ୍କୁ ଆମ ଦେଶରେ ଗୁଡ଼ିଆ ଉପାଧି ପ୍ରାପ୍ତ ହୋଇଛି ।

ଏହି ଗୁଡି଼ଆ ଶବ୍ଦଟି ଓଡ଼ିଶାର ଗଡ଼ଜାତ ଅଞ୍ଚଳରେ ଗୁରିଆ ହୋଇ ପ୍ରଚଳିତ ।

ଗଡ଼ଜାତରେ ସାଧାରଣତଃ ‘ଡ଼’ ଯୁକ୍ତ ଶବ୍ଦ ‘ର’ ରେ ପରିଵୃ୍ତ୍ତ ହୋଇଥାଏ ଯେମିତିକି ବାଡି଼ = ବାରି ।

ସେହିପରି ଆମ ଗଡ଼ଜାତରେ ଈଷତ୍ ନାଲିଆରଙ୍ଗକୁ ଗୁରିଆ କୁହାଯାଏ । ଏ ଶବ୍ଦ ଗୋରା ସହିତ ସମଦ୍ଧୃତ ଅଟେ । ଏହାର ଅନ୍ୟ ରୂପ ଗୋରିଆ ଅଟେ ।

ସାଧାରଣତଃ ୟୁରୋପୀୟ ଗୋରା ଲୋକେ ଈଷତ୍ ନାଲିଆ ରଙ୍ଗର ହୋଇଥାଆନ୍ତି ।

ଗୋରା ଲୋକଙ୍କୁ ଗୁରିଆ କୁହାଯାଏ ଏଵଂ ଏହାର ସ୍ତ୍ରୀ ଵାଚକ ରୂପ ଗୁରି ଅଟେ । 

ସେଇଭଳି ହଳଦିଆ ମିଶା ନାଲି ଗୋରୁଙ୍କୁ ମଧ୍ୟ ଗୁରିଆ କୁହାଯାଏ । ଏଭଳି ଗାଈ କମ୍ ଦେଖାଯାଆନ୍ତି ଏଵଂ ଢେଙ୍କାନାଳ ଗଡ଼ଜାତରେ ଏହି ଵିଶେଷ ରଙ୍ଗର ଗାଈଙ୍କୁ କସରା କୁହାଯାଏ । ସେଇଭଳି ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଗୋରା ଓ ଗୋରୀ ପିଲାଙ୍କୁ ଯଥାକ୍ରମେ କଇରା ଓ କଇରୀ ଡାକନାମ ଦିଆଯାଇଥାଏ ।

© ଶବ୍ଦଭେଦ

Spread the love
admin

Recent Posts

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 weeks ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 weeks ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 weeks ago

ପହିଲିଭୋଗ

~ ପହିଲିଭୋଗ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମକରସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଶ୍ରୀମନ୍ଦିରରେ ଆମ ମହାପ୍ରଭୁଙ୍କ ନିକଟରେ "ପହିଲିଭୋଗ"…

2 weeks ago

ବଳଦେବ ଉପାସନା

~ ବଳଦେବ ଉପାସନା ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଉତ୍କଳ ଭୂମିରେ ବଳଦେବ ଉପାସନାର ପରମ୍ପରା ପ୍ରାଚୀନ l ଶ୍ରୀମନ୍ଦିରରେ…

2 weeks ago

ତୁମେ ତ ଲୋକରେ ସାର

~ ତୁମେ ତ ଲୋକରେ ସାର ~ ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ  କମ୍ପି ଉଠୁଛି କଟକ ନଗର ଶୁଭୁଅଛି…

2 weeks ago